ମହାଭାରତର ସେ ଚକ୍ରବ୍ୟୁହ କଣ? କାହିଁକି ଭଗବାନ ଶୀକୃଷ୍ଣ ଅଭିମନ୍ୟୁକୁ ରକ୍ଷା କରିଲେ ନାହି ? ଜାଣନ୍ତୁ ସେଇ ରହସ୍ୟକୁ

ବିଶେଷ

ଆସନ୍ତୁ ଜାଣିବା ଲୋକପ୍ରିୟ ପୌରାଣିକ ଧାରାବାହିକ ବିଷୟ ରେ ଯାହାକୁ ଆପଣ ମାନେ ବହୁତ ଭଲ ଭାବରେ ଜାଣିଥିବେ ତେବେ ସେହି ପୌରାଣିକ ଧାରାବାହିକ ଟି ହେଉଛି ମହାଭାରତ ବିଷୟରେ କିନ୍ତୁ ମହାଭାରତ କୁ ଯେତିକି ଥର ଦେଖିଲେ ମଧ୍ୟ ବହୁତ ଭଲ ଲଗିଥାଏ । ଏଥିରେ କିଛି ଘଟଣା ଏମିତି ଥିଲା ଦର୍ଶକ ବନ୍ଧୁ ମାନେ କି ମହାଭାରତ ର ମହାଯୁଦ୍ଧରେ ଏକ ପ୍ରକାରର ବ୍ୟୁହ ତିଆରି କରିଥିଲେ ସେ ହେଉଛି ଚକ୍ରବିହ୍ବ । ଯେଉଁଥିରେ ମୃତ୍ୟୁ ବରଣ କରିଥିଲେ ମହାଯୁଦ୍ଧର ମହାଯୁଦ୍ଧା ଅର୍ଜୁନ ଙ୍କ ପୁତ୍ର ମହାବୀର ଅଭିମନ୍ୟୁ । ଭଗବାନ କୃଷ୍ଣ ତାଙ୍କ ମାମୁ ହୋଇଥିଲେ ମଧ୍ୟ ଆଉ ଏହି ସବୁ ବିଷୟ ରେ ଜାଣି ମଧ୍ୟ ଅଭିମନ୍ୟୁ ଙ୍କୁ ରକ୍ଷା କରି ନଥିଲେ ।

ଆପଣ ମାନେ ଭାବୁ ଥିବେ କାହିଁକି । ତେବେ ଯୁଦ୍ଧ ଲଢେଇ କରିବା ପାଇଁ ସେନାପତି ମାନେ ବ୍ୟୁହ ରଚନା କରିଥାନ୍ତି । ଠିକ ସେମିତି ମହାଭାରତ ଯୁଦ୍ଧ ରେ ରଚନା କରାଜାଇଥିଲା ଚକ୍ରବ୍ୟୁହ । ଯେଉଁ ଚକ୍ରବିହ୍ବ ର ରଚନା କରିବା ର ଅର୍ଥ ରଣକ୍ଷେତ୍ର୍ ରେ କିପରି ସୈନିକ ମାନେ ଯୁଦ୍ଧ ଅସ୍ତ୍ର୍ ସହିତ ସୈନିକ ମାନକୁ କିପରି ସଜାଇ ରଖେ ତାହା ହିଁ ବୁଝେ ।

ଆକାଶ ମାର୍ଗ ରୁ ଦେଖିଲେ ଏହି ଚକ୍ରବ୍ୟୁହ ଟି କିପରି ସଜା ଯାଇଛି ଜଣା ପଡେ । ଏହି ଚକ୍ରବ୍ୟୁହ ଭିତର କୁ ପ୍ରବେଶ କରିବା ର ରାସ୍ତା ଥିଲା କିନ୍ତୁ ବାହାର କୁ ବାହାରିବା ରାସ୍ତା ନଥିଲା ଆଉ ଏହି ଚକ୍ରବ୍ୟୁହ ର ରଚନା କରି ଥିଲେ ଗୁରୁ ଦ୍ରୁଣାଚାର୍ଯ୍ୟ । ଏହି ଚକ୍ରବ୍ୟୁହ ରେ ସୈନିକ ମାନେ ସମସ୍ତେ ଗୋଲକାର୍ ଅବସ୍ଥା ରେ ଥାଆନ୍ତି । ଏବଂ ଗୁରୁଥିବା ଅବସ୍ଥା ରେ ଥାଆନ୍ତି ।

ଯଦି କେହି ନୂଆ ଯୁଦ୍ଧା ସୈନିକ କୁ ମାରି ବ୍ୟୁହ ଭିତରକୁ ପ୍ରବେଶ କରେ ତେବେ ସାଙ୍ଗେ ସାଙ୍ଗେ ଆଉ ଜଣେ ସୈନିକ ସେ ମରିଯାଇଥିବା ଜାଗା ରେ ଛିଡା ହୋଇ ପଡେ । ଅର୍ଥାତ୍ ରାସ୍ତା ପୁଣି ବନ୍ଦ କରିଦିଏ । ଆଉ ପଶି ଯାଇଥିବା ନୂଆ ଯୁଦ୍ଧା ଚକ୍ରବ୍ୟୁହ ଭୀତ ରେ ଫସି ଯାଏ । ସେଦିନ ଯେପରି ଅଭିମନ୍ୟୁ ଚକ୍ରବ୍ୟୁହ ରେ ଫସି ଯାଇଥିଲେ । ଏମିତି ସ୍ତର ପରେ ସ୍ତର ସୈନିକ ସହ ଲଢ଼ି ଲଢ଼ି ଯୁଦ୍ଧା ଶେଷ ରେ ଠକି ଯାଏ । କାରଣ ଏପରି ଚକ୍ରବ୍ୟୁହ ରୁ ସୈନିକ ମାନେ ଶେଷ ହୁଅନ୍ତି ନାହିଁ ।

ତାପରେ ଅଭିମନ୍ୟୁ ସେହି ଚକ୍ରବ୍ୟୁହ ରୁ ବାହାରି ପାରିଲା ନାହିଁ ତଥାପି ସେ ବଡ଼ ବଡ଼ ଯୁଦ୍ଧା ଙ୍କ ସହ ଯୁଦ୍ଧ କରି ଚଲିଲେ । ତାର ଶେଷ ନିସ୍ବାସ୍ ପର୍ଯ୍ୟନ୍ତ ସେ ବୀର ଯୁଦ୍ଧା ଭଳି ଲଢ଼ି ଚଲିଲା । କୁହାଯାଏ ଅଭିମନ୍ୟୁ ତାଙ୍କ ମାଙ୍କ ଉତ୍ତରା ଙ୍କ ଉଦର ରେ ଥିଲା ବେଳେ ଅର୍ଜୁନ ଉତ୍ତରା ଙ୍କୁ ଚକ୍ରବ୍ୟୁହ ଭିତର କୁ ପ୍ରବେଶ କରିବା କଥା ଶୁଣାଇ ଥିଲେ । ଆଉ ଅଭିମନ୍ୟୁ ତାହା ସୁଣିଥିଲେ । କିନ୍ତୁ ଚକ୍ରବ୍ୟୁହ ରୁ ବାହାରିବା କଥା ଶୋଇ ଯାଇଥିବା କାରଣ ରୁ ଉତ୍ତରା ଶୁଣି ପାରି ନଥିଲେ । ଏବଂ ଅଭିମନ୍ୟୁ ମଧ୍ୟ ଶୋଇ ଯାଇଥିବା କାରଣ ରୁ ଶୁଣି ପରି ନଥିଲେ ।

ମହାଭାରତ ଯୁଦ୍ଧ ର ବହୁତ ବଡ଼ ଯୁଦ୍ଧ ରେ ଏକ ଚକ୍ରବ୍ୟୁହ ର ଯୋଜନା କରା ଯାଇଥିଲା । ସେହି ସମୟ ରେ ମହାବୀର ଅଭିମନ୍ୟୁ ଚକ୍ରବ୍ୟୁହ ରେ ପଶି ଥିଲେ । ଅବଶ୍ୟ ଏ ବିଷୟ ରେ କୃଷ୍ଣ ଜାଣିଥିଲେ ଅଭିମନ୍ୟୁ ଚକ୍ରବ୍ୟୁହ ରୁ ବାହାରିବା ଜାଣି ନାହିଁ । ଅର୍ଥାତ୍ ସେ ଅର୍ଜୁନ କୁ ଅନ୍ୟ ପଟ କୁ ନେଇ ଯାଇଥିଲେ । ତେବେ ବହୁତ ପ୍ରଶ୍ନ ଆସେ କି କୃଷ୍ଣ ମାମୁ ହେଇ ଏମିତି କାହିଁକି କଲେ ସେ ଚାହିଁ ଥିଲେ ସେ ଅଭିମନ୍ୟୁ କୁ ବଞ୍ଚେଇ ପାରିଥାନ୍ତେ । ନିଜ ଭଣଜା କୁ କାହିଁକି ମରଣ ଆଡ଼ କୁ ଫେଲି ଦେଇ ଥିଲେ ।

ତେବେ ଚକ୍ରବ୍ୟୁହ ଭୀତ ରେ ଗୁରୁ ଦ୍ରୋଣ କର୍ଣ ଏମିତି ସାତ ଜଣ ଯୁଦ୍ଧା ଯୁଦ୍ଧ ର ନିୟମ ଭଙ୍ଗ କରି ଅଭିମନ୍ୟୁ କୁ ବଦ୍ଧ କରି ଦେଇଥିଲେ କିନ୍ତୁ ଭଗବାନ କୃଷ୍ଣ ଅଭିମନ୍ୟୁ କୁ ରକ୍ଷା କରି ନଥିଲେ । ତାର କାରଣ ଥିଲା ଅର୍ଜୁନ ତାଙ୍କ ବନ୍ଧୁ ବଂଶ ସହଦୋର ମାନଙ୍କ ସହିତ ଯୁଦ୍ଧ କରିବାକୁ ଇଚ୍ଛା ପ୍ରକାଶ କରିନଥିଲେ ଯଦି ଅଭିମନ୍ୟୁ ଙ୍କ ବଦ୍ଧ ହୋଇ ନଥାନ୍ତା ତେବେ ସେ ନିଜ କୁ ଯୁଦ୍ଧା ବୋଲି ଭାବି ନଥାନ୍ତେ ଆଉ ସେ ଯୁଦ୍ଧ ମଧ୍ୟ କରିବାକୁ ଇଚ୍ଛା ପ୍ରକାଶ କରି ନଥିଲେ ତେଣୁ ସେ ଅଭିମନ୍ୟୁ ଙ୍କୁ ବଞ୍ଚାଇ ନଥିଲେ ଶ୍ରୀ କୃଷ୍ଣ ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.