ବଢୁଛି ପତିଆରା , ଅଶ୍ୱିନୀ ବୈଷ୍ଣବ ହେବେ ଓଡିଶାର ମୁଖ୍ୟମନ୍ତ୍ରୀ !

ଖବର ବିଶେଷ

କେନ୍ଦ୍ର କ୍ୟାବିନେଟ୍ ସଂପ୍ରସାରଣରେ ସବୁଠୁ ଅଧିକ ଚର୍ଚ୍ଚା ରେଳ ଓ ଆଇଟି ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବଙ୍କୁ ନେଇ। ତାଙ୍କର ଶିକ୍ଷାଗତ ଯୋଗ୍ୟତା, ଅନୁଭବ ଏବଂ ବ୍ୟକ୍ତିତ୍ଵକୁ ଲୋକେ ବେଶ ପ୍ରଶଂସା କରୁଛନ୍ତି। ଦେଶର ଗମନାଗମନର ଜୀବନ ରେଖା କୁହାଯାଉଥିବା ରେଳ ମନ୍ତ୍ରଣାଳୟ ପରି ଗୁରୁତ୍ୱପୂର୍ଣ୍ଣ ବିଭାଗ ସମ୍ଭାଳିବା ତାଙ୍କର ଦକ୍ଷତା, ସାମର୍ଥ୍ୟ ଓ ପରାକାଷ୍ଠାର ପରିଚୟ ଦେଇଛି । ରେଳ ସହ ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ପାଇବା ପରେ ଜନ୍ମଭୂମି ସହ କର୍ମଭୂମିରେ ମଧ୍ୟ ବଢ଼ିଛି ଅଶ୍ୱିନୀଙ୍କ ରାଜନୈତିକ ପତିଆରା ।
ସୂଚନା ଯୋଗ୍ୟ ଯେ, ଅଶ୍ଵିନୀ ବୈଷ୍ଣବ ମୂଳରୁପେ ରାଜସ୍ଥାନର ବାସିନ୍ଦା। କିନ୍ତୁ ଓଡ଼ିଶା ସହ ତାଙ୍କର ଭଲ ସଂପର୍କ ରହିଆସିଛି। ସେ ୧୯୯୪ ବ୍ୟାଚ୍‌ର ଓଡ଼ିଶା କ୍ୟାଡର ଆଇଏଏସ ଅଫିସର ଥିଲେ।

୧୯୯୯ ମସିହା ମହାବାତ୍ୟା ବେଳେ ଅଶ୍ୱିନୀ କଟକର ଜିଲ୍ଲାପାଳ ଥିଲେ। ସଫଳତାର ସହ ସେ କଟକରେ ବାତ୍ୟା ମୁକାବିଲା କରିଥିଲେ। ଏହାପରେ ସେ ବାଲେଶ୍ୱର ଜିଲ୍ଲାପାଳ ଭାବେ କାର୍ଯ୍ୟ କରିଥିଲେ। ବାତ୍ୟା ପରବର୍ତ୍ତୀ ସ୍ଥିତିର ମୁକାବିଲା କରିବା ପାଇଁ ଅଶ୍ୱିନୀଙ୍କୁ ବାଲେଶ୍ୱର ପଠାଯାଇଥିଲା। ସେଠାରେ ସେ ବାତ୍ୟା ପରବର୍ତ୍ତୀ ସ୍ଥିତିର ମୁକାବିଲା କରିଥିଲେ। ସୁନ୍ଦରଗଡ଼ ଏବଂ ବଣାଇର ଉପଜିଲ୍ଲାପାଳ ମଧ୍ୟ ଥିଲେ ଅଶ୍ୱିନୀ ବୈଷ୍ଣବ। ଓଡ଼ିଶା ଶାସନରେ ସେ ଗୁରୁତ୍ଵପୂର୍ଣ୍ଣ ପଦବୀରେ ରହିବା ପରେ ଅଟଳ ବିହାରୀ ବାଜପେୟୀଙ୍କ ବ୍ୟକ୍ତିଗତ ସଚିବ ରହିଥିଲେ।

ପରେ ଆଇଏଏସ ଚାକିରି ଛାଡ଼ି କର୍ପୋରେଟ କ୍ଷେତ୍ରରେ ମନୋନିବେଶ କରିଥିଲେ। କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟ ୱେବସାଇଟ୍‌ ଅନୁସାର, ଅଶ୍ଵିନୀ ବିଦେଶରୁ ଏମବିଏ ଡିଗ୍ରୀ ହାସଲ କରିଛନ୍ତି। ସେ ଅନେକ ନାମୀଦାମୀ କମ୍ପାନୀର ନିର୍ଦେଶକ ପଦବୀରେ ରହିଥିଲେ। ତେବେ ରେଳ ଓ ଆଇଟି ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ଵଭାର ନେବାପରେ ଅଶ୍ଵିନୀ ମୋଦୀ ସରକାରଙ୍କ ସ୍ୱପ୍ନକୁ ସାକାର କରିବା ସହ ଦେଶର ବିକାଶରେ ନୂତନ ଦିଗ ଦେବେ ବୋଲି ଆଶା କରାଯାଉଛି। ତେବେ ନିଜର ବଳିଷ୍ଠ ବ୍ୟକ୍ତିତ୍ୱ କାରଣରୁ ଅଶ୍ୱିନୀ ଯେ ମୁଖ୍ୟମନ୍ତ୍ରୀ ପଦ ପାଇଁ ହକଦାର୍ ହୋଇପାରନ୍ତି ଏଭଳି ଏବେ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

କାରଣ ଅଶ୍ୱିନୀ ବୈଷ୍ଣବ କେନ୍ଦ୍ର ରାଜନୀତିରେ ନବାଗତ ସତ କିନ୍ତୁ ରାଜ୍ୟ ପ୍ରତିନିଧି ହିସାବରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ଦୌଡ଼ରେ ସେ ଆଦୌ ନାହାନ୍ତି । ଏମିତିରେ, ତାଙ୍କ ମୂଳରାଜ୍ୟ ରାଜସ୍ଥାନରେ ୨୦୨୩ରେ ଆଗାମୀ ବିଧାନସଭା ନିର୍ବାଚନ । ତେଣୁକରି ଏହି ଦୁଇ ବର୍ଷ ଭିତରେ ନିଜକୁ ପ୍ରମାଣିତ କରି ସେ ସେଠାକାର ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ବୋଲି ମଧ୍ଯ ଚର୍ଚ୍ଚା ହେଉଛି । ଅତୀତରେ ବହୁ କେନ୍ଦ୍ରମନ୍ତ୍ରୀ ସମାନ ଶୈଳୀରେ ମୁଖ୍ୟମନ୍ତ୍ରୀ ପଦାସୀନ ହେବାର ଦେଖାଯାଇଛି । ତେଣୁ ଅଶ୍ୱିନୀଙ୍କୁ ମୁଖ୍ୟମନ୍ତ୍ରୀ ଚେହେରା କରି ବିଜେପି ୨୦୨୩ ରାଜସ୍ଥାନ ବିଧାନସଭା ନିର୍ବାଚନ ଲଢ଼ିବା ସମ୍ଭାବନାକୁ ଏଡ଼ାଇ ଦିଆଯାଇ ପାରିବ ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Please follow and like us:

Leave a Reply

Your email address will not be published. Required fields are marked *