IPL ଦଳ CSK ର ଅଧିନାୟକ ଧୋନୀ ଙ୍କ ସମ୍ପତ୍ତି ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ବିଶେଷ

ଆଜି ଆମେ ଜାଣିବା ଭାରତୀୟ ର ପୂର୍ବତନ କ୍ରିକେଟ୍ ଖେଲାରି ଙ୍କ ବିଷୟ ରେ ଯିଏ କି ସବୁଠି ଚର୍ଚ୍ଚିତ । ହଁ ବନ୍ଧୁ ତାଙ୍କ କ୍ରିକେଟ୍ ର ଭଲ ପ୍ରଦର୍ଶନ ଆଜି ତାଙ୍କୁ ସାରା ବିଶ୍ଵ ରେ ପରିଚିତ କରିଛି । ସେ ଜଣେ ନମ୍ବର ୱାନ୍ କିପର। ଆପଣ ମାନେ ନିଶ୍ଚୟ ଜାଣି ପାରିଥିବେ ଆମେ କେଉଁ କ୍ରିକେଟ୍ ଖେଳାରି ଙ୍କ ବିଷୟ ରେ କହୁଛୁ । ଆମେ କହୁଛୁ ମହିନ୍ଦ୍ର ସିଂ ଧୋନି ବା ମାହି । ଭାରତ ର ପୂର୍ବତନ ଅଧିନାୟକ ଧୋନି। ସେ ବର୍ତ୍ତମାନ କ୍ରିକେଟ୍ ଦୁନିଆ ରୁ ଅବସର ନେଇ ସାରିଛନ୍ତି । ଦର୍ଶକ ବନ୍ଧୁ ଆପଣ ମାନ ଙ୍କ ର ଜାଣିବାକୁ ଇଚ୍ଛା ହେଉଥିବା ଯେ ଧୋନି ଙ୍କ ର କେତେ ସମ୍ପତ୍ତି ଅଛି ଓ ସେ ଗୋଟେ ମ୍ୟାଚ୍ ଖେଳିବା ପାଇଁ କେତେ ଟଙ୍କା ନେଉଥିଲେ ଓ ସେ କେଉଁ ବିଶ୍ଵ ରେକର୍ଡ କରିଛନ୍ତି ଜାଣିବା ଆମର ଏହି ପେଜ ମାଧ୍ୟମରେ ।

ବର୍ତ୍ତମାନ ଧୋନି ଙ୍କ ବୟସ ହେଉଛି ୩୯ ବର୍ଷ ସେ ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ ଦୁନିଆ ରେ ଆଜିକୁ ୧୬ ବର୍ଷ ପୁରା ହେଲା । ଧୋନି ୨୦୦୪ ରେ କ୍ରିକେଟ୍ ରେ ପାଦ ଦେଇଥିଲେ ଓ ୨୦୦୭ ମସିହା ରେ ଭାରତ କୁ ଆଇସିସି ଟି ୨୦ ବିଶ୍ଵ କପ୍ ଜିତାଇ ଥିଲେ । ୨୦୧୦ ଓ ୨୦୧୬ ମସିହା ରେ ଭାରତ କୁ ଏସିଆ କପ୍ ଚାମ୍ପିଅନ ବନାଇ ଥିଲେ । ୨୦୧୧ ରେ ୱାର୍ଲ୍ଡ କପ୍ ଜିତାଈ ଥିଲେ । ସେ ଜୀବନ କାଳ ମଧ୍ୟ ରେ ଏଣ୍ଟରନାସନାଲ୍ କ୍ୟାରିଅର ରେ ସେ ପ୍ରାୟ ୧୬୦୦୦ ରନ୍ ପାଖା ପାଖି କରିଛନ୍ତି । ବର୍ତ୍ତମାନ ସେ କ୍ରିକେଟ୍ ଦୁନିଆ ରୁ ଅବସର ନେଇଛନ୍ତି କିନ୍ତୁ ଆପଣ ମାନେ ଆଇପିଏଲ ମ୍ୟାଚ୍ ରେ ଆପଣ ମାନେ ନିଶ୍ଚୟ ଦେଖିବେ ।

ସେ ୨୦୧୦ ମସିହା ରେ ସାକ୍ଷୀ ସିଂ ରାୱାତ୍ ଙ୍କୁ ବିବାହ କରିଥିଲେ ଉତ୍ତରାଖଣ୍ଡ ରେ । ତାଙ୍କର ମଧ୍ୟ ଏକ ଝିଅ ସନ୍ତାନ ମଧ୍ୟ ଅଛି । ତାଙ୍କ ସମ୍ପତି ବିଷୟ ରେ ଜାଣିବା ଆଗରୁ ଜାଣି ରଖନ୍ତୁ ଯେ ଏମେଶ୍ ଧୋନି ଙ୍କୁ ସବୁ ସମ୍ମାନ ରେ ସମ୍ମାନିତ କରାଯାଇଛି ଯେମିତି କି ରାଜୀବ ଗାନ୍ଧୀ ଖେଳ ରତ୍ନ ଆୱାର୍ଡ ଓ ପଦ୍ମଶ୍ରୀ ଆୱାର୍ଡ ମଧ୍ୟ ପାଇଛନ୍ତି । ତାହେଲେ ଚାଲନ୍ତୁ ଜାଣିବା ତାଙ୍କ ସମ୍ପତ୍ତି ବିଷୟ ରେ । ମହିନ୍ଦ୍ର୍ ସିଂ ଧୋନି ଙ୍କ ଇନିକମ ର ମୁଖ୍ୟ ସ୍ରୋତ ହେଉଛି ବ୍ରାଣ୍ଡ ପ୍ରମୋଷନ୍ । ବର୍ତ୍ତମାନ ସମୟ ରେ ତାଙ୍କ ପାଖରେ ପାଖା ପାଖି ୩୨ ବ୍ରାଣ୍ଡ ର ଆମ୍ବାସେଡର ଅଛନ୍ତି । ସେ ପାଖା ପାଖି ଗୋଟେ ବ୍ରାଣ୍ଡ ପ୍ରମୋସନ ପାଇଁ ୭ ରୁ ୧୦ କୋଟି ଟଙ୍କା ନେଇଥାନ୍ତି ।

ଆଉ ତାଙ୍କର ଦ୍ଵିତୀୟ ସ୍ରୋତ ହେଉଛି ଆଇପିଏଲ । ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଧୋନି ଚେନାଇ ଟିମ୍ ର ଅଧିନାୟକ ଓ ସେ ଏହି ଟିମ୍ ରେ ଖେଳିବା ପାଇଁ ୧୧ କୋଟି ଟଙ୍କା ନେଇଥାନ୍ତି । Bcci ତରଫ ରୁ ତାଙ୍କୁ ବର୍ଷ କୁ ୭ କୋଟି ଟଙ୍କା ଦେଇଥାନ୍ତି । ତାଙ୍କ ପାଖରେ ବଡ଼ ବଡ଼ ଘର ଓ କାର ମଧ୍ୟ ଅଛି । ତାଙ୍କ କାର ଗୋଟିଏ କାର ର ମୂଲ୍ୟ ୧୦ କୋଟି ଟଙ୍କା ଉପରେ ହବ । ଧୋନି ଙ୍କ ମୋଟ ସମ୍ପତି ହେଲା ୮୯୦ କୋଟି ଟଙ୍କା ।।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Please follow and like us:

Leave a Reply

Your email address will not be published. Required fields are marked *