ଦର୍ଶକ ବନ୍ଧୁ ବର୍ତ୍ତମାନ୍ ସମୟ ରେ ଜଣେ ପ୍ରେମିକ ତାର ପ୍ରେମିକା ପାଇଁ ଥାନା ର ଦ୍ବାରସ୍ଥ ହୋଇଛନ୍ତି । ତେବେ ପ୍ରେମିକ ଠାରୁ ମୋବାଇଲ୍ ଠାରୁ ସୁନା ପର୍ଯ୍ୟନ୍ତ ସବୁକିଛି ନେଇଥିଲା କିନ୍ତୁ ପ୍ରେମିକା ଜନକ ବର୍ତ୍ତମାନ୍ ସମୟ ରେ ଅନ୍ୟ ଜଣେ ପିଲା ଙ୍କ ପ୍ରେମ ରେ ବାୟା ହେଲା ଓ ପ୍ରେମିକ କୁ ଧୋକା ଦେଲା ।
ତେବେ ଏହାକୁ ପ୍ରେମିକ ଜଣକ ସହ୍ୟ ନକରି ପରି କିଛି ଉପାୟ ନ ଥିବା ରୁ ସିଧା ଥାନା କୁ ଯାଇ ଏକ ମାମଲା ରୁଜୁ କରିଛନ୍ତି ପ୍ରେମିକ ସମୀର ଜେନା । ତେବେ ବର୍ତ୍ତମାନ୍ ସମୟ ରେ ଏହି ମାମଲା ଟି ବେଶ୍ ଚର୍ଚ୍ଚା ରେ ଅଛି । ତେବେ କିଛି ମେସେଜ ମଧ୍ୟ ଦେଖିବାକୁ ମିଳିଛି ଓ ଏହି ମେସେଜ ରେ ପ୍ରେମିକ ଓ ପ୍ରେମିକା ର କେତେ ବେଳେ ଉଭୟ ଙ୍କ ମଧ୍ୟ ରେ ଝଗଡ଼ା ହୋଇଛି ତ ଆଉ କେତେବେଳେ ପ୍ରେମ ମଜବୁତ୍ ହୋଇଛି ।
ତେବେ ବନ୍ଧୁଗଣ ଏହି ପ୍ରେମୀ ଯୁଗଳ ଅଡିଓ ସହିତ ଭିଡିଓ କଲ ରେ ମଧ୍ୟ କଥା ହେଉଥିଲେ । ତେବେ ଉଭୟ ଙ୍କ ପ୍ରେମ ବେଶ୍ ସୁଖମୟ ଥିଲା । ତେବେ ପ୍ରେମିକା କୁ ସମୀର ଅନେକ ଉପହାର ଦେଇଥିଲେ ତେବେ ସୁନା ଠାରୁ ମୋବାଇଲ୍ ପର୍ଯ୍ୟନ୍ତ ସବୁ କିଛି । ଦାମିକିଆ ଉପହାର କୁ ନେଇ ପ୍ରେମିକା ମଧ୍ୟ ବେଶ୍ ଖୁସି ଥିଲା ।
ତେବେ ଏହାରି ଭିତରେ ପ୍ରେମିକା ଜଣକ ଅନ୍ୟ ଜଣେ ଯୁବକ ଙ୍କୁ ଭଲ ପାଈ ବସିଲେ । ତେବେ ଯାଜପୁର ଟାଉନ ଥାନା ଅନ୍ତର୍ଗତ ରାହ୍ ସାହି ଗ୍ରାମ ର ସମୀର ସଦର ଥାନା ଅନ୍ତର୍ଗତ ବାଲିଆମଣ୍ଡଳୀ ଗ୍ରାମ ର ଜଣେ ଯୁବତୀ ଙ୍କୁ ୬ ବର୍ଷ ହେଲା ଭଲ ପାଉଥିଲେ । ତେବେ ତାଙ୍କୁ ବିବାହ କରିବା ପାଇଁ ମଧ୍ୟ ଆଶା ରଖି ଥିଲେ ।
ତେବେ ଉଭୟ ଏକାଠି ରହିବା ନିଷ୍ପତ୍ତି ନେଇ ଥିଲେ ଓ ପ୍ରେମିକା ପଛରେ ପ୍ରେମିକ ଜଣକ ଅନେକ ଟଙ୍କା ଖର୍ଚ୍ଚ କରି ଥିଲେ । ତେବେ ବର୍ତ୍ତମାନ୍ ସମୟ ରେ ପ୍ରେମିକ ଥାନା ରେ ଓ ସେ ପୋଲିସ କୁ କହିଛନ୍ତି ଯେମିତି ପ୍ରେମ ରେ ଆଘାତ ଲାଗିଲେ ପ୍ରେମିକା ବା ଯୁବତୀ ମାନ ଙ୍କୁ ନ୍ୟାୟ ମିଲୁଛି ମୋତେ ବି ନ୍ୟାୟ ଦରକାର । ତେବେ ଏହି ସହିତ ସମସ୍ତ ଙ୍କୁ କହିଛନ୍ତି ଏହି ଭଳି କାହାକୁ ଭଲ ପାଇଁ ବିଶ୍ୱାସ କରି ଫସନ୍ତୁ ନହିଁ ।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।