ଓଡିଆ ସିନେ ଜଗତ ପାଇଁ ଆଉ ଏକ ଦୁଃଖ ଖବର। ପ୍ରଖ୍ୟାତ ଅଭିନେତା ରବି ମିଶ୍ରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ବୁଧବାର ଦିନ ରବି ମିଶ୍ରଙ୍କ ପରଲୋକ ହୋଇଯାଇଛି । ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ରବି ମିଶ୍ରଙ୍କୁ ୬୪ବର୍ଷ ହୋଇଥିଲା ।
ବିଶିଷ୍ଟ ଓଡ଼ିଆ ଅଭିନେତା ରବି ମିଶ୍ରଙ୍କ ହୃଦଘାତରେ ପରଲୋକ ହୋଇଛି । ଯାହାପରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ସେଠାରେ ତାଙ୍କର ଆଜି ପରଲୋକ ହୋଇଯାଇଛି । ତାଙ୍କର ମୃତ୍ୟୁ ଖବର ପାଇବା ପରେ ଓଲିଉଡରେ ଶୋକର ଛାୟା ଖେଳିଯାଇଛି ।
ରବି ମିଶ୍ର ଅନେକ ମଞ୍ଚ, ସିରିଏଲ ଓ ଫିଲ୍ମରେ ଅଭିନୟ କରିଛନ୍ତି । ଖାସ୍ କରି ହାସ୍ୟ ଅଭିନେତା ଭାବେ ରବି ମିଶ୍ର ଖୁବ୍ ପ୍ରଶଂସା ସାଉଁଟିଥିଲେ । ସେ ବହୁ ଚଳଚ୍ଚିତ୍ର, ଟେଲି ଧାରାବାହିକରେ ନିଜ ଅଭିନୟର ଯାଦୁ ଦେଖାଇଛନ୍ତି । ଧାରାବାହିକ ‘ଗୋପାଳ ରହସ୍ୟ’ରେ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିଲେ ।
ଟେଲି ସିରିଏଲ ‘ଗୋପାଳ ରହସ୍ୟ’ ପାଇଁ ବହୁ ପ୍ରଶଂସା ସାଉଁଟିଥିଲେ । ‘ହେ ପ୍ରଭୁ’ ସିରିଏଲରେ ସେ କାମ କରୁଥିଲେ ରବି । ଏହି ସିରିୟଲରେ ସେ ଅଭିନେତ୍ରୀ ଲିପ୍ସା ମିଶ୍ରଙ୍କ ଜେଜେ ଭୂମିକାରେ ଅଭିନୟ କରୁଥିଲେ । ‘ହେ ପ୍ରଭୁ’ ସିରିଏଲରେ ସେ କାମ କରୁଥିଲେ ରବି । ଏହି ସିରିୟଲରେ ସେ ଅଭିନେତ୍ରୀ ଳିପ୍ସା ମିଶ୍ରଙ୍କ ଜେଜେ ଭୂମିକାରେ ଅଭିନୟ କରୁଥିଲେ।
ସେହିପରି ଓଡିଆ ଫିଲ୍ମ ସୌଭାଗ୍ୟବତୀ ତାଙ୍କର ଅଭିନୟ ପାଇଁ ଖୁବ୍ ପ୍ରଶଂସା ସାଉଁଟିଥିଲେ । ଅନେକ ଓଡିଆ ଫିଲ୍ମରେ ତାଙ୍କର ନିଖୁଣ ଅଭିନୟ ପାଇଁ ଦର୍ଶକ ସବୁବେଳେ ମନେ ରଖିବେ ବୋଲି ଅନେକ କଳାକାର କହିଛନ୍ତି ।
ଏଭଳି ଏକ ଘଡିସନ୍ଧି ମୁହୁର୍ତରେ ପ୍ରଭୁ ଜଗନ୍ନାଥଙ୍କ ପାଖେ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ ପରିବାରକୁ ସମବେଦନା ଜଣାଉଛି ଏବଂ ବନ୍ଧୁ, ବାନ୍ଧବ ଓ ଶୁଭେଛୁ ଏବଂ ସମର୍ଥକ ମାନଙ୍କୁ ଏହି ଦୁଃଖକୁ ସହିବା ନିମନ୍ତେ ଧୈର୍ଯ୍ୟ ପ୍ରଦାନ କରିବା ପାଇଁ ପ୍ରାର୍ଥନା କରୁଛୁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ | ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ |