ଆପଣ ମାନେ ଜାଣିଥିବେ ପୂର୍ବ କାଳରୁ ଭଗବାନ ଙ୍କ ଉପରେ ଆମର ବିଶ୍ୱାସ ରହି ଆସିଛି।ଆମେ ଆଜି ବି ସେଇ ଭଗବାନ ଙ୍କୁ ପୂଜା କରୁଛେ ।ସୋମବାର ରେ ଆମେ ଶିବ ଙ୍କୁ ପୂଜା କରୁଛେ ପ୍ରଭୁ ଶିବଙ୍କର ଅନେକ ଅଲୌକିକ ଲୀଳା ମାନ ରହିଛି।ଏମିତି ଗୋଟିଏ ଲୀଳା ଆଜି ଆମେ ଆପଣ ମାନଙ୍କୁ କହିବୁ।
ଘଟଣା ଟି ହେଉଛି ଜଗତସିଂହପୁର ଜିଲ୍ଲାର ପ୍ରଭୁ ଗୋରଖନାଥଙ୍କ ପୀଠରେ ଦେଖିବାକୁ ମିଳିଥାଏ ଆଲୌକିକ ଘଟଣା ।ଏଠାରେ ପ୍ରଭୁ ଧଳା ଝିଟିପିଟି ରୂପରେ ଦର୍ଶନ ଦିଅନ୍ତି ବୋଲି ଲୋକମାନଙ୍କର ବିଶ୍ୱାସ ରହିଛି। ମୁଖ୍ୟତଃ ଏଠାରେ ସର୍ପାଘାତ ରୋଗୀ ବାବାଙ୍କର ଝିଟିପିଟି ଶଦ୍ଦରେ ହୁକୁମ ହେବା ପରେ ପାଦୁକ ଓ ବିଭୁତି ରୋଗୀଙ୍କୁ ଦିଆଯାଇଥାଏ । ଫଳରେ ରୋଗୀମାନେ ଭଲ ହୋଇଯାନ୍ତି।
ଏପରିକି ରୋଗୀମାନେ ମେଡିକାଲ ରୁ ଫେଲ ମାରି ଏଠିକି ଆସି ଭଲହୋଇଯିବାର ଦେଖାଯାଇଛି।ଏହା ସହିତ ଯେଉଁ ଦମ୍ପତି ଙ୍କର ସନ୍ତାନ ନଥାଏ ମାନସିକ ପାଇଁ ଗଛରେ ଡୋରି ବାନ୍ଧି ଥାନ୍ତି ଫଳରେ ସେମାନେ ସାନ୍ତାନ ପ୍ରାପ୍ତି କରନ୍ତି ବୋଲି ବିଶ୍ୱାସ ରହିଛି।
ପ୍ରଭୁ ଗୋରଖନାଥ ଶିବଙ୍କ ଅବତାର ହୋଇ ଥିବାରୁ ଏଠାରେ ସର୍ପ ଘାତ କରିଥିବା ଲୋକ ଆସି ପ୍ରଭୁ ଙ୍କର ପାଦୁକ ରେ ଭଲ ହେବାର ବିଶ୍ୱାସ ମଧ୍ୟ ରହିଛି। ସତ ସତ ଧଳା ଝିଟିପିଟି ଶଦ୍ଦ ହେବା ପରେ ବାବାଙ୍କର ହୁକୁମ ହୋଇଥାଏ ।ଏଠାରେ ବାବା ଙ୍କ ଉପରେ ବହୁତ ଲୋକଙ୍କ ବିଶ୍ୱାସ ରହିଛି।
ଏଠାରେ ଭକ୍ତ ମାନେ ଆସି ମାନସିକ ରଖିଥାନ୍ତି ଓ ସେହି ମାନସିକ ପୁରଣ ମଧ୍ୟ ହୋଇଥାଏ।ଏଠାରେ ପ୍ରତିଦିନ ହଜାର ହଜାର ଭକ୍ତ ଙ୍କର ଭିଡ ଲାଗି ରହିଥାଏ।
ଏହି ପୀଠରେ ବିଭିନ୍ନ ପର୍ବ ପର୍ବାଣୀ ପାଳନ କରାଯାଇଥାଏ । ଅଗ୍ନୀ ଉତ୍ସବ ପୂର୍ଣ୍ଣମୀକୁ ଏଠାରେ ବଡ ପର୍ବ ଭାବରେ ପାଳନ କରାଯିବା ସହ ଏହି ସମୟରେ ଲକ୍ଷାଧିକା ଭକ୍ତଙ୍କ ଭିଡ ଜମିଥାଏ ।ଏହି ଦିନ ଗୁଡିକରେ ବହୁତ ଭକ୍ତ ଏଠାକୁ କୁ ଅସିଥାନ୍ତି ଓ ମାନସିକ ମଧ୍ୟ କରିଥାନ୍ତି।ଏହା ହେଉଛି ପ୍ରଭୁ ଗୋରେଖ ନାଥ ଙ୍କର ଅଲୌକିକ ଲୀଳା ଯୁଗ ଯୁଗ ରୁ ରହି ଆସିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ | ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ |