ଆପଣ ମାନେ ଜାଣିଛନ୍ତି କି ହେବାକୁ ଯାଉଛି ଶ୍ରମିକ ମାନଙ୍କ ର ସର୍ବନିମ୍ନ ମଜୁରୀରେ ସଂଶୋଧନ। ଏହା ଏପ୍ରିଲ ୧ରୁ ନୂଆ ନିୟମ ଲାଗୁ ହେବ । ତେବେ ଶ୍ରମିକ ମାନଙ୍କ ସର୍ବନିମ୍ନ ମଜୁରୀରେ କେନ୍ଦ୍ର ସରକାର ସଂଶୋଧନ କରିଛନ୍ତି। ଚଳିତ ବର୍ଷ ନୂଆ ମଜୁରୀ ଲାଗୁ ହୋଇଛି।ଶ୍ରମିକ ମାନଙ୍କ ଲାଗି ପରିବର୍ତ୍ତନଶିଳ ମାହାଙ୍ଗା ଭତ୍ତାରେ ସଂଶୋଧନ କରାଯାଇଛି।
ସର୍ବନିମ୍ନ ମଜୁରୀ ସମ୍ପର୍କରେ ଶ୍ରମିକ ସଂଘ କୁ ଜଣାଇବା ପାଇଁ ନିରୀକ୍ଷଣ ଅଧିକାରୀ ମାନଙ୍କୁ କେନ୍ଦ୍ରରୁ ପରାମର୍ଶ ଦିଆ ହୋଇଛି। କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ ଅନୁଯାୟୀ ଏହା କରାଯାଇଛି । କୁଶଳୀ ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ୪୪୩ ଟଙ୍କା ହୋଇଥିବା ବେଳେ ଅଳ୍ପ କୁଶଳୀ, ଅଣ କୁଶଳୀ ଓ ସୁପର ଭାଇଜରଙ୍କ ୫୩୩ ଟଙ୍କା ।
କୁଶଳୀ ଶ୍ରମିକଙ୍କ ୬୪୩ ଟଙ୍କା ଓ ଅତି କୁଶଳୀ ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ୭୭୨ ଟଙ୍କା ହୋଇଛି।ସେହିପରି ଭୂପୃଷ୍ଠ ତଳେ କାର୍ଯ୍ୟ କରୁଥିବା ଅଣକୁଶଳୀ ଶ୍ରମିକଙ୍କ ମଜୁରୀ ୫୫୩ ଟଙ୍କା ହୋଇଥିବା ବେଳେ ଅଳ୍ପ କୁଶଳୀ ଓ ଅଣ କୁଶଳୀସୁପର ଭାଇଜରଙ୍କ ୬୬୩ ଟଙ୍କା ଅଛି।
ଏହା ସହ ଜାଣିବାକୁ ମିଳିଛି କି ଅତି କୁଶଳୀ ଶ୍ରମିକଙ୍କ ମଜୁରୀ ରହିଛି ୮୪୨ ଟଙ୍କା ହୋଇଛି।
ସଡ଼କ, କୋଠା ଆଦିର ନିର୍ମାଣ ଓ ରକ୍ଷଣା ବେକ୍ଷଣ ଆଦି କ୍ଷେତ୍ରରେ କଟକ ଓ ରାଉରକେଲା କାର୍ଯ୍ୟ କରୁଥିବା ଅଣ କୁଶଳୀ ଶ୍ରମିକଙ୍କ ମଜୁରୀ ରହିଛି ୫୫୩ ଟଙ୍କା,ଅଳ୍ପ କୁଶଳୀ ଓ ଅଣ କୁଶଳୀ ସୁପର ଭାଇଜରଙ୍କ ୬୨୫ ଟଙ୍କା ରହିଛି ,କୁଶଳୀ କିରାଣୀଙ୍କ ୭୭୪ ଟଙ୍କା ଓ ଅତି କୁଶଳୀ ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ୮୦୬ ଟଙ୍କା ହୋଇଛି।
ଭୁବନେଶ୍ୱର, କଟକ ଓ ରାଉରକେଲା ବାହାରେ କାର୍ଯ୍ୟ କରୁଥିବା ଅଣ କୁଶଳୀ ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ରହିଛି ୪୪୩ ତେବେ ଏଥାରେ ୪୪୩ ଟଙ୍କା ହୋଇଥିବା ବେଳେ ଅଳ୍ପ କୁଶଳୀ ଅଣ କୁଶଳୀ ସୁପର ଭାଇଜରଙ୍କ ରହିଛି ୫୧୯ ଟଙ୍କା କୁଶଳୀ କିରାଣୀଙ୍କ ୬୩୦ ଟଙ୍କା ରହିଥିବା ବେଳେ ଅତି କୁଶଳୀ ଶ୍ରମିକଙ୍କ ମଜୁରୀ ରହିଛି ୭୩୪ ଟଙ୍କା ।
ସେମାନଙ୍କର ମାହାଙ୍ଗା ଭତ୍ତା ୯୩ ଟଙ୍କାରୁ ୧୫୫ ଟଙ୍କା ପର୍ଯ୍ୟନ୍ତ ପର୍ଯ୍ୟନ୍ତ ବଢୁଛି। କଟକ ଭୁବନେଶ୍ୱର ଓ ରାଉରକେଲାରେ କାର୍ଯ୍ୟ କରୁଥିବା ଅଣ କୁଶଳୀ ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ରହୁଛି ୩୮୫ ଟଙ୍କା ଓ ଅଳ୍ପ କୁଶଳୀ ବା ଅଣ କୁଶଳୀ ଶ୍ରମିକଙ୍କ ୪୨୫ ଟଙ୍କା ହେବ , କୁଶଳୀ କିରାଣୀଙ୍କ ୬୮୫ ଟଙ୍କା ଓ କୁଶଳୀ ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ୫୨୬ ଟଙ୍କା ହୋଇଛି ସେହି ପରି କଟକ ଓ ଭୁବନେଶ୍ୱର ଓ ରାଉରକେଲା ବାହାରେ କୃଷି କ୍ଷେତ୍ରରେ କାର୍ଯ୍ୟ କରୁଥିବା ଅଣ କୁଶଳୀ ଶ୍ରମିକ ମାନଙ୍କୁ ସର୍ବନିମ୍ନ ମଜୁରୀ ରହୁଛି ୩୮୨ ଟଙ୍କା।
ଅଳ୍ପ କୁଶଳୀ ବା ଅଣ କୁଶଳୀ ସୁପର ଭାଇଜରଙ୍କ ୩୮୯ ଟଙ୍କା ହୋଇଛି। ରେଳବାଇ, ବନ୍ଦର ଆଦିରେ କାର୍ଯ୍ୟ କରୁଥିବା ଶ୍ରମିକ ମାନଙ୍କ ସର୍ବନିମ୍ନ ମଜୁରୀ ରହିବ ୫୫୩ ଟଙ୍କା । ପଥର ଭାଙ୍ଗିବା ଓ କ୍ରସିଂ କାମରେ ଥିବା ଶ୍ରମିକଙ୍କ ମଜୁରୀ ମଧ୍ୟ ନିର୍ଦ୍ଧାରଣ ହୋଇଛି। କୋମଳ ମାଟି କାମ କରୁଥିବା ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ହେବ ୪୪୭ ଟଙ୍କା ଓ ପଥର ସହ କାମ କରୁଥିବା ଶ୍ରମିକଙ୍କ ମଜୁରୀ ୮୦୦ ଟଙ୍କା ହୋଇଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।