ଆଜ୍ଞା ହଁ ବନ୍ଧୁଗଣ, ରେକର୍ଡ ସୃଷ୍ଟି କଲେ ଏହି ଯୁବ ପ୍ଲେୟାର ଜଣକ ସେ ସୈଦ ମୁସ୍ତାକ ଅଲ୍ଲୀ ନାମକ ଟି ୨୦ ଟ୍ରଫିରେ ବୁଧବାର ରେ ମେଘାଳୟର ଅଧିନାୟକ ପୁନିତ ବିଷ୍ଟ ଜଲ୍ବା ଦେଖେଇଛନ୍ତି। ମିଜୋରାମ ବିରୁଦ୍ଧରେ ଏହି ଖେଳାଳି ଜଣକ ୫୬ ବଲରେ ୧୪୬ ରନ କରି ନିଜ ଟିମକୁ ଜିତେଇଥିଲେ। ଏଥର ସେ ୨୩ ବଲରେ ୧୨୬ ହିଁ କରିଦେଇଥିଲେ। ଆହୁରି ମଧ୍ୟ ସେ ୬ ଟି ଚଉକା ଓ ୧୭ ଛକା ମାରିଥିଲେ। ଏହା ସହ ସେ ୱାଲର୍ଡ଼ ରେକର୍ଡ଼ ମଧ୍ୟ କରିଦେଲେ। ବିଷ୍ଟ ଟି ୨୦ ରେ ୪ ନଂ ବ୍ୟାଟ୍ସମ୍ୟାନ ଭାବରେ ସବୁଠାରୁ ଅଧିକ ରନ କରିବାରେ ସଫଳ ହେଲେ।
ପୁନିତ ବିଷ୍ଟ ଙ୍କ ଏହି ଧୂଆଁଦାର ପାଳି ପାଇଁ ମେଘାଲୟ ୨୦ ଓଭରରେ ୬ ୱିକେଟ ହରାଇ ୨୩୦ ରନ କଲେ। ଜବାବରେ ମିଜରାମ ଟିମ ନିର୍ଦ୍ଧାରିତ ଓଭରରେ ୯ ୱିକେଟ ହରାଇ ୧୦୦ ରନ ହିଁ କରିପାରିଲେ। ମେଘାଳୟ ୧୩୦ ରନରେ ମ୍ୟାଚ ନିଜ ନାମରେ କଲେ। ବିଷ୍ଟ ତାଙ୍କ ବ୍ୟାଟିଂରେ ଅନେକ ରେକର୍ଡ଼ ଭାଙ୍ଗିଛନ୍ତି।
ପୁନିତ ବିଷ୍ଟ ଏହି ଟି 20 ରେ ୪ନଂରେ ବ୍ୟାଟିଂ କରି ଅଧିକ ରନ କରିବା ବ୍ୟାଟ୍ସମ୍ୟାନ ହୋଇଛନ୍ତି। ସେ ଶ୍ରୀଲଙ୍କାର ଦଶୁଣ ସନାକାଙ୍କ ରେକର୍ଡ଼ ଭାଙ୍ଗିଛନ୍ତି। ଶନାକା ୨୦୧୬ରେ ସିଂହଳି କ୍ଲବ ତରଫରୁ ଖେଳି ୪ ନଂ ବ୍ୟାଟ୍ସମ୍ୟାନ ହିସାବରେ ୧୩୧ ରନ କରିଥିଲେ।କେବଳ ଏତିକି ନୁହେଁ,ୱିକେଟକିପର ବ୍ୟାଟ୍ସମ୍ୟାନ ହିସାବରେ ବିଷ୍ଟଙ୍କ ଟି ୨୦ରେ ଏହା ସବୁଠାରୁ ଅଧିକ ରନ ଅଟେ। କେ ଏଲ ରାହୁଲଙ୍କୁ ମଧ୍ୟ ସେ ପଛରେ ଛାଡ଼ିଦେଇଛନ୍ତି। ରାହୁଲ ପୂର୍ବ ବର୍ଷ କିଙ୍ଗସ ଏକାଦଶ ତରଫରୁ ୧୩୧ ରନ ବନେଇଥିଲେ।
ବିଷ୍ଟ ନିଜ ପାଳିରେ ୧୭ ଛକା ଲଗେଇ ୱେଷ୍ଟଇଣ୍ଡିଜ ବ୍ୟାଟ୍ସମ୍ୟାନ କ୍ରିସ ଗେଲଙ୍କ ସମାନରେ ପହଞ୍ଚିଛନ୍ତି। ବିଷ୍ଟ ଟି ୨୦ ରେ ଅଧିକ ଛକା ମାରିବାରେ କ୍ରିସ ଗେଲଙ୍କ ସହ ସଂଯୁକ୍ତ ହୋଇ ଦ୍ବିତୀୟ ନମ୍ବରରେ ପହଁଚି ଯାଇଛନ୍ତି। ଗେଲ ୨୦୧୩ ରେ ପୁଣେ ୱାରିୟାର୍ସ ବିରୁଦ୍ଧରେ ୧୭ ଛକା ଲଗେଇଥିଲେ।ବିଷ୍ଟ ଗୋଟିଏ ପାରିରେ ସବୁଠୁ ଅଧିକ ଛକା ମାରିଥିବା ଭାରତୀୟ ବ୍ୟାଟ୍ସମାନ ବନିଲେ। ସେ ଶ୍ରେୟାସ ଅୟରଙ୍କର ରେକର୍ଡ ଭାଙ୍ଗିଲେ। ଅୟର ୨୦୧୯ ରେ ସିକିମ ବିରୁଦ୍ଧରେ ୧୫ଟି ଛକା ମାରି ୧୪୫ ରନ କରିଥିଲେ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ | ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ |