ଭିଡିଓ ଦେଖନ୍ତୁ – କୋର୍ଟକୁ ଆସିଲେ ନାହିଁ ବର୍ଷା, ବର୍ଷାଙ୍କ ବିରୋଧରେ ଏମିତି ସବୁ କଥା କହିଲେ ଅନୁଭବ ଶୁଣିଲେ ଆପଣ ବି କହିବେ…

ମନୋରଞ୍ଜନ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ଲୋକ ପ୍ରିୟ ଯୋଡି ଅନୁଭବ ଓ ବର୍ଷା ଉଭୟ ପରସ୍ପର କୁ ଶୁଟିଙ୍ଗ ସମୟ ରୁ ଭଲ ପାଇ ବସିଥିଲେ ଓ ପରବର୍ତ୍ତୀ ସମୟ ରେ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ । କିନ୍ତୁ ବିବାହ କିଛି ଦିନ ପରେ ଦୁହେଁ କିଛି ବିବାଦ ଯୋଗୁ ଅଲଗା ହୋଇଯାଇଥିଲେ ଓ ଏହି ବିବାଦ ସମାଧାନ ପାଇଁ ଉଭୟ କୋର୍ଟ ଦ୍ଵାରସ୍ଥ ହୋଇଥିଲେ । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହାର ସମାଧାନ ହୋଇପାରିନାହିଁ କାରଣ ବର୍ଷା ପ୍ରିୟଦର୍ଶିନୀ କୋର୍ଟ ହାଜର ହେଉନାହାନ୍ତି ।

ହଁ ବନ୍ଧୁ ଗତକାଲି ଅନୁଭବ ମହାନ୍ତି ମଧ୍ୟସ୍ଥ କେନ୍ଦ୍ର କୁ ଆସିଥିଲେ ମଧ୍ୟ ବର୍ଷା ଆସିନଥିଲେ , ଅନୁଭବ ବାରମ୍ବାର କୋର୍ଟ ରେ ହାଜର ହେଉଥିବା ସତ୍ବେ ବର୍ଷା କୋର୍ଟ କୁ ଆସୁ ନାହାଁନ୍ତି ଏହାକୁ ଦେଖି ଅନୁଭବ ମହାନ୍ତି ଅସନ୍ତୋଷ ପ୍ରକାଶ କରି ସିଧା ସଳଖ ଗଣ ମାଧ୍ୟମ ନିକଟ ରେ କହିଛନ୍ତି ଯେ ବର୍ଷା ଜାଣି ଶୁଣି କି କୋର୍ଟ କୁ ଆସୁ ନାହାଁନ୍ତି ଓ ଏହି ବିବାଦ ର ସମଧାନ ନ ହେଉବୋଲି ସେ ଚାହୁଁଛନ୍ତି , ଏହି ବିବାଦ କୁ ଦୀର୍ଘ ଦିନ ଯାଏ ରହୁ ବୋଲି ସେ ଚାହୁଁଛନ୍ତି ।

ହଁ ବନ୍ଧୁ ଅନୁଭବ ଗତ ଦୁଇ ଦିନ ତଳେ କୋର୍ଟ ରେ ହାଜର ହୋଇଥିଲେ କିନ୍ତୁ ବର୍ଷା ହାଜର ହୋଇ ନଥିଲେ ଠିକ ସେହିଭଳି ଗତକାଲି ମଧ୍ୟ ଅନୁଭବ କୋର୍ଟ ରେ ଦାଖଲ ହୋଇଥିଲେ କିନ୍ତୁ ବର୍ଷା ଆସି ନଥିଲେ । ବର୍ଷା ଙ୍କୁ କଟାକ୍ଷ କଥା କହି ଅନୁଭବ ଗଣ ମାଧ୍ୟମ ନିକଟ ରେ କହିଛନ୍ତି ଯେ ସୋସିଆଲ ମିଡ଼ିଆ ରେ ସମୟ ଦେବା ପାଇଁ ବହୁତ ସମୟ ଅଛି କିନ୍ତୁ କୋର୍ଟ କୁ ଆସିବା ପାଇଁ ନହିଁ । କୋର୍ଟ ତାରିଖ ରେ ପହଞ୍ଚି ପାରୁନାହାଁନ୍ତି ବର୍ଷା , କୋର୍ଟ ବାରମ୍ବାର ନୋଟିସ ସତ୍ତ୍ବେ ବେଖାତିର କରୁଛନ୍ତି ବର୍ଷା । ଦୁଇ ଦୁଇ ଟି ଅଭିଯୋଗ କରିଥିଲେ ମଧ୍ୟ କୋର୍ଟ କୁ ଆସୁନାହାନ୍ତି ବର୍ଷା । ତାହେଲେ ବର୍ତ୍ତମାନ ସମୟ ରେ ବର୍ଷା ପ୍ରିୟଦର୍ଶିନୀ ଙ୍କ କିଛି ଉତ୍ତର ମିଳି ପାରିନାହିଁ ।।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published.