ବଙ୍ଗୋପସାଗର ରେ ବଳ ଗୋଟାଉଛି ବାତ୍ୟା ଆସାନି, ବାତ୍ୟା ପ୍ରଭାବରେ ୧୦ ରୁ ୧୨ ତାରିଖ ଯାଏଁ ଓଡିଶାରେ ପ୍ରବଳ ବର୍ଷା ହେବ, କେଉଁ ଜାଗାରେ ପ୍ରଭାବ ଅଧିକ ରହିବ ଜାଣିବା ପାଇଁ – ଦେଖନ୍ତୁ ଭିଡିଓ

ରାଜ୍ୟ

ବାତ୍ୟା ନା କହିଲେ ଡର ଲାଗୁଛି ତେବେ ବାତ୍ୟା ହେଲେ କେତେ କ’ଣ କ୍ଷତି ହେବନି । ପୂର୍ବ ରୁ ଯାହା ବି ବାତ୍ୟା ଆସିଛି ତାହା ବହୁତ କ୍ଷତି କରିଛି ବହୁ ଚାଷୀ ମାନଙ୍କ ର । ତେବେ ଏହି ବାତ୍ୟା କେତେ କ’ଣ କ୍ଷତି କରିବା ତାହା ବାତ୍ୟା ଆସିଲା ଓଅରେ ଜଣା ପଡିବ । ତେବେ ଯାହା ମଧ୍ୟ ହେବ ତାହା ପାଇଁ ଲୋକ ମାନେ କେତେ ସଜାଗ ହେଉଛନ୍ତି ତାହା ଉପରେ ମଧ୍ୟ ଆଲୋଚନା ଚାଲିଛି ।

ବଙ୍ଗୋପସାଗର ରେ ବଳ ଗୋଟାଉଛି ବାତ୍ୟା ଅସାନି । ଗଭୀର ଅବପାତ ଆଜି ବାତ୍ୟା ର ରୂପ ନେଲା । ଆଉ କାଲି ନେଇଯିବ ପ୍ରବଳ ବାତ୍ୟା ର ରୂପ । ହେଲେ ପୂର୍ବ ଭଳି ଆଇ ଏମ ଡି ଆକଳନ କହୁଛି ସମୁଦ୍ର ରେ ଯେତେ ବଳ ଗୋଟାଇଲେ ମଧ୍ୟ ଏହା ପ୍ରବଳ ବାତ୍ୟା ରେ ସୀମିତ ରହିବ ବାତ୍ୟା ଅସାନି । ଉପକୂଳ ଅତିକ୍ରମ କରିବାର ସମ୍ଭାବନା ନାହିଁ ।

ଆଇ ଏମ ଡି ଙ୍କ ଅନୁସାରେ 10 ତାରିଖ ରେ ବଙ୍ଗୋପସାଗର ର ପଶ୍ଚିମ ରେ କେନ୍ଦ୍ରିଭୂତ ହେବ । ପରେ କ୍ରମଶଃ ଉତ୍ତର-ପୁର୍ବ ଦିଗ ରେ ଗତି କରିବ । ଆଇ ଏମ ଡି ଡିଜି ଙ୍କ ସୁଚନା ଅନୁଯାୟୀ ବାତ୍ୟାର ପ୍ରଭାବ ରେ ଉପକୂଳ ଅଞ୍ଚଳ ପବନ ର ବେଗ ଘଣ୍ଟା ପ୍ରତି 40 ରୁ 60 କିଲୋମିଟର ବେଗରେ ପବନ ବହିବ । ତେବେ ଆସନ୍ତା କାଲି ଠାରୁ ସମୁଦ୍ର ଅଧିକ ଠାରୁ ଦୁରେଇ ରହିବ ପାଇଁ ଆସନ୍ତା ଠାରୁ ମତ୍ସ୍ୟଜୀବି ମାନଙ୍କ ପାଇଁ ସତର୍କ ସୁଚନା ହେଇଛି ।

ତେବେ ଏହାର ପ୍ରଭାବ ରୁ 9 ତାରିଖ ପାଖରୁ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ନିକଟସ୍ଥ ଉତ୍ତର ପଶ୍ଚିମ ଉପକୂଳ ବର୍ତ୍ତୀ ବଙ୍ଗୋପସାଗର ସମୁଦ୍ର ଅସାନ୍ତ ରହିବ । ତେବେ ପବନ ର ବେଗ 50 ରୁ 60 ରହିବ ଏପରି ଆରମ୍ଭ ହୋଇ ପବନ ର ବେଗ ବଢିବ କି ଅଧିକ ହେବ କିନ୍ତୁ ଏହା କୌଣସି ଉପକୂଳବର୍ତ୍ତୀ କୁ ଛୁଇଁବ ନାହିଁ । ପାଣିପାଗ ଅନୁସାରେ ଅସାନି ପ୍ରଭାବ ରେ 10 ତାରିଖ ସଂନ୍ଧ୍ୟା ରୁ 12 ତାରିଖ ଭିତରେ ଓଡିଶା ର ଉପକୁଳବର୍ତ୍ତୀ ଜିଲ୍ଲା ଗୁଡିକ ରେ ସାମାନ୍ୟ ରୁ ମଧ୍ୟମ ଧରଣ ର ବର୍ଷା ହେବ।

