ମାତ୍ର 6 ଟଙ୍କା ରେ ହୋଇଯିବେ କୋଟିପତି , ଶୁଣିଲେ ଆପଣ ବି ଆଶ୍ଚର୍ଯ ହେବେ , ଏମିତି ସମ୍ଭବ ! ….

ଅପରାଧ ଖବର

ବାରିପଦା : କିଛିଦିନ ହେବ ବାରିପଦା ରେ ଅଧିକ ମାତ୍ରାରେ ବେଆଇନ ଲଟେରୀ ବେପାର ଚାଲିଥିଲା। ଏଥିରେ ରାଜ୍ୟର କେତେଯେ ଲୋକ ଠକାମୀ ର ଶିକାର ହେଇଥାଏ ତାର ହିସାବ ମଧ୍ୟ ନାହିଁ। ତେଣୁ ଶେଷରେ ସମସ୍ତେ ଏକଜୁଟ ହେଇ ପୋଲିସ ରେ ଏହି ଠକ ସଂସ୍ଥା ବିରୁଦ୍ଧରେ କମ୍ପଲେନ କରିଲେ। ହେଲେ କଣ ହେବ ଏମାନେ ବହୁତ ଚାଲାକ ବହୁତ ଦିନ ହେଲାଣି ପୋଲିସ ଆଖିରେ ଧୂଳି ନିଜର ଧନ୍ଦା ଚଲେଇ ଆସୁଥିଲେ। କିନ୍ତୁ ପୋଲିସ ବି ଚୁପ ବସିନଥିଲା ବରଂ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ତାର ଜାଲ ବିଛାଇଥିଲା।

ଶେଷରେ ଆସନ୍ତାକାଲି ରାତିରେ ବାରିପଦାର ଗୋଟିଏ ସ୍ଥାନରେ ଖେଳ ଚାଲିଥିବା ବେଳେ ପୋଲିସ ଚଢଉ ପକାଇ ୪ ଅଭିଯୁକ୍ତ ଙ୍କୁ ଗିରଫ କରିଛି। ଖାଲି ସେତିକି ନୁହେଁ ସେମାନଙ୍କ ଠାରୁ ୧୦୦ ରୁ ଅଧିକ ଲଟେରୀ ଟିକେଟ ସହ ୭ ହଜାର ଟଙ୍କା ବି ଜବତ କରିଛି। ଖବର ମୁତାବକ, ଅଭିଯୁକ୍ତ ମାନେ ଲୋକମାନଙ୍କୁ ଟଙ୍କା ର ଲୋଭ ଦେଖାଇ ଠକି ଆସୁଥିଲେ। ସେମାନେ ଗୋଟିଏ ଲଟେରୀ ର ଦାମ ଛଅ ଟଙ୍କା ରଖିଥିଲେ ଏବଂ ସେହି ୬ ଟଙ୍କାର ଲେଟେରୀ କିଣି ଆପଣ କୋଟିପତି ହେଇପାରିବେ ବୋଲି କହି ଲୋକଙ୍କୁ ବହୁତ ଦିନ ହେଲା ଠକି ଟଙ୍କା ଲୁଟ କରି ଆସୁଥିଲେ।

ଲୋକେ ବି ଲୋଭରେ ପଡି ସେମାନଙ୍କ କଥାରେ ଭାସି ଯାଉଥିଲେ। ଏବେ ସେମାନଙ୍କ ଭିତରୁ କେବଳ ଚାରି ଜଣ ହିଁ ଧରାପଡିଛନ୍ତି। କିନ୍ତୁ ଖବର ରୁ ଜଣାପଡୁଚି ସେହି ଠକ ଗ୍ୟାଙ୍ଗ ରେ ଆହୁରି ବି ଲୋକ ଅଛନ୍ତି ସେମାନଙ୍କର କେତେକ ଗ୍ରୁପ ହେଇ ଭିନ୍ନ ଭିନ୍ନ ସ୍ଥାନରେ ଯାଇ ତାଙ୍କର ଏହି ବ୍ୟବସାୟ ଚଲାଉଛନ୍ତି। ଏବେ କେବଳ ଏହି ଚାରି ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି କିନ୍ତୁ ବହୁତ ଶୀଘ୍ର ଅନ୍ୟ ଯେଉଁମାନେ ବି ଏହି ଅପରାଧରେ ଜଡିତ ଅଛନ୍ତି ସେମାନଙ୍କୁ ବି ତଦନ୍ତ ପରିସର କୁ ନିଆଯିବ ବୋଲି କଥା ଦେଇଛନ୍ତି ବାରିପଦା ଟାଉନ ଥାନା ଅଧିକାରୀ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Please follow and like us:

Leave a Reply

Your email address will not be published. Required fields are marked *