ବାପା ବଜାରକୁ ଯାଇ ପରିବା ବିକୁଥିଲେ, ଝିଅର ଦୃଢ ଇଚ୍ଛା ଶକ୍ତି ପାଇଁ ଝିଅ ହେଲା ଜଜ୍, ଝିଅ ସଫଳତାକୁ ବାପା କହିଲେ ଏମିତି – ଦେଖନ୍ତୁ ଭିଡିଓ

ବିଶେଷ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଏକ କଥା ଯେ ପରିଶ୍ରମ କଲେ ଫଳ ସୁନିଶ୍ଚିତ । ତେବେ କିଏ ପରିଶ୍ରମ କରି ବହୁତ କମ୍ ଦିନ ରେ ସଫଳ ହୋଇ ଯାଉଛି ତ ଆଉ କିଏ ପରିଶ୍ରମ କରି ବହୁତ୍ ସମୟ ଲାଗିଥାଏ ସଫଳ ହେବା ପାଇଁ । ତେବେ ପରିଶ୍ରମ କେବେ ବିଫଳ ଯାଏ ନାହିଁ ।ତେବେ ଏଠି ମଣିଷ ଥରେ ବିଫଳ ହୋଇଗଲେ ପରିଶ୍ରମ ଛାଡ଼ି ଦେଇଥାଏ ।

ତେବେ ବନ୍ଧୁଗଣ ଆଜି ଆମେ ଆମର ଏହି ପେଜ ମାଧ୍ୟମ ରେ ଏମିତି ଏକ ବିଷୟ ରେ ଜାଣିବା ଯେଉଁଠି ଜଣେ ପନିପରିବା ବିକୁଛି ବାପା ଓ ଝିଅ ବିଚାରପତି । ହଁ ବନ୍ଧୁ ଇନ୍ଦୋର ରେ ସିଭିଲ ଜର୍ଜ ହୋଇଛନ୍ତି ଅଙ୍କିତା ନଗର ଯାହାଙ୍କ ବୟସ ୨୫ ବର୍ଷ ଓ ବାପା ତାଙ୍କର ପନିପରିବା ବିକ୍ରୟ କରି ଥାଆନ୍ତି ।

ତେବେ ଫଳାଫଳ ପରେ ସେ ଉତ୍ତୀର୍ଣ୍ଣ ହୋଇଥିଲେ ଓ ସେ ପ୍ରଥମେ ଆସି ତାଙ୍କ ମାଆ ଙ୍କୁ ଜଣାଇ ଥିଲେ ଏହି ଖୁସି ଖବର ଟି । ତେବେ ସେ ଫଳାଫଳ ବାହାରିବା ର ସପ୍ତାହ ପରେ ସେ ତାଙ୍କ ପରିବାର କୁ ଜଣାଇଥିଲେ କାରଣ ପରିବାର ଲୋକ ସେହି ସମୟ ରେ ଇନ୍ଦୋର ବାହାରେ ଥିଲେ ।

ତେବେ ବନ୍ଧୁଗଣ ସିଭିଲ ଜର୍ଜ ପରୀକ୍ଷା ରେ ଅଙ୍କିତା ନିଜ ଏସସି କୁଟା ରେ ୫ମ ପଦବୀ ହାସଲ କରିଛନ୍ତି ।ତେବେ ସେ କହିଛନ୍ତି ପରିବାର ର ସମସ୍ତ ସଦସ୍ୟ ପନିପରିବା ବିକ୍ରୟ କରି ଥାଆନ୍ତି ।ତାଙ୍କ ବାପା ସକାଳ ୫ ଟାରୁ ଉଠି ମଣ୍ଡି ଯାଇଥାନ୍ତି ଓ ମା ସମସ୍ତ ଙ୍କ ପାଇଁ ସକାଳୁ ଖାଦ୍ୟ ପ୍ରସ୍ତୁତ କରି ଥାଆନ୍ତି ଓ ପରେ ଠେଲା କୁ ଯାଇ ପନିପରିବା ବିକ୍ରୟ କରି ଥାଆନ୍ତି ।

ବଡ ଭାଇ ଆକାଶ ବାଲୁକା ବଜାର ରେ ଶ୍ରମିକ ଭାବେ କାର୍ଯ୍ୟ କରି ଥାଆନ୍ତି ଓ ସାନ ଭଉଣୀ ବିବାହିତ । ତେବେ ଅଙ୍କିତା ଦିନ ୮ ଘଣ୍ଟା ପାଠ ପଢୁଥିଲେ । ତେବେ ସନ୍ଧ୍ୟା ସମୟ ରେ ଲୋକ ଗହଳି ହୋଇଥିବା ସମୟ ରେ ସେ ପନିପରିବା ବିକ୍ରୟ କରି ବାକୁ ଯାଇ ଥାଆନ୍ତି ।ତେବେ ସେ ୩ ବର୍ଷ ହେଲା ଏହି ସିଭିଲ ଜର୍ଜ ପାଇଁ ପ୍ରସ୍ତୁତ ହେଉଥିଲେ ଓ ସେ ଆଜି ସିଭିଲ ଜର୍ଜ ହୋଇଛନ୍ତି ପରିଶ୍ରମ କରି ଚାଲ ସଫଳ ସୁନିଶ୍ଚିତ ଆଜି ହେଉ ବା କାଲି ନିଶ୍ଚୟ ମିଳିବ ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.