ଷ୍ଟିମ ନେବାର ଏମିତି ଏକ ନିଆରା ଉପାୟ !! ଆପଣ ଆଗରୁ କେବେ ଦେଖିନଥିବେ।

ଖବର ଜୀବନଚର୍ଯ୍ୟା

ସାରା ଦେଶରେ ଏବେ ଲୋକେ କୋରନାର ମୁକାବିଲା କରିବା ପାଇଁ ଭ୍ୟାକସିନ କୁ ଛାଡିଦେଲେ କେତେକ ଘରୋଇ ଉପାୟ ମଧ୍ୟ ଅବଲମ୍ଭନ କରୁଛନ୍ତି। କେହି କେହି ପ୍ରତିଦିନ ତୁଳସୀ ମହୁ ଖାଉଛନ୍ତି ତ କେହି ଏମିତି କିଛି ପୃଷ୍ଟିକର ଖାଦ୍ୟ ଖାଉଛନ୍ତି ଯାହାକି ଇମିଉନିଟି ବା ରୋଗ ପ୍ରତିରୋଧକ ଶକ୍ତି କୁ ବଢାଇବାରେ ସାହାଯ୍ୟ କରିବ।ଡାକ୍ତର ମାନେ ବି ଏମିତି ଅନେକ ଘରୋଇ ଉପାୟ କରିବା ପାଇଁ ସୋସିଆଲ ମିଡିଆ ଜରିଆରେ ଜଣାଇ ଦେଉଛନ୍ତି । କାରଣ କରୋନା ସଂକ୍ରମଣରୁ ନିଜକୁ ରକ୍ଷା କରିବା ପାଇଁ ଆପଣଙ୍କୁ ପ୍ରଥମେ ନିଜକୁ ସୁସ୍ତ ଏବଂ ଫିଟ୍ ରହିବା ପାଇଁ ପଡିବ ।

ଏବଂ ପ୍ରତିଦିନ ଘର ଭିତରେ ରହିହିଁ ଆପଣଙ୍କୁ କିଛିଟା ପ୍ରତିକାରକ ନେବାର ମଧ୍ୟ ଆବଶ୍ୟକତା ରହିଛି ବୋଲି ବିଶେଷଜ୍ଞ ମାନେ ମତ ଦେଉଛନ୍ତି । ଯେମିତିକି ସବୁଦିନ ଘରେ କାଢା ପ୍ରସ୍ତୁତ କରି ପିଅନ୍ତୁ ପିଅନ୍ତୁ, ଯଦି ଦରକାର ପଡ଼ିଲେ ବହାରକୁ କୁଆଡେ ଯାଉଛନ୍ତି ତେବେ ଘରକୁ ଆସିବା ମାତ୍ରେ ତୁରନ୍ତ ସାବୁନ କିମ୍ବା ସାନିଟାଇଜର ଲଗାଇ ଗୋଡ଼ ହାତ ମୁହଁ ଭଲ ଭାବେ ପରିଷ୍କାର କରନ୍ତୁ ଯାହା ଫଳରେ ଆପଣ କୋରନା ମହାମାରୀ କବଳରୁ ବଞ୍ଚି ପାରିବେ।

ଆପଣ ମାନେ ଜାଣିଥିବେ କେତେକ ଲୋକ ଥଣ୍ତା ହେଲେ ଷ୍ଟିମ୍ ବା ଗରମ ବାମ୍ଫ ନେବା ପାଇଁ ପସନ୍ଦ କରନ୍ତି। ଏମିତି କରିବା ପାଇଁ କିଚିଜଣ ଡାକ୍ତର ମାନେ ବି ପରାମର୍ଶ ଦେଇଥାନ୍ତି। କାରଣ ଯଦି ଅତ୍ୟଧିକ ଛିଙ୍କ କିମ୍ବା ଦେହ ମୁଣ୍ଡ ଘୋଳା ବିନ୍ଧା ହେଉଥାଏ ତାହାଲେ ଏମିତି କରିବା ଦ୍ଵାରା ଶରୀରକୁ କିଛି ଆରାମ ମିଳିବା ସହ ଥଣ୍ଡା ବି ସମ୍ପୂର୍ଣ୍ଣ ଭଲ ହୋଇଯାଇଥାଏ। ଘରେ ଆମେ ସାଧାରଣତଃ ଗୋଟିଏ ପାତ୍ରରେ ପାଣି ଗରମ କରି କିଛି ଗୋଟେ କପଡା ଘୋଡାଇ ହୋଇ ଷ୍ଟିମ ନେଇଥାଉ।କିନ୍ତୁ ବର୍ତ୍ତମାନ ଜଣେ ବ୍ୟକ୍ତିଙ୍କର ଏମିତି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯିଏକି ଏକ ନିଆରା ଉପାୟରେ ଷ୍ଟିମ ନେଉଛନ୍ତି ଯାହା କୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ।

ଏହି ଭିଡିଓରେ ଦେଖିବାକୁ ମିଳିଛି ବ୍ୟକ୍ତି ଜଣଙ୍କ ଗୋଟିଏ, ଚୁଲି ଜଳାଇଛନ୍ତି । ଆଉ ଚୁଲି ଉପରେ ଏକ ପ୍ରେସର କୁକର ଟିଏ ରଖିଛନ୍ତି । କିନ୍ତୁ ପ୍ରେସରକୁକରର ସିଟି ଜାଗାରେ ଏକ ବଡ ପାଇପଟିଏ ଲଗାଇଛନ୍ତି ଏବଂ ପାଇପର ଉପରିଭାଗରେ ଏକ ଫନେଲ ଟିପ୍ ଟିଏ ଲଗାଇ ସେହି ପାଇପ ସାହାଯ୍ୟରେ ଅତି ଆରାମରେ ଷ୍ଟିମ୍ ନେଉଛନ୍ତି ।ସୋସିଆଲ୍ ମିଡିଆରେ ମଧ୍ୟ ଏହି ଭିଡିଓଟି ଏବେ ବେଶ୍ ଭାଇରାଲ ହେଉଥିବା ବେଳେ , କିଛି ୟୁଜର୍ସ ଭାରତରେ କିଛି ବି ସମ୍ଭବ ବୋଲି ମଧ୍ୟ କମେଟରେ ଲେଖୁଛନ୍ତି । ତେବେ ଏଭଳି ଉପାୟ ସତରେ ବେଶ ପ୍ରଂସଶାର ଯୋଗ୍ୟ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *