ଏହି ବାଳକ ପୁରୀ ଗଜପତିଙ୍କ ଜାଗା ନେଲେ ଓ ଶ୍ରୀ ଜଗନ୍ନାଥଙ୍କ ଛେରା ପହଁରା କରିଲେ, ଜାଣନ୍ତୁ ଏହି ବାଳକ କିଏ ଓ କାହିଁକି କରିଲେ ଛେରା ପହଁରା

ବିଶେଷ ରାଜ୍ୟ

ଦର୍ଶକ ବନ୍ଧୁ ଆଜି ଆମେ ସ୍ନାନ ଯାତ୍ରା ରେ ଛେରା ପହଁରା କରୁଥିବା ମୁଦିରସ୍ଥ ଙ୍କ ବିଷୟ ରେ ଜାଣିବା । ବନ୍ଧୁଗଣ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ଚଳନ୍ତି ଠାକୁର ରାଜା ଗଜପତି ଙ୍କ ପ୍ରତିନିଧି ହେଉଛନ୍ତି ମୁଦିରସ୍ତ । ଯେଉଁ ସବୁ ସ୍ଥାନ ରେ ଗଜପତି ମାନେ ଉପସ୍ଥିତ ରହି ପାରନ୍ତି ନହିଁ ସେହି ସ୍ଥାନ ରେ ମୁଦିରସ୍ତ ମାନେ ଦାୟିତ୍ବ ନିର୍ବାହ କରିଥାଆନ୍ତି । ଗଜପତି ଙ୍କୁ ସବୁ ସମୟ ରେ ଉପସ୍ଥିତ ରହିବା ସମ୍ଭବ ନୁହେଁ ସେଥିପାଇଁ ଏହି ମୁଦିରସ୍ତ ଙ୍କୁ ସମସ୍ତ କାର୍ଯ୍ୟ କରିବାକୁ ପଡିଥାଏ ।

ହଁ ବନ୍ଧୁ ପୁରୁଷ ପୁରୁଷ ଧରି ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ସେବା କରି ଆସୁଥିବା ପୁଷ୍ପାଳକ ପରିବାର ର ଜଣେ ୧୨ ବର୍ଷ ରୁ କମ ବୟସ ର ବାଳକ କୁ ମୁଦିରସ୍ତ ଭାବେ ଚୟନ କରା ଯାଇଥାଏ । ମୁଦିରସ୍ତ ଶ୍ରୀ ମନ୍ଦିର ରେ ମହାରାଣୀ ଙ୍କ ସେବା କାର୍ଯ୍ୟ ରେ ସାହାର୍ଯ୍ୟ କରିବା ର ବିଧି ଥିବାରୁ ତାଙ୍କୁ ନାବାଳକ ବୟସ ରେ ସେବକ ଭାବେ ନିଯୁକ୍ତି କରା ଯାଇଥାଏ । ତାହେଲେ ଏମାନ ଙ୍କୁ ମୁଦିରସ୍ତ ବା ମୁଦି ରଥ କୁହାଯାଇ ଥାଏ ।

ତାହେଲେ ତିନି ରଥ ରେ ଗଜପତି ଛେରା ପହଁରା ସେବା ରହିଛି । ଏହା ସହିତ ସ୍ଵତ୍ଵ ଲିପି ଅନୁସାରେ ଚନ୍ଦନ ଯାତ୍ରା ର ପ୍ରଥମ ଦିନ ଓ ଶେଷ ଦିନ , ଦେବସ୍ନାନ ପୂର୍ଣ୍ଣିମା ଦିନ ସ୍ନାନ ଉପରେ ଏବଂ ଡୋଲ ପୂର୍ଣ୍ଣିମା ଦିନ ଦୋଳ ବେଦୀ ରେ ଛେରା ପହଁରା କରିଥାଆନ୍ତି । ସବୁଠୁ ବଡ ମହତ୍ଵ କଥା ହେଲା ଯେ ବାହୁଡା ଯାତ୍ରା ରେ ଶ୍ରୀ ନଅର ରେ ଲକ୍ଷ୍ମୀ ଠାକୁରାଣୀ ଙ୍କୁ ନିଜ ହାତ ରେ ବିଜେ କରାଇ ଲକ୍ଷ୍ମୀ ନାରାୟଣ ଙ୍କ ଭେଟ ନୀତି କରାନ୍ତି ଏହି ମୁଦିରସ୍ତ ମାନେ । ନବେକଳେବର ସମୟ ରେ ଏହି ମୁଦିରସ୍ତ ଗୁଆଟେକା ନୀତି କରି ବନଜାଗ ଯାତ୍ରୀ ଦଳ ଙ୍କୁ ଶୁଭଯାତ୍ରା ପାଇଁ ସ୍ୱୀକୃତି ଦିଅନ୍ତି । ଅଶ୍ଵୀନ ମାସ ରେ ବ୍ରାହ୍ମଣ ବରଣ,ଚମ୍ପକ ଦ୍ବାଦଶୀ ସମୟ ରେ ଶ୍ରୀନଅର ରେ ରାଜନୀତି , ଅଣସର ବେଳେ ସେବକ ମାନ ଙ୍କୁ ଶାଢୀ ପିନ୍ଧା ଓ ନବେକଳେବର ସମୟ ରେ ଯଜ୍ଞ ର ପୂର୍ଣ୍ଣାହୁତି ଦିଅନ୍ତି ।


ତାହେଲେ ମୁଦିରସ୍ତ ପ୍ରତିବର୍ଷ ମାତ୍ର ଏକ ବର୍ଷ ପର୍ଯ୍ୟନ୍ତ ନିଯୁକ୍ତି ପାଇଥାନ୍ତି । ତାହେଲେ ଗଙ୍ଗବଂଶ ର ରାଜା ନରସିଂହ ଦେବ ଙ୍କ ସମୟ ରୁ ଏହି ମୁଦିରସ୍ତ ସେବକ ର କାର୍ଯ୍ୟ ଆରମ୍ଭ ହୋଇଥିଲା । ହଁ ବନ୍ଧୁ ରାଜ୍ୟ ରେ ଆଭ୍ୟନ୍ତରୀଣ ପରିସ୍ଥିତି ଦେଖାଦବାରୁ ରାଜା ମାନେ ଅନ୍ୟ ରାଜ୍ୟ ସହ ଯୁଦ୍ଧ ରେ ଲୀନ ହେଉଥିବାରୁ ଶ୍ରୀଜୀଉ ଙ୍କ ରୀତି ନୀତି ଉପରେ ବିଶୃଙ୍ଖଳିତ ହେଉଥିଲା ଓ ସେଥିପାଇଁ ରାଜା ମୁଦିରସ୍ତ ସେବକ କାର୍ଯ୍ୟ ଆରମ୍ଭ କରିଥିଲେ ଓ ଏହି ମୁଦିରସ୍ତ ନାବାଳକ ହୋଇଥିବେ ଓ ସେମାନ ଙ୍କ ବୟସ ୧୨ ବର୍ଷ ଭିତରେ ହୋଇଥିବ ।।

Leave a Reply

Your email address will not be published. Required fields are marked *