ଭିଡିଓ ଭାଇରାଲ, ସ୍ଥାନୀୟ ଲୋକ ପ୍ରେମୀ ଯୁଗଳ ଙ୍କୁମା ଡମାରି ସେମାନଙ୍କ ଭିଡିଓକୁ ଭାଇରାଲ କରିଲେ

VIRAL

ଏବେ ବି ଲୋକମାନେ କଙ୍ଗାରୁ କୋର୍ଟ କୁ ବିଶ୍ୱାସ କରୁଛନ୍ତି।କେନ୍ଦୁଝର ରେ ପୁଣି କଙ୍ଗାରୁ କୋର୍ଟ।ଘଟ ଗାଁ ମେଲଣ ଅଞ୍ଚଳରେ ଜଣେ ଯୁବକ ଓ ଜଣେ ଯୁବତୀ ଙ୍କୁ ଧରି ଜୋର ଜବରଦସ୍ତ ମାଡ ମାରିଛନ୍ତି ଓ ତାଙ୍କ ସହିତ ଖରାପ ବ୍ୟବହାର କରିଛନ୍ତି।ଏହି ଅଭିଯୋଗ ଆଣିଛନ୍ତି ଉଭୟ ଯୁବକ ଓ ଯୁବତୀ ଜଣକ।ଏହି ମାଡ ମାରିବା ଭଡ଼ିଓ ଟି ଏବେ ସୋସିଆଲ ମିଡ଼ିଆ ରେ ଭାଇରଲ ହେବାରେ ଲାଗିଛି।ଏହି ଘଟଣା ରେ ଥାନା ରେ କିଛି ଅଭିଯୋଗ ହୋଇନାହିଁ ।

ଏହି ଘଟଣା କୁ ନେଇ କୌଣସି ମାମଲା ଥାନାରେ ହୋଇନାହିଁ।କିନ୍ତୁ ପୋଲିସ ପାଖରେ ଏହି ଭାଇରଲ ଭିଡ଼ିଓ ଖବର ଥିବା ଜଣା ପଡ଼ିଛି।ତେଣୁ ପୋଲିସ ତା ନିଜ ଆଡୁ ଏହି ଘଟଣା ର ତଦନ୍ତ ଆରମ୍ଭ କରିଛି।ଯୁବତୀ ଜଣଙ୍କ ହେଉଛନ୍ତି ଯାଜପୁର ଓ ଯୁବକ ଜଣଙ୍କ ହେଉଛନ୍ତି କେନ୍ଦୁଝର ଅଞ୍ଚଳର ବୋଲି ଜଣା ପଡ଼ିଛି।

ଏହି ଦୁଇ ଜଣ ସାଙ୍ଗ ହୋଇ କଲେଜ ରେ ପଢୁଥିଲେ ।ଏହି ଦୁଇଜଣ ଯାକ ମା ତାରିଣୀ ଙ୍କୁ ଦର୍ଶନ ଜରିବା ପାଇଁ ଆସୁଥିଲେ ବାଟରେ ଝିଅ ଟିର ମୁଣ୍ଡ ବୁଲାଇ ଥିଲା ଫଳରେ ତାଙ୍କ ଏହି ଯୁବକ ସାଙ୍ଗ ତାଙ୍କୁ ଗୋଟିଏ ଗଛ ତଳେ ଶୁଆଇ ଦେଇଥିଲା।ତାପରେ ଯୁବକ ଯେତେବେଳେ ପାଣି ଆଣିବା ପାଇଁ ଯାଇଥିଲା ତାଙ୍କୁ ହଠାତ କିଛି ଯୁବକ ଆକ୍ରମଣ କରିଥିଲେ।ଓ ଖରାପ ବ୍ୟବହାର କରିଥିଲେ।

ଯୁବକଙ୍କୁ ଜୋର ଜବରଦସ୍ତ ଗଛ ରେ ବାନ୍ଧିବାକୁ ଚେଷ୍ଟା କରିଥିଲେ।ଏପରିକି ତାଙ୍କୁ ବାଡ଼ି ରେ ବଡେଇବା ସହ ଖରାପ ବ୍ୟବହାର କରିଥିଲେ ଏପରି ଭିଡ଼ିଓ ଏବେ ଖୁବ ଭାଇରଲ ହେବାରେ ଲାଗିଛି।ଏହି ଭିଡ଼ିଓ ରେ ଦେଖିବାକୁ ମିଳିଛି କି ଯୁବକ ଓ ଯୁବତୀ ବହୁତ କାକୁତି ମିନତୀ ହେଉଛନ୍ତି ହେଲେ ତାଙ୍କ କଥା କେହି ଶୁଣୁ ନାହାନ୍ତି।ଏହି ଘଟଣା କୁ ନେଇ କୌଣସି ମାମଲା ରୁଜୁ ହୋଇନଥିଲେ ବି ପୋଲିସ ତା ନିଜ ଆଡୁ ଏହାର ତଦନ୍ତ ଆରମ୍ଭ କରିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ | ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ |

Leave a Reply

Your email address will not be published. Required fields are marked *