ଭୋକର ବିକଟାଳ ଦୃଶ୍ୟ ଖାଇବାକୁ ନ ପାଇ ଅପପୃଷ୍ଟି ର ଶିକାର ହେଲା, ଓଜନ ମାତ୍ର 7 କେଜି , ପିଲାଟି ପାଇଁ ଗୋଟିଏ ସେୟାର କରନ୍ତୁ ସରକାରଙ୍କ ପାଖରେ ପହଞ୍ଚାନ୍ତୁ

ଖବର

ଭୋକର ବିକଟାଳ ଦୃଶ୍ୟ ଏମିତି ଦୃଶ୍ୟ ଆପଣମାନେ କେବେବି ଦେଖିନଥିବେ ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ଖବର କହିବାକୁ ଯାଉଛୁ।ଏମିତି ଗୋଟିଏ ଭୟାବହ ଦୃଶ୍ୟ ଆସିଛି ୟେମେନ ରୁ ଭୋକରେ ରହି କଙ୍କାଳ ହୋଇଯାଇଥିବା 7 ବର୍ଷ ଶିଶୁ ର ଏକ ଭୟାବହ ଫଟ ସାମ୍ନା କୁ ଆସିଛି। ପାରାଲିସିସା ଓ ଅପପୃଷ୍ଟିର ଶିକାର ସମିମର ଓଜନ ମାତ୍ର ୭ କିଲୋ।

ଏକ ଖବର ମୁତାବକ ଅପପୃଷ୍ଟି ଯୋଗୁଁ ସମିମର ଅବସ୍ଥା ବହୁତ ଖରାପ ହୋଇଯାଇଥିଲା।ବହୁତ କଷ୍ଟ ରେ ପିଲାଟିର ଜୀବନ ବଞ୍ଚିଛି।ପିଲାଟି ବର୍ତ୍ତମାନ ୟେମେନ ରାଜଧାନୀ ସନାର ଏକ ମେଡିକାଲ ରେ ଚିକିତ୍ସା ହେଉଛି। ଅଲ ଶବିନ ହସ୍ପିଟାଲର ଅପପୃଷ୍ଟି ୱାର୍ଡର ସୁପରଭାଇଜର ଡାକ୍ତର ରାଗେହ ମହମ୍ମଦ କହିଛନ୍ତି ଯେତେବେଳେ ପିଲାଟିକୁ ମେଡିକାଲ କୁ ଅଣାଯାଇଥିଲା ସେତେବେଳେ ତାର ସ୍ଥିତି ବହୁତ ଖରାପ ଥିଲା।

ପିଲାଟିର ଜୀବନ ବଞ୍ଚାଇବାକୁ ବହୁତ କଷ୍ଟ ହୋଇପଡିଥିଲା।କିନ୍ତୁ କଥାରେ ଅଛି ରଖିବେ ହରି ମାରିବ କିଏ।ଭଗବାନ ଙ୍କ ଆଶୀର୍ବାଦ ରୁ ଠିକ୍ ସମୟରେ ଠିକ୍ ଚିକିତ୍ସା କରାଯିବାରୁ ପିଲାଟିର ଜୀବନ ବଞ୍ଚିପାରିଥିଲା ।ବର୍ତ୍ତମାନ ପିଲାଟିର ଅବସ୍ଥା ପୂର୍ବ ଅପେକ୍ଷା ଭଲ ଥିବା ନେଇ ଡାକ୍ତର କହିଛନ୍ତି। ଡାକ୍ତର କହିଛନ୍ତି ଯେ ସମିମ ଗମ୍ଭୀର ଅପପୃଷ୍ଟି ଏବଂ ସେରବ୍ରଲ ପ୍ଲାଜିର ଶିକାର।

ଡାକ୍ତର କହିଛନ୍ତି ଦେଶରେ ଅପପୃଷ୍ଟି ର ମାତ୍ରା ବଢ଼ିବାରେ ଲାଗିଛି।ପିଲାଟିକୁ ମେଡ଼ିକାଲ ନେବା ପାଇଁ ତାଙ୍କ ପରିବାର ଲୋକ ଦୀର୍ଘ 170 ଯିବାକୁ ପଡିଥିଲା। ପିଲାଟିର ଚିକିତ୍ସା କରିବା ପାଇଁ ପରିବାର ଲୋକଙ୍କ ପାଖରେ ଅର୍ଥ ନଥିଲା।ଚିକିତ୍ସା ପାଇଁ ପରିବାର ଲୋକ ଅନ୍ୟ ଉପରେ ନିର୍ଭର କରୁଥିଲେ।

ଏମେନ ରେ ସରକାର ମରୁଡି ଘୋଷଣା କରିନାହାନ୍ତି କିନ୍ତୁ 6 ବର୍ଷ ଯୁଦ୍ଧ ପରେ ଦେଶର 80 ପ୍ରତିଶତ ଲୋକ ସାହଯ୍ୟ ଭରସାରେ ବଞ୍ଚିଛନ୍ତି।
ସଂଯୁକ୍ତ ରାଷ୍ଟ୍ର ର ସାହାର୍ଯ୍ୟ ରେ 2018 ଶେଷ ଆଡକୁ ରିଲିଫ କାର୍ଯ୍ୟ ଜୋରରେ ଚାଲିଥିଲା ।କିନ୍ତୁ ପୁଣି କୋରୋନା ମହାମାରୀ କଟକଣା ପାଇଁ ରିଲିଫି କାର୍ଯ୍ୟ ରେ ବାଧା ସୃଷ୍ଟି ହୋଇଛି।ୟେମେନ ରେ ବନ୍ୟା ଯୋଗୁଁ ମଧ୍ୟ ସ୍ଥିତି ଖରାପ ହୋଇଯାଇଥିଲା। ୨୦୧୫ ମସିହାରୁ ୟେମେନ ଯୁଦ୍ଧର ସାମ୍ନା କରୁଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ | ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ |

Leave a Reply

Your email address will not be published. Required fields are marked *