ବହୁ ଚର୍ଚ୍ଚିତ ପରି କେସ ରେ ନୂଆ ମୋଡ଼ ତଦନ୍ତ କରିପାରେ ସିବିଆଇ।ପରି କୁ ନାୟ ଦେବାପାଇଁ ସୁପ୍ରିମ କୋର୍ଟ ଙ୍କ ଦ୍ୱାରସ୍ଥ ହେଲେ ପରୀଙ୍କ ମା ସୌଦାମିନୀ ସାହୁ। ଘଟଣାର ସିବିଆଇ ତଦନ୍ତ ଦାବିରେ ସୌଦାମିନୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ।
ଆଜି ସୁପ୍ରିମ କୋର୍ଟ ସିବିଆଇ ଓ ଓଡିଶା ସରକାର ଙ୍କୁ ନୋଟିସ ଜାରି କରିଛନ୍ତି। ଜଷ୍ଟିସ ଏଏମ ଖାନଓ୍ବିଲକରଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବା ସହ ସିବିଆଇକୁ ନୋଟିସ ଜାରି କରିଛନ୍ତି।
କୁନି ଝିଅ ପରି କେସ ରେ ଏସଆଇଟି ତଦନ୍ତ ରେ ଅସନ୍ତୋଷ ପ୍ରକାଶ କରି ସିବିଆଇ ତଦନ୍ତ ଦାବି ରେ ସୁପ୍ରିମ କୋର୍ଟ ଙ୍କ ଦ୍ୱାରସ୍ଥ ହୋଇଛନ୍ତି ପରିର ପରିବାର ଲୋକ। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ମହେଶ ଜେଠମାଲାନୀ ଓ ରବି ଶର୍ମା ବେଞ୍ଚ ଆଗରେ ଉପସ୍ଥିତ ରହି ପକ୍ଷ ରଖିଥିଲେ।
ଏହି ଆବେଦନରେ ସୌଦାମିନୀ ଦର୍ଶାଇଛନ୍ତି ଯେ ଏହି ମାମଲାରେ ସ୍ଥାନୀୟ ପୁଲିସର ଭୂମିକା ଉପରେ ଏକ ପ୍ରଶ୍ନଚିହ୍ନ ଲାଗିଥିବାରୁ ତଦନ୍ତ ସିବିଆଇ ପରି ଏକ ନିରପେକ୍ଷ କେନ୍ଦ୍ରୀୟ ଏଜେନ୍ସି ଦ୍ବାରା କରାଯାଉ ।ସିବିଆଇ ତଦନ୍ତ କଲେ ଏହି ମାମଲା ର ସବୁ ସତ୍ୟ ଜଣାପଡିବ ଓ ପ୍ରକୃତ ଦୋଷୀ ଦଣ୍ଡ ପାଇପାରିବ।ଏବଂ କୁନି ଝିଅ ପରି ନାୟ ପାଇପାରିବ ବୋଲି କହିଛନ୍ତି ପରିବାର ଲୋକ।ତେବେ ଦେଖାଯାଉ ସିବିଆଇ ତଦନ୍ତ ହେଉଛି କି ନାଇ।
ତେବେ ଏହି ମାମଲାରେ ଆଜି ଜୁଭେନାଇଲ ଜଷ୍ଟିସ ବୋର୍ଡରେ ହାଜର ହାଇଥିଲା ଅଭିଯୁକ୍ତ ନାବାଳକ ।ଶୁଣାଣି ଶେଷ ହେବା ପରେ ରାୟ କୁ ସ୍ଥଗିତ ରଖିଛନ୍ତି ବୋର୍ଡ। ଅଭିଯୁକ୍ତ ନାବା ଳକ ବ୍ରେନ ମ୍ୟାପିଂ ପାଇଁ ଅରାଜି ହୋଇଥିବା ସୂଚନା ମିଳିଛି ।
ପରି କେସ ର ପ୍ରତ୍ୟେକ ଟି ଅପଡେଟ ପାଇଁ ଆପଣ ମାନେ ଆମ ସହ ଯୋଡି ହୋଇରହିଥାନ୍ତୁ ଆମେ ଆପଣ ମାନଙ୍କ ପାଇଁ କିଛି ଅପଡେଟ ଆସିଲେ ନେଇଆସିବୁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ | ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