କର୍ମ ର ଫଳ ଦିନେ ନା ଦିନେ ନିଶ୍ଚୟ ପ୍ରାପ୍ତ ହେବ, କୌଣସି ବି କାମ କରିବା ପୂର୍ବରୁ ଥରେ ଏହି ଭିଡିଓ ଟି କୁ ଦେଖି ନିଅନ୍ତୁ

ଜୀବନଚର୍ଯ୍ୟା

ବନ୍ଧୁଗଣ ଏହି ଦୁନିଆରେ ଏମିତି ବହୁତ ଲୋକ ଥାଆନ୍ତି ଯେଉଁ ମାନେ ଭାଗ୍ୟ ଉପରେ ବହୁତ ଭରସା ଓ ବିସ୍ବାସ୍ କରିଥାନ୍ତି । ତେବେ ଏ ଦୁନିଆ ଆମେ ଯେତେ ଆଗକୁ ଗଲେ ମଧ୍ୟ ଧର୍ମ ଅଧର୍ମ କର୍ମ ଅକର୍ମ ଆଉ ଭାଗ୍ୟ ଦ୍ରୁଭାଗ୍ୟ ଉପରେ ଅଧିକ ଭରସା କରନ୍ତି । ତେବେ ଏହା ମଧ୍ୟ ସତ କି ଭାଗ୍ୟ ବା କର୍ମ ଏ ଦୁଇଟି ଶବ୍ଦ ସତ ଅଟେ ।

ତେବେ ଏ ଦୁନିଆ ରେ ଅନେକ ପ୍ରକାରର ଲୋକ ଅଛନ୍ତି । କିଛି ଲୋକ କର୍ମକୁ ବିଶ୍ଵାସ କରିଥାନ୍ତି ତ ଆଉ କିଛି ଲୋକ ଭାଗ୍ୟକୁ ବହୁତ ବିଶ୍ୱାସ କରନ୍ତି । ଯେଉଁ ମାନେ କର୍ମକୁ ବିଶ୍ଵାସ କରନ୍ତି ତାଙ୍କୁ ଆମେ କର୍ମବାଦୀ କହିଥାଉ ଆଉ ଯେଉଁ ମାନେ ଭାଗ୍ୟକୁ ସେମାନଙ୍କୁ ଆମେ ମାନେ ଭାଗ୍ୟବାଦୀ କହିଥାଉ । କିନ୍ତୁ ପ୍ରକୃତ କଥା ହେଉଛି ଯେଉଁ ମଣିଷ କର୍ମ ସିଦ୍ଧ କର୍ମ ବିଶ୍ଵାସ ସୁକର୍ମ କରେ ତାର ଭାଗ୍ୟ ସ୍ଵୟଂ ଚାଳିତ ଭାବରେ ତିଆରି ହୁଏ । ଏହା ହେଉଛି ଏକ ବିରାଟ ପ୍ରସଙ୍ଗ ।

ଆପଣଙ୍କ ଭାଗ୍ୟ ପରିବର୍ତ୍ତନ କରିବାର କଲମ ହେଉଛି ଏକ ମାତ୍ର ହେଉଛି କର୍ମ । ଯଦି ଆପଣ ନିଜ ଭାଗ୍ୟକୁ ନିର୍ଧାରଣ କରିବାକୁ ଚାହୁଁ ଛନ୍ତି ତା ହେଲେ ଏହି ମୂହୁର୍ତ୍ତରେ ନିଜ କର୍ମକୁ ଠିକ ଭାବରେ କରନ୍ତୁ । କର୍ମ ଫଳ ସୁନିଶ୍ଚିତ ଭାବରେ ମିଳେ । କର୍ମ ଫଳ ବହୁ ଗୁଣିତ ହୋଇ ମିଳି ଥାଏ । ଆଜି ନୁହେତ କାଲି ନିଶ୍ଚୟ କର୍ମ ଫଳ ଭୋଗିବାକୁ ପଡିବ । ଆଜି ଏ ଦୁନିଆରେ ଯେତେ ଦୁର୍ଦିନ ଦେଖା ଯାଉଛି ଯେତେ ଅସୁବିଧା ଦେଖା ଯାଉଛି ତାର ମୂଳରେ ହେଉଛି ଗୋଟିଏ ମାତ୍ର ଜିନିଷ କର୍ମ ଯାହା ଆମକୁ ପରା ମୁହୂର୍ତ ରେ ଫଳ ଦିଏ କର୍ମ ର ।

ମଣିଷ ଭାବନ୍ତି ସେମାନେ ହାତରେ ଯେଉଁ ଜିନିଷ କରୁଛୁ ସେଇଆ ହେଉଛି କର୍ମ ହେଲେ ନା ହାତରେ ଯେଉଁ କର୍ମ କରୁଛନ୍ତି ସେ କେବଳ କର୍ମ ବୋଲି କହିବ ଭୁଲ ତେବେ ଶବ୍ଦରେ ଯାହା କହୁଛନ୍ତି ସେ ହେଉଛି କର୍ମ, ବିଚାରରେ ଯାହା ଭାବୁଛନ୍ତି ସେ ବି ହେଉଛି କର୍ମ ଆଉ ହାତରେ ବି ଯାହା କରୁଛେ ସେ ବି କର୍ମ । କର୍ମ ଦିଶେ ନାହିଁ ଅଦୃଶ୍ୟ ହୋଇ ରହିଛି ତେବେ କର୍ମ ହେଉଛି ଆମ ଭାବନା କାହିଁକି ନା ଆମେ ଆମ ଭାବନା ଅନୁସାରେ ସବୁ କର୍ମ କରୁଛେ । କର୍ମକୁ ଠିକ କରିଦିଅନ୍ତୁ ଆପଣଙ୍କ ଜୀବନରେ ସବୁ କିଛି ଠିକ ହୋଇଯିବ ଆପେ ଆପେ ଆଉ କିଛି ଭାବି ବାକୁ ପଡ଼ିବନି ।

ଯଦି ଜୀବନକୁ ସୁନ୍ଦର ହିସାବରେ କାଟିବାକୁ ଚାହୁଁ ଛନ୍ତି ତା ହେଲେ ଅମୂଲ୍ୟ ଶିକ୍ଷାକୁ ଶୁଣନ୍ତୁ ଆଉ କୁହନ୍ତୁ ଆଉ ଅମୂଲ୍ୟ ରାସ୍ତାରେ ଚାଲନ୍ତୁ । ପ୍ରକୃତ କର୍ମ କଣ ତାକୁ ବୁଝନ୍ତୁ । ଆଜିକାଲି ଲୋକ ମାନଙ୍କ ମନରେ ଏହି ବିଶ୍ଵାସ ରହୁଛି ଯେ, କର୍ମଫଳ କଣ ସତରେ ମିଳିଥାଏ । ଯଦି କର୍ମ ଫଳ ମିଳେ ତା ହେଲେ ବହୁତ ଲୋକ ଖରାପ କର୍ମ କରି ଖୁସିରେ ରହୁଛନ୍ତି କିପରି । ଆଉ ବହୁତ ଲୋକ ଭଲ କର୍ମ କରି ମଧ୍ୟ ବହୁତ ଖରାପ ଅବସ୍ଥାରେ ଅଛନ୍ତି ଆଉ ଦିନ ରାତି କାନ୍ଦୁଛନ୍ତି ।

ବନ୍ଧୁଗଣ ଜୀବନର ସବୁଠାରୁ ବଡ ସତ୍ୟ ହେଉଛି କର୍ମ ଫଳ ମିଳେ ଆପଣ ମାନନ୍ତୁ କି ନ ମାନନ୍ତୁ । ସମସ୍ତ କର୍ମର ହିସାବ ହୁଏ ଆଜି ନହେଲେ କାଲି କର୍ମ ର ଫଳ ମିଳେ । ଆଉ ଭଲ କର୍ମ କରିଥିଲେ ଭଲ କର୍ମ ଫଳ ଆଉ ଖରାପ କଲେ ଖରାପ କର୍ମ ଫଳ ମିଲିଥାଏ । ଆମେ ଏଥିପାଇଁ ଏହାକୁ ବିଶ୍ବାସ କରିପାରୁନୁ କାରଣ ଆମେ ଯେଉଁ ଜିନିଷ କରୁଛୁ ତୁରନ୍ତ ତାହାର ଫଳ ଆମକୁ ମିଳୁ ନାହିଁ ହେଲେ ଆଗକୁ ନିଶ୍ଚୟ ମିଳିବ ଏହା ବିଶ୍ବାସ କରିବାକୁ ହେବ । କିଛି କର୍ମ ତୁରନ୍ତ ଫଳ ଦିଏ, କିଛି କର୍ମର ଫଳ କିଛି ମାସରେ ମିଳେ ତ କିଛି ଜନ୍ମ 100 ବର୍ଷ ପରେ ଆର ଜନ୍ମରେ ଫଳ ଦେଇଥାଏ । ବନ୍ଧୁଗଣ କର୍ମ ଫଳ ତ ନିଶ୍ଚିତ ମିଳିବ ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.