ହେ ଭଗବାନ ! ସରକାର ଚାହୁଁ ନାହାଁନ୍ତି ରୁଚିକାକୁ ନ୍ୟାୟ ମିଳୁ: ରୁଚିକା ଙ୍କ ମା …ଦେଖନ୍ତୁ

ବିଶେଷ

ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟାକୁ ଏହାରି ଭିତରେ ୮ଦିନ ବିତିଗଲାଣି। ମାତ୍ର ଏ ପର୍ଯ୍ୟନ୍ତ ପୁଲିସ ରାଗିଂ କରିଥିବା ୩ ସିନୟର୍‌ ଛାତ୍ରୀଙ୍କୁ ଚିହ୍ନଟ କରିପାରିନାହିଁ। କଲେଜ କର୍ତ୍ତୃପକ୍ଷ ମଧ୍ୟ ଦାୟିତ୍ବରେ ଅବହେଳା କରିଥିବା କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ। ତେଣୁ କଲେଜ ଫାଟକ ସମ୍ମୁଖରେ ଧାରଣା‌ରେ ବସିଥିବା ରୁଚିକାଙ୍କ ମା’ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

ସେ କହିଛନ୍ତି “ଜାଣିଶୁଣି ପ୍ରଶାସନ କଲେଜ୍ ର ଇଜ୍ଜତ ବଞ୍ଚାଇବା ପାଇଁ ରୁଚିକା ଙ୍କ ମାମଲାରେ ସଂପୃକ୍ତ ଥିବା ତିନି ସିନିୟର୍ ଛାତ୍ରୀ ଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଛି। ସରକାର କଦାପି ଚାହୁଁ ନାହାନ୍ତି ଏହି ସରକାରୀ କଲେଜ କୁ ବଦନାମ କରିବାକୁ କି ମୋ ଝିଅକୁ ନ୍ୟାୟ ଦେବାକୁ। ସରକାର ଉପରେ ମୋର ଆଉ ଭରଷା ନାହିଁ। ”

ସେମାନେ ମତେ କଲେଜ୍ ଆଗରୁ ଉଠାଇବାକୁ ଚେଷ୍ଟା ବହୁତ୍ ଚେଷ୍ଟା କରୁଛନ୍ତି। ହେଲେ ମୋ ଝିଅକୁ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ମୁଁ ଉଠିବି ନାହିଁ। ସେମାନେ ମତେ ଟାଣି ଟୁଣି ଏଠାରୁ ଉଠାଇବାକୁ ଯେତିକି ଚେଷ୍ଟା କରୁଛନ୍ତି ଯଦି ପ୍ରକୃତ ଦୋଷୀ କୁ ଖୋଜିବାରେ ସେତିକି ଚେଷ୍ଟା କରିଥାନ୍ତେ। ତେବେ ମୋ ଝିଅକୁ ନ୍ୟାୟ ମିଳି ସାରନ୍ତାଣି ଆଉ ମୁଁ ଏଠାରୁ ଉଠିସାରନ୍ତିଣି ବୋଲି କହିଛନ୍ତି ରୁଚିକା ଙ୍କ ମା।

ତେବେ ସୂଚନା ଥାଉ କି, କଟକ ଜିଲ୍ଲା କଖଡ଼ି ଗାଁର ରୁଚିକା ମହାନ୍ତି ବିଜେବି ମହାବିଦ୍ୟାଳୟର ଯୁକ୍ତ ୩ କଳାର ପ୍ରଥମ ବର୍ଷ ଛାତ୍ରୀ ଥିଲେ। ସେ ଇତିହାସ ଅନର୍ସ ନେଇ ପଢ଼ୁଥିଲେ। କାରୁବାକୀ ଛାତ୍ରୀ ନିବାସର ତୃତୀୟ ମହଲାର ରୁମ୍‌ ନମ୍ୱର ନଂ ୨୦୧ରେ ରହୁଥିଲେ। ପ୍ରଥମ ବର୍ଷରେ ପଢ଼ୁଥିଲେ ମଧ୍ୟ ୟୁପିଏସ୍‌ସି ପାଇଁ ପ୍ରସ୍ତୁତି ଚଳାଇଥିଲେ। ହେଲେ ଗତ ୨ ତାରିଖ ପୂର୍ବାହ୍ନରେ ର-ଶି ଲ-ଗା-ଇ ଆ-ତ୍ମ-ହ-ତ୍ୟା କରିଥିଲେ।


ଆ-ତ୍ମ-ହ-ତ୍ୟା ପୂର୍ବରୁ ସେ ଏକ ସୁଇସାଇଡ୍ ନୋଟ୍ ରେ ଆ-ତ୍ମ-ହ-ତ୍ୟାର କାରଣ ଲେଖିଯାଇଥିଲେ। ୩ ସିନିୟରଙ୍କ ରାଗିଂ ଯୋଗୁ ଆ-ତ୍ମ-ହ-ତ୍ୟା କରିଥିବା ସୁଇସାଇଡ୍‌ ନୋଟ୍‌ରେ ଲେଖିଥିଲେ ରୁଚିକା। ତେବେ ଏହି ଘଟଣାକୁ ନେଇ ଏବେ ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଛି । ରାଗିଂ କରୁଥିବା ୩ ସିନିୟର ଛାତ୍ରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି ଜୋର ଧରିଛି

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

Leave a Reply

Your email address will not be published.