ଏମିତି ବି ଆସେ ମୃ-ତ୍ୟୁ ! ବିବାହ ବେଦୀରେ ଚାଲିଗଲା କନ୍ୟାର ଜୀବନ , ବର କରିନେଲା ….

ଖବର ବିଶେଷ

ବେଦୀ ଉପରେ ଚାଲିଗଲା କନ୍ୟାର ଜୀବନ।ବିବାହ ବେଦୀର ହୋମନିଆଁ ନାଲିଭୁଣୁ ସବୁଦିନ ପାଇଁ ଚିରନିଦ୍ରାରେ ଶୋଇପଡ଼ିଲା କନ୍ୟା। ବିବାହ ପରେ ଯେଉଁ ନୂଆ ଜୀବନକୁ ନେଇ ସ୍ବପ୍ନ ଦେଖିଥିଲା ତାହା ଏବେ ସବୁଦିନ ପାଇଁ ଭାଙ୍ଗିଯାଇଛି।ବେଦୀ ଉପରେ ହାତ ଗଣ୍ଠି ପଡ଼ିବା ସମୟରେ ହଠାତ୍ ଟଳିପଡ଼ିଲେ କନ୍ୟା। ଏହି ହୃଦୟ ବିଦାରକ ଘଟଣାଟି ଘଟିଛି ଉତ୍ତର ପ୍ରଦେଶର ଇଟାମାରି ଠାରେ। ଧୁମଧାମରେ ବିବାହ ଚାଲିଥିବା ସମୟରେ ଘୋଟିଗଲା ଦୁଃଖର କଳାବାଦଲ ।ଦେବୀ ସଜା ହୋଇ ମଣ୍ଡପରେ ବସିଥିଲେ ଉଭୟ ବର ଓ କନ୍ୟା।

ବରଣ ମାଳ ମଧ୍ୟ ଅବଳବଦଳ ସରିଥିଲା।ହେଲେ ବେଦୀ ଚାରିପଟେ ସାତ ଘେରା ସମ୍ପୂର୍ଣ୍ଣ ହେବା ପୂର୍ବରୁ ହୃଦଘାତରେ କନ୍ୟା ଜଣକ ନିଜର ଜୀବନ ହାରିଛନ୍ତି। ଉତ୍ତର ପ୍ରଦେଶର ଏହି ଘଟଣା ଏବେ ସଭିଙ୍କୁ ସ୍ତବ୍ଧ କରିଦେଇଛି। ଉତ୍ତର ପ୍ରଦେଶର ଇଟାମାରି ଅଂଚଳର ସମସ ପୁରରେ ଧୁମଧାମରେ ବିବାହ ଚାଲିଥିବା ବେଳେ ଏଭଳି ଏକ ଅଭାବନୀୟ ଘଟଣା ସ୍ଥାନୀୟ ଅଂଚଳରେ ଶୋକର ବିଷୟ ପାଲଟିଛି। ତେବେ ସୂଚନା ଅନୁଯାୟୀ, ସମସ ପୁରର ଜଣେକ କନ୍ୟା ସୁରଭିଙ୍କ ବିବାହ ପାଖ ମଞ୍ଜେସ ଗାଆଁ ର ଚିତ୍ତ ଭବନଙ୍କ ସହ ମେ ୨୫ ତାରିଖ ମଙ୍ଗଳବାର ଦିନ କରାଯିବାକୁ ସ୍ଥିର କରାଯାଇଥିଲା।

ପୂର୍ବ ନିର୍ଦ୍ଧାରିତ ତାରିଖ ଦିନ ବର ପକ୍ଷ ବରଯାତ୍ରୀ ସମେତ ବିବାହ ମଣ୍ଡପରେ ପହଂଚିଥିଲେ ।ଏହା ପରେ କନ୍ୟା ପକ୍ଷ ତାଙ୍କର ଧୁମଧାମରେ ସ୍ୱାଗତ କରିଥିଲେ। ରାତି ପ୍ରାୟ ସାଢେ଼ ଆଠଟା ସମୟରେ ବିବାହର ସମସ୍ତ ରୀତିନୀତି ଅନୁଯାୟୀ ବିବାହ କାର୍ଯ୍ୟ ଆରମ୍ଭ କରଯାଇଥିଲା। ବରଣ ମାଲା, ସିନ୍ଦୁର ପିନ୍ଧା ଓ ଅନ୍ୟାନ୍ୟ ନୀତି ଶେଷ ହେବା ପରେ ବର କନ୍ୟା ଫେରା ନେବା ପାଇଁ ପ୍ରସ୍ତୁତ ହେଉଥିଲେ। ହେଲେ ହଠାତ୍ ଏହାରି ଭିତରେ ରାତି ୨:୩୦ ସମୟରେ କନ୍ୟା ଜଣଙ୍କ ହଠାତ୍ ବେହୋସ୍ ହୋଇ ତଳେ ପଡ଼ିଯାଇଥିଲେ। ଏହାକୁ ଦେଖି ବିବାହ ମଣ୍ଡପରେ ଉପସ୍ଥିତ ସମସ୍ତ ଲୋକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ଅନେକ ଚେଷ୍ଟା ସତ୍ତ୍ଵେ ଚେତା ନ ଫେରିବାରୁ ପରିବାର ଲୋକେ କନ୍ୟାଙ୍କୁ ସଙ୍ଗେ ସଙ୍ଗେ ହସପିଟାଲ ନେଇଯାଇଥିଲେ। ହେଲେ ସେତେବେଳକୁ ସବୁକିଛି ଶେଷ ହୋଇଯାଇଥିଲା। ହୃଦଘାତ ଫଳରେ ଜୀବନ ଯାଇଥିବା ଡାକ୍ତର ସ୍ପଷ୍ଟ କରିଥିଲେ। ଏହା ଶୁଣି ପରିବାର ଲୋକେ ଦୁଃଖରେ ଭାଙ୍ଗିପଡିଥିଲେ। ପରେ ଉଭୟ ପରିବାରର ସହମତି କ୍ରମେ ମୃତ କନ୍ୟାଙ୍କ ସାନଭଉଣିକୁ କନ୍ୟା ରୂପରେ ସଜାଇ ସେହି ମଣ୍ଡପରେ ସେହି ବର ସହ ବିବାହ କରାଯାଇଥିଲା। ଶେଷରେ ଝିଅ ବିଦାୟ ସରିବା ପରେ କନ୍ୟାଙ୍କ ମୃ- ତ ଦେହକୁ ଅନ୍ତିମ ସଂସ୍କାର ପାଇଁ ନିଆଯାଇଥିଲା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *