ମାଡି ଆସୁଛି ଭୀଷଣ ରୂପରେ ବାତ୍ୟା, ଏହିସବୁ ଜିଲ୍ଲାକୁ ସତର୍କ ଘଣ୍ଟି

ରାଜ୍ୟ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଖବର ପାଣିପାଗ କୁ ନେଇ ଆସିଛି । ବନ୍ଧୁଗଣ ବଂଗୋପ ସାଗର ରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଟି ଲଘୁଚାପ ରେ ପରିଣତ ହୋଇଛି , ଏହି ଲଘୁଚାପ ଟି ଘନୀଭୂତ ହବା ପରେ ଏହା ଦକ୍ଷିଣ ଓଡିଶା ଓ ଉତ୍ତର ଆନ୍ଧ୍ର ପ୍ରଦେଶ ଏବଂ ପଶ୍ଚିମ କେନ୍ଦ୍ରୀୟ ସଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗର ରେ ରହିଛି । ଏହି ଲଘୁଚାପ ଟି ଆଗାମୀ ଦୁଇ ଦିନ ଭିତରେ ଉତ୍ତର ଓ ପଶ୍ଚିମ ଦିଗ ଦେଇ ଗତି କରିବ ।

ଏହା ଫଳ ରେ ଆମ ରାଜ୍ୟ ରେ ଏହି ଦୁଇ ଦିନ ଯାଏ ବର୍ଷା ହବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ତେବେ ବନ୍ଧୁଗଣ ପାଣିପାଗ ବିଭାଗ ସୂଚନା ଅନୁଯାୟୀ ମାଲକାନଗିରି,କୋରାପୁଟ,ନବରଙ୍ଗପୁର,ଗଜପତି ଏବଂ ନୟଗଡା ଆଦି 5 ଟି ଜିଲ୍ଲା ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହବା ର ସମ୍ଭାବନା ରହିଛି ଓ ଏଥିପାୟ ଏହି 5 ଟି ଜିଲ୍ଲା କି ହଳଦିଆ ଚେତାବନୀ ଦେଇଛି । ଠିକସେହିପରି ଗଞ୍ଜାମ,ପୁରୀ,କଟକ,ଖୋର୍ଦ୍ଧା,କନ୍ଧମାଳ, ବାଲେଶ୍ଵର ଓ ମୟୂରଭଞ୍ଜ ଜିଲ୍ଲା ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହବ ।


ତେବେ ବନ୍ଧୁଗଣ ଏହି ଲଘୁଚାପ ଫଳ ରେ ଆଜି ଓଡିଶା ର ଆଭ୍ଯନ୍ତରୀଣ ଓଡିଶା ର କିଛି ଜିଲ୍ଲା ରେ ବର୍ଷା ହବା ର ସୂଚନା ଦେଇଛନ୍ତି ପାଣିପାଗ ବିଭାଗ । ବର୍ଷ ହବା ସମୟ ରେ ପବନ ଘଣ୍ଟା ପ୍ରତି 40 ରୁ 50 କିଲୋମିଟର ରହିବ । ସମୁଦ୍ର ଅଶାନ୍ତ ରହିବାରୁ ମତ୍ସଜୀବୀ ମାନ ଙ୍କୁ ସମୁଦ୍ର ଯିବା ପାଇଁ ବାରଣ ହୋଇଛି । ତେବେ ରାଜ୍ୟ ରେ ନିଅଣ୍ଟିଆ ବର୍ଷା ହୋଇଛି ତେବେ ଦେଖାଯାଉ ଏହି ଲଘୁଚାପ ଆସା ପୂରଣ କରୁଛି କି ନହିଁ ॥

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Please follow and like us:
Pin Share

Leave a Reply

Your email address will not be published. Required fields are marked *