୨୦୨୨ – ୨୦୨୩ ବର୍ଷ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ୱାର୍କ ଅର୍ଡର ବଣ୍ଟନ ଆରମ୍ଭ ହେଲା, ଜାଣନ୍ତୁ କେମିତି ପାଇବେ ଲାଭ

ବିଶେଷ

ସମାଜ ରେ ଥିବା ପ୍ରତ୍ୟେକ ଲୋକ ଚାହାନ୍ତି ନିଜ ପାଇଁ ଏକ ପକ୍କା ଘରଟିଏ ତୋଳିବାକୁ । ନିଜେ ଟିକେ ଭଲ ରେ ରହିବାକୁ ଚାହୁଁଥାନ୍ତି ସମସ୍ତେ । କାରଣ ନିଜ ମୁଣ୍ଡ ଉପରେ ଖଣ୍ଡେ ଛାତ ଥିଲେ ବହୁତ କଷ୍ଟ ଦୂର ହୋଇଜାଇ ଥାଏ । ହେଲେ ଗରିବ ଶ୍ରେଣୀ ଲୋକ ମାନଙ୍କ ର ଏହି ସ୍ବପ୍ନ ଅଧିକାଂଶ ସମୟ ରେ ସ୍ବପ୍ନ ହୋଇଯାଇ ଥାଏ । ତେବେ ଗୋଟିଏ ଘର ବନେଇବା ପାଇଁ ବହୁତ ଟଙ୍କା ଖର୍ଚ୍ଚ ହୋଇଥାଏ । ଆଉ ଖର୍ଚ୍ଚ କରିବା ପାଇଁ ସବୁ ଲୋକ ଅସମର୍ଥ ହୋଇଥାନ୍ତି ।


ହେଲେ ଗ୍ରାମୀଣ ଅଞ୍ଚଳ ରେ ବସବାସ କରୁଥିବା ଗରିବ ଓ ଦୁଖୀ ଲୋକ ମାନଙ୍କ ର ଏହି ସ୍ବପ୍ନ ପୁରା କରିବା କୁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଦ୍ବରା ଏକ ଯୋଜନା ପ୍ରସ୍ତୁତ କରାଯାଇଛି । ଯାହାକି ବହୁତ ଦୁଖୀ ଓ ଗରିବ ଲୋକ ଉପକୃତ ହେଉଛନ୍ତି । ଏହି ଯୋଜନା ର ନାଁ ହେଉଛି ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ।

ଏହି ଯୋଜନା ଦ୍ବାରା ଗ୍ରାମାଞ୍ଚଳ ତଥା ସହରଞ୍ଚଳ ରେ ବାସ କରୁଥିବା ଗରିବ ତଥା ବସ୍ତି ବାସିନ୍ଦା ଙ୍କୁ ମାଗଣା ବାସଗୃହ ଜୋଗାଇ ଦିଆଜାଉଛି । ଯାହା ଦ୍ବାରା ବହୁତ ଲୋକ ଉପକୃତ ହେଇଛନ୍ତି । ଏପରି ନରେନ୍ଦ୍ର ମୋଦି କରିବା ଦ୍ବାରା ବହୁତ ଗରିବ ଲୋକ କିମ୍ବା ଦୁଖୀ ଲୋକ ଙ୍କ କଷ୍ଟ ଦୂର ହେଇ ପାରୁଛି ବା ଓଠ ରେ ହସ ଫୁଟି ପାରୁଛି ।


2015 ମସିହାରୁ ଆରମ୍ଭ ହୋଇ ଥିବା ଏହି ଯୋଜନା ରେ ଯୋଡି ହୋଇ ଅନେକ ଗରିବ ଲୋକ ନିଜ ପାଇଁ ବାସ ଗୃହ ଟିଏ କରିବାକୁ ଅଧିକ ସକ୍ଷମ ହୋଇ ପାରିଛନ୍ତି । ତେବେ ଚଳିତ ବର୍ଷ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ପାଇଁ ମନୋନୀତ ହୋଇଥିବା ହିତଧିକାରି ମାନଂକୁ ନିକଟରେ ୱାର୍କ ଅଡର ବଣ୍ଟନ ପ୍ରକ୍ରିୟା ଆରମ୍ଭ ହୋଇଛି ।

ତେବେ ଆମ ରାଜ୍ୟର ସୋନପୁର ଜିଲ୍ଲାର ବିନିକା ଏନ୍ ଏସି କମ୍ୟୁନିଟ୍ ହଲରେ 12 ଟି ୱାର୍ଡ ର ହିତାଧିକାରୀ ମନକୁ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ର କାର୍ଯ୍ୟାଦେସ ବଣ୍ଟନ କରାଯାଇଛି । ନିକଟ ରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମ ରବ ସଂଯୋଜନା ଏବଂ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ହିତାଧିକାରି ମନକୁ ଯୋଜନା ପାଇଁ କାର୍ଯ୍ୟାଦେସ ବଣ୍ଟନ କରିଛନ୍ତି ।


ମନ୍ତ୍ରୀ ଙ୍କ ସହ ଏହି କାର୍ଯ୍ୟକ୍ରମରେ ନବ ନିର୍ବାଚିତ ଏନ ଏସି ଅଧକ୍ଷ 12 ଟି ୱାର୍ଡ ର କଉନସିଲର , ଏନ ଏସି ର ସମସ୍ତ କର୍ମଚାରୀ ଏବଂ ହିତଧିକାରି ମାନେ ମଧ୍ଯ ଉପସ୍ଥିତି ଥିଲେ । ତେବେ ଆଗକୁ ଏହି ଯୋଜନା କେଉଁ ଭଳି ଭାବରେ କାମ ହେବ ଓ କିଭଳି ଭାବରେ ସମସ୍ତ ଗରିବ ଓ ଅସହାୟ ଦୁଖୀ ଲୋକ ମନଏ ଉପକୃତ ହେବା ପାଇଁ ଏହି ଯୋଜନା ରେ ସାମିଲ ହୋଇ ପାରିବେ ଏଥିପାଇଁ ମଧ୍ୟ ଆଲୋଚନା କରାଯାଇଥିଲା ।


ତେବେ ନିକଟ ରେ ଥିବା ସୋନପୁର ଜିଲ୍ଲା ର 12 ଟି ୱାର୍ଡ ର 547 ଜଣ ହିତାଧିକାରୀ ଙ୍କୁ ଗୃହ ନିର୍ମାଣ ପାଇଁ କାର୍ଯ୍ୟାଦେଷ ବାଣ୍ଟନ କରାଯାଇଛି । ହେଲେ ଅନ୍ୟ ସବୁ ଜିଲ୍ଲା ଗୁଡିକ ର ହିତାଧିକାରି ମାନଙ୍କୁ କେବେ ଏହି କାର୍ଯ୍ୟାଦେଷ ମିଳିବ ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ଜଣା ପଡି ନାହିଁ । ହେଲେ ବହୁତ ଶୀଘ୍ର ଅନ୍ୟ ଜିଲ୍ଲା ଗୁଡିକ ର ହିତାଧିକାରୀ ମାନଙ୍କ ତାଲିକା ପ୍ରକାଶ ପାଇବ ବୋଲି ବହୁତ ଚର୍ଚ୍ଚା ହେଉଛି

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published.