ଦୀର୍ଘ ଦିନ ପରେ ଅଭିନୟକୁ ଫେରିଲେ ଲୋକପ୍ରିୟ ନୈନା ଦାସ (Naina Dash), ଏକ ନୂଆ ସିରିଏଲ ନଜର ଆସୁଛନ୍ତି

ମନୋରଞ୍ଜନ

ଦର୍ଶକ ବନ୍ଧୁ ଆଜି ଆମେ ଜଣେ ଏମିତି ଅଭିନେତ୍ରୀ ଙ୍କ ବିଷୟ ରେ ଜାଣିବା ଯିଏ କି ଓଡିଆ ଇଣ୍ଡଷ୍ଟ୍ରି ରେ ଦିନେ ଲୋକ ପ୍ରିୟ ଅଭିନେତ୍ରୀ ଥିଲେ ଓ ଏକଦା ସେ ଓଡିଶା ରୁ ଯାଇ ସାଉଥ ସିନେମା ଜଗତରେ ନିଜର ଅଭିନୟ ଦେଖାଇ ଲୋକପ୍ରିୟତା ହାସଲ କରିଥିଲେ । ତାହେଲେ ବନ୍ଧୁଗଣ ଏହି ଜଣକ ହେଉଛନ୍ତି ନୈନା ଦାସ । ତେବେ ବର୍ତ୍ତମାନ ସମୟ ରେ ନୈନା ଙ୍କୁ ନେଇ ବଡ ଖବର ଆସିଛି ଓ ଏହି ଖବର ଟି ଜାଣିବା ପରେ ଆପଣ ମାନେ ନିଶ୍ଚୟ ଖୁସି ହେବେ । ହଁ ବନ୍ଧୁ ବର୍ତ୍ତମାନ ସମୟ ରେ ନୈନା ଓଡିଆ ଇଣ୍ଡଷ୍ଟ୍ରି କୁ ଫେରି ଆସିଛନ୍ତି ।

ଆଗାମୀ ଦିନ ମାନ ଙ୍କ ଭିତରେ ନୈନା ଙ୍କ ର ଏକ ଧାରାବାହିକ ଆସିବାକୁ ଯାଉଛି , ତେବେ ଆଜି ଆମେ ସେହି ବିଷୟ ରେ ଜାଣିବା ଯେ ଧାରାବାହିକ ର ନାମ କଣ ଓ ଏହା କେଉଁ ଚ୍ୟାନେଲ ରେ ପ୍ରସାରିତ ହେବ ଆସନ୍ତୁ ଜାଣିବା । ବନ୍ଧୁଗଣ ଆପଣ ମାନେ ନୈନା ଦାସ ଙ୍କୁ ବହୁଗୁଡିଏ ଚଳଚିତ୍ର ଓ ଆଲବମ ରେ ଅଭିନୟ କରିଥିବାର ନିଶ୍ଚୟ ଦେଖିଥିବେ ।

ତାହେଲେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ନୈନା ତାଙ୍କ ଶାଶୁ ଶଶୁର ଙ୍କ ସହ ବମ୍ବେ ରେ ରହୁଛନ୍ତି ଓ ତାଙ୍କର ମଧ୍ୟ ଗୋଟେ ପୁଅ ଅଛି ଯାହାର ନାମ ମିଭାନ, ତାଙ୍କ ପୁଅ ମଧ୍ୟ ଭଲ ଅଭିନୟ କରନ୍ତି, କିଛି ଦିନ ତଳେ କାଳିଆ ନାମକ ଏକ ମ୍ୟୁଜିକ ଭିଡିଓରେ ଅଭିନୟ କରିଥଲେ ଯାହା ବେଶ ଲୋକପ୍ରିୟତା ହାସ କରିଥିଲା । ନୈନା ଓଡିଆ ଇଣ୍ଡଷ୍ଟ୍ରୀ ରୁ ଦୂରେଇ ଯାଇଥିଲେ ଓ ସେ ତାଙ୍କ ଜବରଦସ୍ତ ଅଭିନୟ ଫଳ ରେ ସାଉଥ ଇଣ୍ଡିଆ ର ଜଣେ ଜଣା ଶୁଣା ଅଭିନେତ୍ରୀ ହୋଇ ପାରିଛନ୍ତି ।

ତେବେ ବର୍ତ୍ତମାନ ସମୟ ରେ ନୈନା ଙ୍କ ଏକ ନୂଆ ଧାରାବାହିକ ଆସୁଛି ମଞ୍ଜରି ଟିଭି ରେ ଓ ଏହା ର ନାମ ରହିଛି ସୁନା ର ଫରୁଆ , ତେବେ ଏହି ଧାରାବାହିକ ରେ ନୈନା କାୟା ଚରିତ୍ର ରେ ନଜର ଆସିବେ । ତେବେ ବନ୍ଧୁଗଣ ସବୁଠୁ ବଡ କଥା ହେଲା ଯେ ଏହି ଧାରାବାହିକ ରେ ଆପଣ ମାନେ ନେ-ଗେ-ଟି-ଭ ଚରିତ୍ର ରେ ଆପଣ ମାନ ଙ୍କ ପ୍ରିୟ ଅଭିନେତ୍ରୀ ଉଷାଶୀ ମିଶ୍ର ଙ୍କୁ ଦେଖିବେ , ତେବେ ଏହା ଆଗାମୀ କିଛି ଦିନ ଭିତରେ ପ୍ରସାରିତ ହେବ ॥

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *