ଅଜିଠୁ ଖୋଲିବ ନବମ ଏବଂ ଏକାଦଶ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ. . .

ବିଶେଷ

ଆଜ୍ଞା ହଁ, ବର୍ତ୍ତମାନ ର ବଡ଼ ଖବର ଖୁବ ଶୀଘ୍ର ସ୍କୁଲ୍ ଖୋଲିବା କୁ ଯାଉଛି ନବମ ଏବଂ ଏକାଦଶ ଶ୍ରେଣୀ ପିଲାଙ୍କର । ତେବେ ରାତି ପାହିଲେ ସ୍କୁଲ ଖୋଲିଯିବ ବୋଲି ସୂଚନା ମିଳୁଛି। ପୁଣି ଥରେ ଆଗଭଳି ପିଲା ମାନଙ୍କ କୋଳାହଳ ବିଦ୍ୟାଳୟ ରେ ସୁଭିବ । ତେବେ କରୋନା ଭାଇରସ ର ସଂକ୍ରମଣ ପାଇଁ ଓ ହୋଇଥିବା କଟକଣା ଯୋଗୁଁ ସ୍କୁଲ୍ କଲେଜ୍ ସବୁ ବନ୍ଦ ରହିଥିଲା ମହାମାରୀ କୁ ଆଖି ଆଗରେ ରଖି । ଆଉ ଦୀର୍ଘ ୧୦ ମାସ ପରେ ସ୍କୁଲ୍ ଖୋଲିବା କୁ ନେଇ ଆସିଛି ନିଷ୍ପତି । ତେବେ ଏବେ ଯେତେବେଳେ ସ୍ଥିତି ଧୀରେ ଧୀରେ ନିୟନ୍ତ୍ରଣ କୁ ଆସିଛି ପୁରା ସ୍ଥିତି କୁ ଆଖି ଆଗରେ ରଖି ନିଷ୍ପତି ନେଇଛନ୍ତି ସରକାର।


ଏହି ଭଳି ବିଭିନ୍ନ କଟକଣା ଭିତରେ ସ୍କୁଲ ସ୍ବଭାବିକ ଭାବରେ ପୁଣି ଥରେ ଆରମ୍ଭ ହୋଇ ପାରିବ କି ନାହିଁ ଛାତ୍ର ଛାତ୍ରୀ ଦ୍ଵନ୍ଦ ରେ ଥିବା ବେଳେ ସ୍କୁଲ୍ ଖୋଲିଲେ ସ୍ବଭାବିକ ପରିସ୍ଥିତି ରେ କ୍ଲାସ୍ ହେବ ବୋଲି ସୂଚନା ମିଳିଛି ।

ଯଦି ବି ସ୍କୁଲ୍ ଖୋଲେ ତେବେ କରୋନା କଟକଣା କୁ ଦୃଷ୍ଟି ରେ କ୍ଲାସ୍ କରାଯିବ । ତେବେ ସ୍କୁଲ୍ ଖୋଲିବା ପାଇଁ ବିଦ୍ୟାଳୟ ପ୍ରସ୍ତୁତି ହୋଇ ସାରି ଥିବା ସହିତ ଛାତ୍ର ଛାତ୍ରୀ ମାନେ ମଧ୍ୟ ନିଜକୁ ପ୍ରସ୍ତୁତ କରି ସାରିଛନ୍ତି । ଏଥିପାଇଁ ବିଭାଗୀୟ ମନ୍ତ୍ରୀ ସମୀର ଦାସ ବିଭିନ୍ନ ସ୍କୁଲ୍ ବୁଲି ପରିଦର୍ଶନ କରି ଯାଞ୍ଚ୍ କରିଛନ୍ତି । ରାଜଧାନୀ ର ବିଭିନ୍ନ ସ୍କୁଲ ମାନଙ୍କ ପରିଦର୍ଶନ କରି କୋଭିଡ ସୁରକ୍ଷା ସମ୍ବନ୍ଧୀୟ ସମସ୍ତ ବ୍ୟବସ୍ଥାକୁ ନିଜେ ମନ୍ତ୍ରୀ ଯାଞ୍ଚ କରିଛନ୍ତି ଓ ମାର୍ଗଦର୍ଶିକା ମୁତାବକ କାର୍ଯ୍ୟ ସମ୍ପନ୍ନ ହୋଇଛି କି ନାହିଁ ଏହାର ଅନୁଧ୍ୟାନ କରିଛନ୍ତି ।

ବର୍ତ୍ତମାନ ସ୍କୁଲ୍ ରେ ଏହି କୋଭିଡ କଟକଣା କୁ ସ୍ଵତନ୍ତ୍ର ରୂପେ ମାନିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହିତ ପିଲା ମାନଙ୍କୁ ଏକତ୍ର ନକରିବା ପାଇଁ ଶିକ୍ଷକ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ତେଣୁ ସ୍କୁଲ୍ ର ପ୍ରାଥର୍ନା ସଭାକୁ ବାରଣ କରା ଯାଇଛି । ରାଜ୍ୟ ରେ ସମୁଦାୟ ୧୦ ହଜାର ୧୮ ଟି ସରକାରୀ ଓ ବେସରକାରୀ ସ୍କୁଲ ଖୋଲିବା ପାଇଁ ନିର୍ଦ୍ଦେଶ ଦିଆ ଯାଇଛି ।

ଏହା ସହିତ ୮ ହଜାର ସରକାରୀ ଓ ବଳକା ବେସରକାରୀ ସ୍କୁଲ ମାନ ମଧ୍ୟ ରହିଛି।ତେବେ ଶିକ୍ଷକ ମାନଙ୍କୁ ନିର୍ଦ୍ଦେଶ ଦିଆ ଯାଇଛି ଯେ ୧୦୦ ଦିନ କ୍ଲାସ୍ କରି ସିଲାବସ୍ ଶେଷ କରିବା ପାଇଁ ।ତେବେ ଦଶମ ଓ ଦ୍ଵାଦଶ ଶ୍ରେଣୀ ସ୍କୁଲ୍ ଖୋଲିବା ପାଇଁ ନିଷ୍ପତି ନେବା ଯୋଗୁ ସ୍କୁଲ୍ ମାନଙ୍କୁ ବିଶୋଧନ କରିବା ସହିତ ସ୍କୁଲ୍ ବାହାରେ ସଚେତନ ର ବୋର୍ଡ ମଧ୍ୟ ଲଗାଯାଇଛି।

ତେବେ ସ୍କୁଲ୍ ରେ ବିଭିନ୍ନ ସ୍ଥାନ ମାନଙ୍କ ରେ ସାନିଟାଇଜ ମେସିନ ଖଂଜା ଯାଇଛି।ତେବେ ଦଶମ ଓ ଦ୍ଵାଦଶ ଶ୍ରେଣୀ ସ୍କୁଲ୍ ଖୋଲିବା ପରେ ଘରୋଇ ସ୍କୁଲ ଖୋଲିବା ପ୍ରସଙ୍ଗ ରେ ମଧ୍ୟ ମନ୍ତ୍ରୀ ନିଜର ମନ୍ତବ୍ୟ ରଖିଛନ୍ତି ଓ କହିଛନ୍ତି ଯେ ଆସନ୍ତା ୧୪ ତାରିଖ ରୁ ନବମ ଓ ଏକାଦଶ ସ୍କୁଲ୍ ଖୋଲିବ ଓ ଏହାପରେ ଫେବୃଆରୀ ୧ ରୁ କେଜି ୱାନ ରୁ ଅଷ୍ଟମ ଶ୍ରେଣୀ ଯାଏଁ ସ୍କୁଲ୍ ଖୋଲାଯିବ।


ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ | ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ |

Leave a Reply

Your email address will not be published. Required fields are marked *