ଲୋକପ୍ରିୟ ସିଙ୍ଗର ଅସୀମା ପଣ୍ଡାଙ୍କ (Aseema Panda) ଙ୍କ ଫେସବୁକ ଆକାଉଣ୍ଟ ହ୍ୟା-କ ହେଲା, କିଏ କରିଲା ହ୍ୟା-କ? – ଦେଖନ୍ତୁ ଭିଡିଓ

ମନୋରଞ୍ଜନ

ଓଡିଶା ଏବେ ନୂଆ ନୂଆ ଟ୍ୟାଲେଣ୍ଟ ପ୍ରତିଦିନ ଆସୁଛନ୍ତି । ଏବେ ଓଡିଶା ଅନେକ ସିଙ୍ଗର ଲୋକପ୍ରିୟତା ପାଇଛନ୍ତି। ସେମାନଙ୍କ କଣ୍ଠ ର ଯାଦୁ ରେ ଲୋକମାନଙ୍କୁ ମତୁଆଲା କରିବାରେ ସଫଳ ହୋଇଛନ୍ତି। ଆଜି ଆମେ ଏମିତି ଜଣେ ସିଙ୍ଗର ଙ୍କ ବିଷୟରେ ଏଠାରେ କହିବୁ ଯିଏ ଆଜିର ଦିନ ଓଡିଶା ର ସବୁ ଠାରୁ ଲୋକପ୍ରିୟ ସିଙ୍ଗର ଅଟନ୍ତି । ତାଙ୍କ ସହ ଏକ ଘଟିଥିବା ଘଟଣା ବିଷୟରେ କହିବୁ ଯାହା ସେ ନିଜେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରି ତାଙ୍କ ଫ୍ୟାନ ମାନଙ୍କୁ ଜଣାଇଛନ୍ତି ।

ତେଣେ ଏହି ଲୋକପ୍ରିୟ ସିଙ୍ଗର ଜଣକ ଆଉ କେହି ନୁହନ୍ତି ସେ ହେଲେ ଅସୀମା ପଣ୍ଡା। ଅସୀମା ପଣ୍ଡା ଆଜି ଓଡିଶା ଘରେ ଘରେ ପରିଚିତ । ସେ ଅନେକ ଭଜନ, ଆଲବମ ଓ ସିନେମାରେ ଗୀତରେ କଣ୍ଠଦାନ କରିଛନ୍ତି । ତାଙ୍କର ସୁମୁଧର ସ୍ଵର ପାଇଁ ଆଜି ସେ ଲୋକପ୍ରିୟତା ର ଶିଖର ରେ ପହଞ୍ଚି ପାରିଛନ୍ତି ।

ତେବେ ଦର୍ଶକ ମାନେ ଅସୀମା ଙ୍କ ସମସ୍ତ ଗୀତ କୁ ବହୁତ ପସନ୍ଦ କରି ଥାଆନ୍ତି ଓ ତାଙ୍କ ଗୀତ ଶୁଣିବାପାଇଁ ମଧ୍ୟ ବେଶ୍ଇଚ୍ଛୁକ ଥାଆନ୍ତି । ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଏହି ଗାୟିକା ଜଣକ ସୋସିଆଲ ମିଡ଼ିଆ ରେ ବେଶ୍ ସକ୍ରିୟ ରହୁଛନ୍ତି ନିଜ ପ୍ରଶଂସକ ପାଇଁ ।

ତେବେ ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ଗାୟିକା ଅସୀମା ପଣ୍ଡା ତାଙ୍କ ସୋସିଆଲ ମିଡ଼ିଆ ଇନଷ୍ଟାଗ୍ରାମ ପେଜ ରେ ନିଜ ପ୍ରଶଂସକ ମାନ ଙ୍କୁ ଏକ ବଡ ତଥ୍ୟ ଦେଇଛନ୍ତି । ହଁ ବନ୍ଧୁ ଅସୀମା ପଣ୍ଡା ତାଙ୍କ ସୋସିଆଲ ମିଡ଼ିଆ ଇନଷ୍ଟାଗ୍ରାମ ପେଜ ଷ୍ଟୋରି ରେ ଲେଖିଛନ୍ତି ଯେ ତାଙ୍କ ଫେସବୁକ୍ ଅଫିସିଆଲ୍ ଆକାଉଣ୍ଟ୍ ହ୍ୟାକ ହୋଇ ଯାଇଛି ।


ତେବେ ସେ ସ୍ପଷ୍ଟ କରିବାକୁ ଚାହୁଁ ଛନ୍ତି ଯେ ତାଙ୍କର ଆନୁଷ୍ଠାନିକ ଭାବରେ ଯାଞ୍ଚ ହୋଇଥିବା ଫେସବୁକ୍ ପେଜ ଯାହା ମୋ ଦ୍ଵାରା ସିଧା ସଳଖ ପରିଚାଳିତ ହେଉ ନାହିଁ ଓ ଅସୀମା ଙ୍କ pr କାହା ଦ୍ୱାରା ହ୍ୟାକ୍ ହୋଇ ଯାଇଛି ଓ ଏହି ପେଜ ରେ ଅପ୍ରାସଙ୍ଗିକ ବିଷୟ ବସ୍ତୁ ଏବଂ ଭିଡିଓ ପୋଷ୍ଟ କରୁଛି।

ଅସୀମା ଆହୁରି କହିଛନ୍ତି ମୋର୍ ଦଳ ସେହି ପେଜ କୁ ପୁନର୍ବାର ପ୍ରବେଶ କରିବାକୁ ଅସମର୍ଥ, ତେବେ ଅସୀମା ଏହି ବିଷୟ ରେ ସାଇବର ସେଲ ଙ୍କୁ ସୂଚନା ଦେଇଛନ୍ତି ଓ ସେମାନେ କଡ଼ା କାର୍ଯ୍ୟାନୁଷ୍ଠାନ ଖୁବ୍ ଶୀଘ୍ର ନେବେ ନିଶ୍ଚିନ୍ତ କରିଛନ୍ତି । ତେବେ ସେଥିପାଇଁ ଅସୀମା ଅନୁରୋଧ କରି କହିଛନ୍ତି ସେହି ପୋଷ୍ଟ ଗୁଡିକୁ କୌଣସି ଗୁରୁତ୍ଵ ନ ଦିଅନ୍ତୁ । ତେବେ ଏହା ପୁନରୁଦ୍ଧାର ହେବା ପରେ ସେ ସେହି ପେଜ ରେ ଏକ ଭିଡିଓ ପୋଷ୍ଟ କରି ଜଣାଇବେ ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.