ତାରା ବାହିନୀ ପତିଙ୍କ ବଡ ବୟାନ- ମହାରଥୀ ପରିବାରରୁ କେହି ପାର୍ଥୀ ହେଲେ ପିପିଲି ପ୍ରଚାର କରିବା ପାଇଁ ଯିବେ ନାହିଁ

ରାଜ୍ୟ

ଆପଣ ମାନେ ଜାଣିଥିବେ ଯେ ପିପିଲି ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇ ସାରିଲାଣି । ତେବେ କୌଣସି ରାଜନୈତିକ ଦଳ , ଦଳୀୟ ପାର୍ଥି ଙ୍କ ନାମ ଘୋଷଣା କରି ନାହାଁନ୍ତି । ସ୍ବର୍ଗତ ପ୍ରଦୀପ ମହାରଥୀ ହସ୍ତମୋଦିମାହାଲ୍ କୁହାଯାଉଥିବା ପିପିଲି ରୁ କୁଆ ହେବ ବିଜେଡ଼ି ପ୍ରାର୍ଥୀ ସେ ନେଇ ଏବେ ପି ଚାଲିଛି ଆଲୋଚନା । ମହାରଥୀ ଙ୍କ ପୁତ୍ର ରୁଦ୍ର ପ୍ରତାପ ଓ ପତ୍ନୀ ପ୍ରତିଭା ବିଜେଡ଼ି ଟିକେଟ ପାଇବା ପାଇଁ ଆଶାୟୀ ଅଛନ୍ତି । ମାଆ ପୁଅ ଙ୍କ ମଧ୍ୟ ରେ ଅଦୃଶ୍ୟ ପ୍ରତିଯୋଗିତା ଚାଲିଛି ।

ଆଉ ଏହି ସମୟ ରେ ସ୍ବର୍ଗତ ପ୍ରଦୀପ ମହାରଥୀ ଙ୍କ ସାନ ଭାଇ ପ୍ରଣୟ ମହାରଥୀ ପୁତୁରା ରୁଦ୍ର ସପକ୍ଷ ରେ ମୁହଁ ଖୋଲିଛନ୍ତି ଯେ ଭାଉଜ ପ୍ରତିଭା ନୁହେଁ , ମହାରଥୀ ପରିବାର ରୁ କେହି ବିଜେଡ଼ି ପ୍ରାର୍ଥୀ ହେଲେ କଂଗ୍ରେସ ବିଧାୟକ ତାରା ବାହିନୀ ପତି ପିପିଲି ନିର୍ବାଚନ ମଇଦାନକୁ କଂଗ୍ରେସ ପାଇଁ ପ୍ରଚାର କରିବାକୁ ଯିବେ ନାହିଁ ବୋଲି କହିଛନ୍ତି । ପ୍ରଦୀପ ମହାରଥୀ ଓ ତାରା ବାହିନୀପତି, ଶାସକ ଓ ବିରୋଧି ଦଳ ର ବିଧାୟକ ହୋଇଥିଲେ ପି ଉଭୟ ଅନ୍ତରଙ୍ଗ ବନ୍ଧୁ ଥିଲେ ।ପ୍ରଦୀପ ମହାରଥୀ ଙ୍କ ଦେହାନ୍ତ ଖବର ଶୁଣି ତାରା ଭୋ ଭୋ ହୋଇ କାନ୍ଦିଥିଲେ ।ଆଉ ସେହି ଦିନ ଗୃହକୁ ଭିତରେ ତାରା ପ୍ରଦୀପ ଙ୍କ ପାଇଁ ଯେଉଁ ଶୋକ ବ୍ୟକ୍ତ କରିଥିଲେ ତାହା ସମସ୍ତ ଙ୍କ ହୃଦୟ କୁ କନ୍ଦାଇ ଦେଇଥିଲା । ବିଧାନସଭା ଭିତର କୁ ଯେତେବେଳେ ତାରା ବାହିନୀପତି ପ୍ରବେଶ କରନ୍ତି ଠିକ୍ ସେତିକି ବେଳେ ପ୍ରଦୀପ ମହାରଥୀ ଉଠି କହନ୍ତି – ଭାଲୁ କଣ ଖବର ।

ଆଉ ସେମିତି ଯଦି ତାରା ପ୍ରଦୀପ ଙ୍କ ଆଗରୁ ଗୃହ ପ୍ରବେଶ କରିଥାନ୍ତି । ଆଉ ପ୍ରଦୀପ ଗୃହକୁ ପ୍ରବେଶ କରିଥାନ୍ତି ଆଉ ପ୍ରଦୀପ ଗୃହକୁ ପ୍ରବେଶ କଲା ମାତ୍ରକେ ଭାଲୁ ବଡ଼ ପାଟି ରେ କହନ୍ତି ପ୍ରଦୀପ କେମିତି ଅଛୁ । ହଁ ବନ୍ଧୁ କେବଳ ଗୃହ ଭିତରେ ନୁହେଁ ବରଂ ବାହାରେ ମଧ୍ୟ ଭାଲୁ ଓ ମହାରଥୀ ଙ୍କ ଯୋଡ଼ି ବେଶ୍ ଚର୍ଚ୍ଚା ହୁଏ । ଆଉ ଦୁଇ ଜଣ ଗୋଟିଏ ବୁଲେଟ ରେ ବୁଲିବା ,ଏକାଠି ଖାଇବା , ମଜା ମସ୍ତି କରିବା ,ଏମିତି କିଛି ସ୍ମୃତି ଭାଲୁ ବାହିନୀପତି ଭୁଲିପାରୁ ନାହାଁନ୍ତି ।

ସେହି ବନ୍ଧୁ ଙ୍କ ଦେହାନ୍ତ ପରେ ଯଦି ସେହି ଆସନ ରୁ ତାଙ୍କ ପରିବାର ର କେହି ପ୍ରାର୍ଥୀ ହୁଅନ୍ତି ତାଙ୍କ ବିରୁଦ୍ଧ ରେ କେମିତି ବା ସେ ଭୋଟ ମାଗିବାକୁ ଯିବେ । ଏଥିପାଇଁ ମହାରଥୀ ଙ୍କ ପରିବାର ରୁ କେହି ପି ବିଜେଡ଼ି ପ୍ରାର୍ଥୀ ହେଲେ କଂଗ୍ରେସ ବିଧାୟକ ଭାଲୁ ଓରଫ୍ ତାରା ପ୍ରସାଦ ବାହିନୀପତି ପିପିଲି ନିର୍ବାଚନ ମଇଦାନକୁ କଂଗ୍ରେସ ପାଇଁ ପ୍ରଚାର କରିବାକୁ ଯିବେ ନାହିଁ ବୋଲି କହିଛନ୍ତି । ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *