ହେ ଭଗବାନ !! ରଥ ଉପରୁ ସେବାୟତଙ୍କ ସହ ତଳକୁ ଖସି ପଡ଼ିଲେ ମହାପ୍ରଭୁ …. ଦେଖନ୍ତୁ

ବିଶେଷ

ରଥ ଉପରୁ ସେବାୟତ ଙ୍କ ସହିତ ତଳକୁ ଖସି ପଡ଼ିଲେ ପ୍ରଭୁ ଶ୍ରୀ ଜଗନ୍ନାଥ। ରଥ ଉପରୁ ପହଣ୍ଡି ହୋଇ ମାଉସୀ ମା ଘରକୁ ଆସୁଥିବା ସମୟରେ ଭାଙ୍ଗିଗଲା ରଥ ସିଡି। ଆଉ ସେବାୟତ ମାନଙ୍କ ସହିତ ତଳେ ପଡିଗଲେ ମହାପ୍ରଭୁ। ରଥଯାତ୍ରାରେ ଏହା ଏଭଳି ଏକ ଅଘଟଣ ଯାହା ଆଗରୁ କେବେ ବି ହୋଇନଥିଲା। ଏଭଳି ଅଘଟଣ ଯାହା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି।

ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ ଦେଖିବାକୁ ମିଳୁଛି, ରଥଯାତ୍ରା ଚାଲିଥିବା ସମୟରେ ଶ୍ରୀ ଜଗନ୍ନାଥଙ୍କ ରଥ ଆସି ପହଞ୍ଚିଥିଲା ମାଉସୀ ମା ନିକଟରେ। ହେଲେ ଯେତେବେଳେ ଶ୍ରୀ ଜଗନ୍ନାଥଙ୍କ ବିଗ୍ରହକୁ ପହଣ୍ଡି କରି ସେବାୟତ ମାନେ ସିଡି ମାଧ୍ୟମରେ ରଥ ତଳକୁ ଆଣୁଥିଲେ ସେତେବେଳେ ଭାଙ୍ଗି ଯାଇଥିଲା ରଥର ସିଡି।

ତଳକୁ ଖସି ପଡ଼ିଥିଲେ ମହାପ୍ରଭୁ। ମହାପ୍ରଭୁ ଙ୍କ ସହିତ ସେବାୟତ ମାନେ ମଧ୍ୟ ତଳେ ପଡ଼ିଯାଇଥିଲେ। ଏଭଳି ଅଘଟଣ ଦେଖିବାକୁ ମିଳିଥିଲା ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ଜରାସିଂହା ଗ୍ରାମରେ ଅନୁଷ୍ଠିତ ହୋଇଥିବା ରଥଯାତ୍ରା ସମୟରେ। ତେବେ ଛୋଟିଆ ରଥରେ ଏତେ ଲୋକ କଣ ପାଇଁ ଚଢିଥିଲେ ତାହାକୁ ନେଇ ଏବେ ପ୍ରଶ୍ନ ଉଠିଛି।

କରୋନା କଟକଣା ପରେ ଦୀର୍ଘ ଦୁଇ ବର୍ଷର ଅବିରତ ପ୍ରତୀକ୍ଷା ପରେ ଭକ୍ତଙ୍କ ଗହଣରେ ହୋଇଛି ରଥଯାତ୍ରା। ପବିତ୍ର ରଥଯାତ୍ରା ପାଇଁ ଗାଆଁ ଗାଁ ରେ ଗଡିଚି ପ୍ରଭୁଙ୍କ ରଥ। ଶଙ୍ଖ ହୁଳହୁଳି ସେ ପ୍ରକମ୍ପିତ ହୋଇଛି ପ୍ରତି ଗାଆଁ। ହେଲେ ଜରାସିଂହା ଗ୍ରାମରେ ରଥଯାତ୍ରା ସମୟରେ ହୋଇଥିବା ଏଭଳି ଅଘଟଣ ସବୁ ଭକ୍ତ ମାନଙ୍କ ମନରେ ଆଘାତ ସୃଷ୍ଟି କରିଛି।

ଏହି ଘଟଣାକୁ ନେଇ ଏବେ ଶ୍ରଦ୍ଧାଳୁ ମାନଙ୍କ ମନରେ ଘୋର ଅସନ୍ତୋଷ ଦେଖିବାକୁ ମିଳିଛି। ଏଭଳି ଘଟଣା ପରେ ଶ୍ରଦ୍ଧାଳୁ ମାନଙ୍କ ମନରେ ନାନା ଶଙ୍କା ଆଶଙ୍କା ଆସୁଛି। ଏଭଳି ଲୀଳା ଭିଆଇ ମହାପ୍ରଭୁ କୌଣସି ଆସର୍ଣ୍ଣ ବିପଦ କୁ ସୂଚିତ କରାଇବାକୁ ଚାହୁଁଥିବା ଭକ୍ତ ଗହଣରେ ଚର୍ଚ୍ଚା ହେଉଛି।

 

Leave a Reply

Your email address will not be published.