10 ତାରିଖ ରେ ଗଜପତି , ଗଞ୍ଜାମ ଓ ପୁରୀ ରେ ବର୍ଷା ହେବ । 11 ତାରିଖ ରେ ଗଞ୍ଜାମ , ପୁରୀ ସହ , ଖୋର୍ଦ୍ଧା , କଟକ ଜଗତସିଂପୁର ରେ ବର୍ଷା ହେବ । ଏବଂ 12 ତରିଖ ରେ ପୁରୀ ଜଗତସିଂପୁର କଟକ ଓ କେନ୍ଦ୍ରାପଡା ଭଦ୍ରକ ବଲେଶ୍ବର ରେ ଅଧିକ ବର୍ଷା ହେବ । ଏପରି କି ବାତ୍ୟା ସମୟ ରେ ଏହି କିଛି ଜିଲ୍ଲା ରେ ପ୍ରବଳ ବର୍ଷା ରେ ମଧ୍ୟ ହେବ ।

ବର୍ଷା 10 ତାରିଖ ସଂନ୍ଧ୍ୟା ଠାରୁ ଓଡିଶା ଉପକୂଳ ବର୍ତ୍ତୀ ରେ କିଛି କିଛି ଜିଲ୍ଲା ମାନଙ୍କ ରେ ମଧ୍ୟମ ଧରଣ ର ବର୍ଷା ରହିବ । 10 ତାରିଖ ସଂନ୍ଧ୍ୟା ରୁ ଆରମ୍ଭ ହୋଇ 11 ତାରିଖ ରେ ପୁରା ଦିନ ରହିବ । ଗଞ୍ଜାମ ଗଜପତି ପୁରୀ ରେ ଅଧିକ ବର୍ଷା ହେବ । ଏହି ତିନି ଦିନରେ ଏହି ଜିଲ୍ଲା ରେ ଅଧିକ ବର୍ଷା ରହିବ ।

ବାତ୍ୟା ଉପକୂଳ ଛୁଇଁ ନଥିବାରୁ ପବନ ରେ ତ ଡର ନାହିଁ ହେଲେ ଅଦିନିଆ ରେ ବର୍ଷା ପ୍ରଭାବ ରେ ଅମଳ ଅପେକ୍ଷା ଥିବାରେ ଫସଲ କ୍ଷତି ନଷ୍ଟ ହେବା ଆଶଙ୍କା ଥିବରେ ଉପକୂଳବର୍ତ୍ତି ରେ ଥିବା ଚାଷି ମାନେ । ତେଣୁ କିଛି କିଛି ସ୍ଥାନ ରେ ଧାନ ଓ ମୁଗ ଅମଳ ଉପଜୋଗ୍ ନ ହଉଣୁ ତରତର କରି ଅମଳ କରି ଘରେ ରଖିବାକୁ ସମସ୍ତେ ଚେଷ୍ଟା କଲେଣି ।

ଆଗଥର ବାତ୍ୟା ରେ ବହୁତ କିଛି କ୍ଷତି ହୋଇଥିଲା ଚାଷି ମାନଙ୍କ ର ଯାହା କି ଏପର୍ୟ୍ଯନ୍ତ କ୍ଷତି ପୂରଣ ହେଇ ନାହିଁ । ତେବେ ଏହି ବାତ୍ୟା ରେ କିପରି ଭାବରେ ନିଜର କ୍ଷତି କୁ ସହିବେ ସେହି ବିଷୟ ପ୍ରଥମ ରୁ ଆଲୋଚନା ହେଉଛି ଚାଷି ମାନଙ୍କ ଭିତରେ । ଯାଦି ପ୍ରଥମ ରୁ ଅମଳ କୁ ନ ଜଗିବେ ତେବେ ବାତ୍ୟା ରେ ସବୁ ଫସଲ ନଷ୍ଟ ହେଇଯିବ । ଏହି ବାତ୍ୟା ଘୋଷଣା ହେବାରୁ ସବୁ ଚାଷି ଡରି ଯାଇଛନ୍ତି ଆଉ ଆଗୁଆ ନିଜ ଫସଲ କୁ ବଞ୍ଚେଇବା କୁ ଚେଷ୍ଟା କରୁଛନ୍ତି ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.