ଓଡିଆ ଘର ସବୁ ପିଲା ଜାଣିବା କଥା – କଣ ପାଇଁ ଜଗନ୍ନାଥ ୧୫ ଦିନ ଜ୍ଵରରେ ପଡନ୍ତି, କଣ ରହିଛି ଏହା ପଛର ରହସ୍ୟ

ବିଶେଷ

ଦର୍ଶକ ବନ୍ଧୁ ଆଜି ଆମେ ଜାଣିବା ଯେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କୁ କାହିଁକି ଜ୍ବର ହୁଏ , କଣ ରହିଥାଏ ଏହା ପଛ ରେ ରହସ୍ୟ ଆଜି ଆମେ ଜାଣିବା ଅମର ଏହି ପେଜ ମାଧ୍ୟମ ରେ । ତାହେଲେ ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣିଥିବେ ଦେବ ସ୍ନାନ ପୂର୍ଣ୍ଣିମା ପରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କୁ ଜ୍ବର ଆସିଥାଏ ଓ ତାଙ୍କର ସେବା ମଧ୍ୟ କରାଯାଏ । ସବୁଠୁ ବଡ କଥା ହେଲା ଯେ ମହା ପ୍ରଭୁ ଶ୍ରୀ ଜଗନ୍ନାଥ ଗୋଟେ ଦିନ ନୁହଁ ଦୁଇ ଦିନ ନୁହଁ ପ୍ରାୟ ୧୫ ଦିନ ପର୍ଯ୍ୟନ୍ତ ମହା ପ୍ରଭୁ ଜ୍ବର ପଡନ୍ତି । ଏହି ସମୟ ରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ,ବଡଭାଇ ବଳଭଦ୍ର ଓ ସାନ ଭଉଣୀ ସୁଭଦ୍ରା ଙ୍କୁ ଏହି ଜ୍ବର ପାଇଁ ଔଷଧ ଦିଅ ଯାଇଥାଏ ଓ ଏହା ସହ ହାଲୁକା ଖାଦ୍ଯ ଓ କାଢା ତିଆରି କରାଯାଇ ପିଇବା କୁ ଦିଆ ଯାଇଥାଏ ।


ତାହେଲେ ବନ୍ଧୁଗଣ ମହାପ୍ରଭୁ ଙ୍କୁ ଜ୍ବର ହବା ପଛ ରେ ଏମିତି ଏକ କଥା ଅଛି ଯାହା ଆପଣ ମାନେ ଜାଣିଲେ ନିଶ୍ଚୟ କାନ୍ଦି ପକେଇବେ ଯଦି ଆପଣ ମହା ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ଭକ୍ତ ଥିବେ । ହଁ ବନ୍ଧୁ ଏହା ପଛ ରେ ଭକ୍ତ ଭଗବାନ ଙ୍କ ସମ୍ପର୍କ ରହିଛି ତାହେଲେ ଆସନ୍ତୁ ଜାଣିବା । ଏହି କଥା ଟି ହଉଛି ମହାପ୍ରଭୁ ଶ୍ରୀ ଜଗନ୍ନାଥ ଏବଂ ତାଙ୍କର ବଡ ଭକ୍ତ ମାଧବ ଦାସ । ମାଧବ ଦାସ ସବୁବେଳେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ନାମ ସଂକୀର୍ତ୍ତନ ରେ ବ୍ୟସ୍ତ ରହୁଥିଲେ ଓ ପ୍ରତିଦିନ ଜଗନ୍ନାଥ ଙ୍କ ଦର୍ଶନ କରୁଥିଲେ , ସଂସାର ପ୍ରତି ତାଙ୍କର ଲୋଭ ,ମାୟାମୋହ ନଥିଲା ।

ତାହେଲେ ମାଧବ ଦାସ ଙ୍କୁ ଜ୍ବର ହୋଇଥିଲା ଓ ଏହି ଜ୍ବର ତାଙ୍କୁ ଏତେ ପରିମାଣ ରେ ହେଇଥିଲା ଯେ ନା ସେ ବସି ପାରୁଥିଲେ ନା ଉଠି ପାରୁଥିଲେ । ତାହେଲେ ବନ୍ଧୁଗଣ ସବୁଠୁ ବଡ କଥା ହେଲା ଯେ ସେ ଏକୁଟିଆ ପରିବାର କହିଲେ କେବଳ ମହା ପ୍ରଭୁ ଶ୍ରୀ ଜଗନ୍ନାଥ । ମୋହନ ଦାସ ଙ୍କ ଜ୍ବର ରେ ଥିବା ର ଜାଣି ବହୁ ବ୍ୟକ୍ତି ତାଙ୍କ ପାଖ କୁ ଆସିଥାନ୍ତି ସାହାର୍ଯ୍ୟ କରିବା ପାଇଁ କିନ୍ତୁ ସେ ମନା କରି ଦେଇଥାଆନ୍ତି ଓ କହିଥାଆନ୍ତି ମୋର ପ୍ରଭୁ ଜଗନ୍ନାଥ ଅଛନ୍ତି ସେ ମୋତେ ଆସି ସାହାର୍ଯ୍ୟ କରିବେ । ସେ ଉଠି ବସି ନ ପାରୁଥିବାରୁ ସେ ନିଜ ବସ୍ତ୍ର ରେ ମଳ ମୂତ କରିବାକୁ ଲାଗିଲେ ।

ମହାପ୍ରଭୁ ଶ୍ରୀ ଜଗନ୍ନାଥ ତାଙ୍କର ଭକ୍ତ ର ଏହି ଅସୁବିଧା ଦେଖି ପାରିଲେ ନହିଁ , ଚାଲିଆସିଲେ ତାଙ୍କ ସେବା କରିବା ପାଇଁ । ତାହେଲେ ତାଙ୍କ ମଳ ବସ୍ତ୍ର କୁ ପ୍ରଭୁ ସବୁଦିନ ଧୋଇଥାନ୍ତି ଓ ସେବା ମଧ୍ୟ କରିଥାଆନ୍ତି କିନ୍ତୁ ଯେବେ ମୋହନ ଦାସ ଭଲ ହେବକୁ ଲାଗିଲେ ଓ ସେ ଦେଖିଲେ ତାଙ୍କ ପ୍ରଭୁ ଆସି ତାଙ୍କ ସେବା କରୁଛନ୍ତି , ସେ ଏହାକୁ ଦେଖିବା ପରେ ଆଶ୍ଚର୍ଯ୍ୟ ହୋଇଗଲେ । ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କୁ ପଚାରିଲେ ଯେ ଆପଣ ଏହି ସମଗ୍ର ର ମାଲିକ ଅଟନ୍ତି ଓ ଆଣ ଙ୍କ ସେବା ସମଗ୍ର ଦୁନିଆ କରିଥାଏ । ଏହା ଅପେକ୍ଷା ଆହୁରି ଭଲ ହୋଇଥାଆନ୍ତା ଯଦି ଆପଣ ମୋ ଜ୍ବର ଭଲ କରି ଦେଇଥାନ୍ତେ । ଏହାର ଉତ୍ତର ପ୍ରଭୁ କହିଲେ ମାଧବ ସତ୍ୟ ହେଉଛି ଏହା ଯେ ମୁ ମୋ ଭକ୍ତ ର ଦୁଃଖ ଦେଖି ରହି ପରିଲିନାହିଁ ଏଥିପାଇଁ ମୁ ତୁମର ସେବା କଲି । ଯାହା ଭାଗ୍ଯ ରେ ଲେଖା ହୋଇଛି ତାହା ଆଜି ନହେଲେ କାଲି ତ ନିଶ୍ଚୟ ହବନା ସେଥିପାଇଁ ମୁଁ ତମକୁ ସାହାର୍ଯ୍ୟ କରିବା ପାଇଁ ଆସିଥିଲି ।

ସେ ଆହୁରି କହିଛନ୍ତି ଯେ ତୁମର ଆହୁରି ୧୫ ଦିନ ଯାଏ ରୋଗ ପଡିବା ର ବାକିଅଛି ସେଥିପାଇଁ ଏହି ୧୫ ଦିନ ରୋଗ ମୁଁ ମୋ ନିଜ ଶରୀର କୁ ନେଇ ଯାଉଛି ଓ ସେହିଦିନ ଠାରୁ ଆଜି ପର୍ଯ୍ୟନ୍ତ ଜ୍ୟେଷ୍ଠ ମାସର ସ୍ନାନ ପୂର୍ଣ୍ଣିମା ପରେ ସ୍ନାନ କରିସାରିବାପରେ ଭଗବାନ ୧୫ ଦିନ ପର୍ଯ୍ୟନ୍ତ ଜ୍ୱରରେ ପଡନ୍ତି । ତାହେଲେ ମହାପ୍ରଭୁ ଜ୍ବର ରେ ପଡିବା ପରେ ତାଙ୍କର ଏହି ୧୫ ଦିନ ପର୍ଯ୍ୟନ୍ତ ପୂଜା ବନ୍ଦ ରହିଥାଏ ଓ ତାଙ୍କ ସେବା କରା ଯାଇଥାଏ ।।

 

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *