ଆସନ୍ତା ୨୪ ଘଣ୍ଟା ଭିତରେ ଏହି ସବୁ ଜିଲ୍ଲା ରେ ବର୍ଷା ପ୍ରବଳ ରୁ ଅତି ପ୍ରବଳ ହେବା ସମ୍ଭାବନା , ସତର୍କ କଲା ପାଣିପାଗ …

ଖବର

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଖବର ଆସି ଯାଇଛି ବାତ୍ୟା କୁ ନେଇ ଯେ କେନ୍ଦ୍ରୀୟ ଆଣ୍ଡାମାନ ସାଗର ରେ ଲଘୁଚାପ କ୍ଷେତ୍ର । ତେବେ ପଶ୍ଚିମ ଉତ୍ତର ପଶ୍ଚିମ ଦିଗ ରେ ଗତି କରି ଆଜି ଅବପାତ ରେ ରୂପ ନେବ ଓ ପରେ 24 ଘଣ୍ଟା ପରେ କେନ୍ଦ୍ରୀୟ ବଙ୍ଗୋପସାଗର ରେ ବାତ୍ୟା ସୃଷ୍ଟି ହେବା ସମ୍ଭାବନା ରହିଛି । ପରବର୍ତ୍ତୀ ସମୟ ରେ ଉତ୍ତର ପଶ୍ଚିମ ଉତ୍ତର ଦିଗ ରେ ଗତି କରି 4 ତାରିଖ ସକାଳେ ଉତ୍ତର ଆନ୍ଧ୍ର ଓ ଓଡିଶା ଉପକୂଳ ରେ ପହଞ୍ଚିବା ର ସମ୍ଭାବନା ରହିଛି ।

ତାହେଲେ ଆଜି ସ୍ପଷ୍ଟ ଭାବେ ଜଣା ପଡିଯିବ ଯେ ବାତ୍ୟା ର ଗତିବିଧି ଓ ସେ କେଉଁ ଠାରେ ମାଡ ହେବ , ତେବେ ଏହାରି ଭିତରେ ବର୍ଷା ହେବା କୁ ସତର୍କ ସୂଚନା ଦେଇଛି ପାଣିପାଗ ବିଭାଗ , ହଁ ବନ୍ଧୁ ଏହି ବାତ୍ୟା ର ପ୍ରଭାବ ରେ 3 ତାରିଖ ଠାରୁ ଗଜପତି,ଗଞ୍ଜାମ,ପୁରୀ,ଜଗତସିଂପୁର ଜିଲ୍ଲା କୁ ହଳଦିଆ ୱାର୍ନିଙ୍ଗ ଜାରି ହୋଇଛି , ହଁ ବନ୍ଧୁ ଏହି 3 ତାରିଖ ପାଇଁ ହଳଦିଆ ଚେତାବନୀ ରହିଛି କିନ୍ତୁ 4 ତାରିଖ ବେଳ କୁ ସେହି 4 ଜିଲ୍ଲା ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବା ର ସମ୍ଭାବନା ରହିଛି , ତେବେ ଶେଠୀ ଏହି 4 ଜିଲ୍ଲା କୁ 4 ତାରିଖ ପାଇଁ ରେଡ ୱାର୍ନିଙ୍ଗ କରାଯାଇଛି ।


ସେହିପରି 4 ତାରିଖ ରେ 7 ଜିଲ୍ଲା କେନ୍ଦ୍ରପଡା ,କଟକ,ଖୋର୍ଦ୍ଧା,ନୟାଗଡ,କନ୍ଧମାଳ,ରାୟଗଡ ଓ କୋରାପୁଟ କୁ ଅରେଞ୍ଜ ୱାର୍ନିଙ୍ଗ ଜାରି ହୋଇଛି , ବାଲେଶ୍ଵର,ଭଦ୍ରକ,ଯାଜପୁର,ମାଲକାନଗିରି ଆଦି 4 ଜିଲ୍ଲା କୁ ହଳଦିଆ ଚେତାବନୀ ଜାରି ହୋଇଛି 4 ତାରିଖ ପାଇଁ । ଠିକ ସେହିଭଳି 5 ତାରିଖ ରେ ଉତ୍ତର ଓଡିଶା ସହିତ ଉପକୂଳ କିଛି ଜିଲ୍ଲା ରେ ବର୍ଷା ଜାରି ରହିବ , ତେବେ ବର୍ଷା ପରେ ତଳିଆ ଆଞ୍ଚଲ ରେ ପାଣି ଜମିବା ସହିତ କିଛି କଚଘର ମଧ୍ୟ ଭୁଷୁଡିବାର ସମ୍ଭାବନା ରହିଛି ଓ ପାହାଡିଆ ଆଞ୍ଚଲ ରେ ବର୍ଷା ର ପ୍ରଭାବ ରେ ଭୁସ୍କାଳନ ହେବା ର ସମ୍ଭାବନା ରହିଛି ॥

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *