ଫୁଣି ସୃଷ୍ଟି ହେଲା ଆଉ ଏକ ଲଘୁଚାପ, ଚିନ୍ତାରେ ଉପକୂଳ ବାସୀ, ୧୯ ରେ ସ୍ପଷ୍ଟ ହେବ ଚିତ୍ର! – ଦେଖନ୍ତୁ ଭିଡିଓ

ରାଜ୍ୟ

ଅସାନି ଯାଉ ଯାଉ ଫୁଣିଥରେ ରେ ଚିନ୍ତା କାରଣ ଆସିଲାଣି ଲଘୁଚାପ । 19 ସୁଦ୍ଧା ହୋଇପାରେ ସ୍ପଷ୍ଟ୍ ହେବ ଚିତ୍ର । ମୌସୁମୀ ବର୍ଷା ଦେଇ ପାରେ ଟେନସନ୍ । ଓଡିଶା ଉପରେ ବାତ୍ୟା ଅସାନି ଚିନ୍ତା ଦୁରେଇ ଗଲା ପରେ ଫୁଣି ଆସିଲାଣି ଆଉ ଗୋଟିଏ ନୂଆ ଚିନ୍ତା । ତେଣେ ଓଡିଶା ଉପରେ ବାତ୍ୟା ଅସାନି ଭୟ ତଳିଥିଲେ ମଧ୍ୟ ବଙ୍ଗୋପସାଗର ରେ ଆଉ ଗୋଟିଏ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ଅଧିକ ସମ୍ଭାବନା ରହିଛି ।

ଏଇ ନେଇ ପାଣି ପାଗ ବିଭାଗ ପୁର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ଅନୁସାରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପ ସାଗର ରେ ଆସନ୍ତା 19 ତାରିଖ ସୁଦ୍ଧା ଏହି ଲଘୁଚାପ ସୃଷ୍ଟି ହୋଇ ପାରେ । ଏହା ଦିନେ କିମ୍ବା ଦୁଇ ଦିନ ଭିତରେ ଦକ୍ଷିଣ ଆଣ୍ଡାମାନ ସଗରକୁ ପ୍ରବେଶ କରିବ । ଏହା ପରେ ଏହାର ରୂପ ରେଖ ଓ ପ୍ରଭାବ କ’ଣ ରହିବ ସେ ନେଇ ଆକଳନ କରାଜାଇ ପାରିବ ବୋଲି ଏହା ଆଇ ଏମ ଡି କହିଛି ।

ତେବେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ମେ 15 ତାରିଖ ମଧ୍ୟ ରେ ଦକ୍ଷିଣ ଆଣ୍ଡାମାନ ସାଗର ଏହାର ନିକଟବର୍ତ୍ତି ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ପୁର୍ବା ଅନୁମାନ କରି ସାରିଛି । ଆଗକୁ ସୃଷ୍ଟି ହେବାକୁ ଯାଉଥିବା ଲଘୁଚାପ କ୍ଷେତ୍ର ରେ ମୌସୁମୀ ବାୟୁ ସକ୍ରିୟ ହେବ ବୋଲି ଆଗକୁ ଆଶା କରା ଯାଉଛି ।

ଚଳିତ ବର୍ଷ 27 ମେ ରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବା ନେଇ ପୁର୍ବା ଅନୁମାନ କରା ଯାଇଛି । ଯାହାକି ସ୍ବାଭାବିକ ତାରିଖ ଠାରୁ ପୂର୍ବ ରୁ ଛୁଇଁବା ନେଇ ପୁର୍ବାନୁମାନ ହୋଇ ସାରିଛି । ଏ ନେଇ ଆଞ୍ଚଳିକ ପାଣିପାଗ ପକ୍ଷ ରୁ ସୁଚନା ଦିଆ ଯାଇଛି । ସୁଚନା ଥାଉ କି ରାଜ୍ୟ ର ଅଧିକାଂଶ ସ୍ଥାନ ରେ ଗ୍ରୀଷ୍ମ ପ୍ରଭାବ ଅଧିକ ଜାରି ରହିଛି ।

ଗତ କାଲି ଟିଟିଲାଗଡ଼ ରର ସର୍ବାଧିକ ଠାରୁ ଉତ୍ତପ୍ତ ସହର ହୋଇଥିବା ସମସ୍ତେ ଜାଣନ୍ତି । ତେବେ ଏଠାରେ ଗତ କାଲି ତାପମାତ୍ରା 43 ଡିଗ୍ରୀ ଉପରେ ଅଧିକ ରହିଥିଲା । ତେବେ 24 ଘଣ୍ଟା ଭିତରେ ଦେଶ ରେ 11 ରାଜ୍ୟ ରେ 4 ଡିଗ୍ରୀ ରୁ ଅଧିକ ତପମାତ୍ରା ରହିଥିଲା ।
ତେବେ ଫୁଣିଥରେ ଲଘୁଚାପ ସୃଷ୍ଟି ହୋଇ ଥିବାରୁ ସମସ୍ତ ଙ୍କ ମନରେ ଫୁଣିଥରେ ଚିନ୍ତା ପଶି ଯାଇଛି ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published. Required fields are marked *