ସରକାରଙ୍କ ବଡ ନିଷ୍ପତି, ବିଧବା ପ୍ରଥା ସମାପ୍ତ ହେବ, ସ୍ଵାମୀ ଚାଲିଯିବା ପରେ ମହିଳାଙ୍କୁ କେହି ଶଙ୍ଖା ସିନ୍ଦୁର ବାହାର କରିବା ପାଇଁ ବାଧ୍ୟ କରି ପାରିବେ ନାହି

ଖବର

ଦର୍ଶକ ବନ୍ଧୁ ବର୍ତ୍ତମାନ୍ ସମୟ ରେ ମହାରାଷ୍ଟ୍ର ସରକାର ଏକ ସୁଧାରତ୍ମକ ପଦକ୍ଷେପ ନେବା କୁ ଯାଉଛନ୍ତି , ହଁ ମହାରାଷ୍ଟ୍ର ସରକାର୍ ଏକ ନୂଆ ଆଇନ ଆଣି ପାରନ୍ତି । ତେବେ ଶହ ଶହ ବର୍ଷ ଧରି ଚାଲିଥିବା ବିଧବା ଉଚ୍ଛେଦ କରିବାକୁ ନେଇ । ତେବେ ସ୍ବାମୀ ମୃତ୍ୟୁ କରିବା ପରେ ସ୍ତ୍ରୀ ମଥା ରୁ ସିନ୍ଦୂର ହାତ ରୁ ଚୁଡ଼ି ଭାଙ୍ଗିବା ଓ ମଙ୍ଗଳ ସୂତ୍ର ବାନ୍ଧିବା ଉପରେ କେହି ଜଣେ ବିଧବା ମହିଳା ଙ୍କୁ ବାଧ୍ୟ କରି ପାରିବେ ନାହିଁ ।

ତେବେ ରାଜ୍ୟ ସରକାର୍ ହେରବାଡ ପଞ୍ଚାୟତ ନିଷ୍ପତ୍ତି ଗ୍ରହଣ କରି ଏହା କୁ ସାରା ରାଜ୍ୟ ରେ ପ୍ରଚଳନ କରିବା କୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏହି ରାଜ୍ୟ ସରକାର ତରଫ ରୁ ରାଜ୍ୟ ର ପ୍ରତି ପଞ୍ଚାୟତ କୁ ପଠା ଯାଇଛି । ତେବେ ଜିଲ୍ଲା ପରିଷଦ ର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଙ୍କୁ ଦାୟିତ୍ବ ପାଳନ କରିବା ର ଦାୟିତ୍ଵ ଦିଆ ଯାଇଛି ।

ତେବେ ଯେଉଁ ମାନେ ଏହି ନିୟମ କୁ ଉଲଂଘନ କଲେ ତାଙ୍କ ପାଇଁ କୌଣସି ଦଣ୍ଡ ବିଧାନ ର ପ୍ରାବଧାନ ଅଣାଯାଇ ନାହିଁ କିନ୍ତୁ ଜିଲ୍ଲା ପରିଷଦ ମୂଖ୍ୟ କାର୍ଯ୍ୟକାରୀ ଅଧିକାରୀ ଙ୍କୁ ବ୍ୟାପକ ଜନସଚେତନ ସୃଷ୍ଟି କରିବା କୁ ନିର୍ଦ୍ଦେଶ ଦିଆ ଯାଇଛି । ତେବେ ଚଳିତ ମାସ ୪ ତାରିଖ ରେ ହେରାବାଡ ଗ୍ରାମ ପଞ୍ଚାୟତ ପକ୍ଷ ରୁ ପଞ୍ଚାୟତ ଏଭଳି ଏକ ଅମାନବୀୟ ପ୍ରଥା ବନାଡ କରିବା ନେଇ ଏକ ପ୍ରସ୍ତାବ ପାରୀତ କରିଥିଲା ।


ତେବେ ବର୍ତ୍ତମାନ୍ ସମୟ ରେ ଏହାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ରେ ଅଛି । ଏହାପରେ ମହାରାଷ୍ଟ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ହସ ମୁଶ୍ରିଫ ସବୁ ଗ୍ରାମ ପଞ୍ଚାୟତ କୁ ଏକ ନିର୍ଦ୍ଦେଶ ଜାରିଟ କରି ହରବାଡ ଗ୍ରାମ ପଞ୍ଚାୟତ କୁ ଅନୁକରଣ କରିବାକୁ କୁହା ଯାଇଥିଲା ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.