ଦିନେ ଓଡିଶା ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ବିଜୁ ବାବୁଙ୍କୁ ଜିପ୍ ରେ ଗାଁ ରୁ ସହର ବୁଲାଉଥିଲେ, ଆଜି ଏମିତି ଅବସ୍ଥା ଦେଖିଲେ ଆଖି ଓଦା ହୋଇଯିବ – ଦେଖନ୍ତୁ ଭିଡିଓ

ବିଶେଷ ରାଜ୍ୟ

ଦର୍ଶକ ବନ୍ଧୁ ଆପଣମାନେ ସ୍ବର୍ଗତ ବିଜୁ ପଟ୍ଟନାୟକ ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ , ତେବେ ବନ୍ଧୁଗଣ ଆଜି ଆମେ ଏହି ପେଜ ମାଧ୍ୟମ ରେ ବିଜୁ ବାବୁ ଙ୍କ ସାରଥୀ ବିଷୟରେ ଜାଣିବା । ହଁ ବନ୍ଧୁ ସାରଥୀ ମାନେ ବିଜୁ ବାବୁ ଙ୍କ ଡ୍ରାଇଭର । ତେବେ ସିନେ ସେ ବିଜୁ ବାବୁ ଙ୍କ ସହ ସବୁ ଆଡ଼େ ବୁଲା ବୁଲି କରୁଥଲେ ।


ତେବେ ବନ୍ଧୁଗଣ ଆଜି ସେହି ବ୍ୟକ୍ତି ଜଣକ ଖାଇବାକୁ ପାଉ ନାହାଁନ୍ତି ,ତେବେ ସେ ରହୁ ଥିବା ଘର କୁ ଆପଣମାନେ ଦେଖିଲେ ଆଶ୍ଚର୍ଯ୍ୟ ହୋଇ ଯିବେ ଯେ ଝାଟି ମାଟି ରେ କଟୁଛି ଜୀଵନ । ତେବେ ବନ୍ଧୁଗଣ ଏହି ବ୍ୟକ୍ତି ଜଣକ ଆଠଗଡ଼ ତିଗିରିଆ ବ୍ଳକ ଅନ୍ତର୍ଗତ ବାଲିପୁଟ ପଞ୍ଚାୟତ ର ଗିରିକୋଟ ଗାଆଁ ରେ ରହୁଥିବା ବୃନ୍ଦାବନ ମହାରଣା ।

ତେବେ ବନ୍ଧୁଗଣ ଏହି ବ୍ୟକ୍ତି ଜଣକ ଦିନ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କୁ ଜିପ୍ ରେ ବୁଲାଉ ଥିଲେ । ତେବେ ବର୍ତ୍ତମାନ୍ ସମୟ ରେ ବହୁତ୍ କଷ୍ଟ ରେ ରହୁଛନ୍ତି । ତେବେ ତାଙ୍କ ପରିବାର କହିଲେ ବୃନ୍ଦାବନ ଓ ତାଙ୍କ ପତ୍ନୀ ପିଲା , ନାତି ନାତୁଣୀ ମାନେ ।ତେବେ ଭଙ୍ଗା ଚାଲ ଛପର ରେ ଦିନ କାଟୁଛନ୍ତି ନିଜ ପରିବାରର ଲୋକ ସହିତ ।

ତେବେ ଘର ନ ଥିବାରୁ ପୁଅ ଭୁବନେଶ୍ୱର ରେ ରହି ଅତି ଚଳାଉ ଛନ୍ତି । ତେବେ ଘର ର ମରାମତି ତାଙ୍କ ପାଖ ରେ ଅର୍ଥ ନାହିଁ । ତେବେ ବନ୍ଧୁଗଣ ସେ ପ୍ରଥମେ ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରେନ ମିତ୍ର ଙ୍କ ଗାଡି ଚାଳକ ଥିଲେ ।ତେବେ କିଛି ଦିନ ବୀରେନ ଙ୍କ ଗାଡ଼ି ଚଳାଇବା ପରେ ତାଙ୍କ ସହ ଦେଖା ହୋଇଥିଲା ବିଜୁ ବାବୁ ଙ୍କ ସହିତ ।

ତେବେ ସୁନ୍ଦର ଆଚାର ବ୍ୟବହାର କୁ ଦେଖି , ବିଜୁ ବାବୁ କହିଥିଲେ ତାଙ୍କ ନୂଆ କରି ଆଣିଥିବା ଜିପ କୁ ଚଳାଇବା ପାଇଁ ।ତେବେ ୧୯୭୭ ମସିହା ରେ ସେ ବିଜୁ ବାବୁ ଙ୍କ ଗାଡି ଚଳାଇବା ଆରମ୍ଭ କରି ଥିଲେ । ତେବେ ବିଜୁ ବାବୁ ଙ୍କ ପାଖ ରେ ୭ ବର୍ଷର ରହିଛନ୍ତି କିନ୍ତୁ ଆଜି ସେହି ବ୍ୟକ୍ତି ଅଵସ୍ଥା ବେଶ୍ ଦୁର୍ବଳ କିନ୍ତୁ ସେ ସଦା ସର୍ବଦା ସମସ୍ତ ଙ୍କୁ କହି ଥାଆନ୍ତି ମୁଁ ବିଜୁ ବାବୁ ଙ୍କ ଡ୍ରାଇଭର ।

୭ ବର୍ଷ ବିଜୁ ବାବୁ ଙ୍କ ପାଇଁ କାମ କରୁଥିବା ବ୍ୟକ୍ତି ଙ୍କୁ ବର୍ତ୍ତମାନ୍ ପର୍ଯ୍ୟନ୍ତ ସରକାର୍ କିଛି ବି ବ୍ୟବସ୍ଥା କରି ନାହାଁନ୍ତି , ତେବେ ସେଠାକାର ବାସିନ୍ଦା ଗଣ ମାଧ୍ୟମ ନିକଟ ରେ ଅନୁରୋଧ କରିଛନ୍ତି ତାଙ୍କୁ କିଛି ସହଯୋଗ କରିବା ପାଇଁ ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.