ଆଜିକାଲି ସମୟରେ ଲୋକ ମାନଙ୍କୁ ମନୋରଞ୍ଜନର ଖୋରାକ ଯୋଗାଉଛି ଡିଜେ। କୌଣସି ଉତ୍ସବକୁ ଆହୁରି ସ୍ମରଣୀୟ କରିବା ପାଇଁ ଲୋକମାନେ ଦ୍ୟାନ୍ସ କରି ଖୁବ୍ ମଜା କରୁଛନ୍ତି। ଆଜିକାଲି ସମୟରେ ଖୁବ୍ ଟ୍ରେଣ୍ଡରେ ଅଛି ନାଗିନ ଡ୍ୟାନ୍ସ। ଆପଣମାନେ ସୋସିଆଲ ମିଡିଆରେ ଅନେକ ନାଗିନ ଡ୍ୟାନ୍ସ ଭିଡିଓ ଦେଖିଥିବେ। ମ୍ୟୁଜିକ୍ ର ତାଳେ ତାଳେ ଲୋକ ମାନଙ୍କ ମଜାଳିଆ ନାଚ ସୋସିଆଲ ମିଡିଆରେ ଦର୍ଶକ ମାନଙ୍କୁ ଖୁବ୍ ପସନ୍ଦ ଆସୁଛି।
ହେଲେ ବେଳେ ବେଳେ ଏହି ମଜାଦାର ନାଚ ମହଙ୍ଗା ପଡ଼ିଥାଏ। ନିକଟରେ ଏଭଳି କିଛି ଘଟଣା ଘଟିଛି ଯାହା ଶୁଣିଲା ପରେ ଆପଣ ଆଶ୍ଚର୍ୟ୍ଯ ହୋଇଯିବେ। ନାଗିନ ଡ୍ୟାନ୍ସ କରୁ କରୁ ଜଣେ ଯୁବକଙ୍କ ଜୀବନ ଚାଲିଯାଇଛି। କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥାଟି ସତ। ନିକଟରେ ଏଭଳି କିଛି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶ ଠାରେ।
ସୂଚନା ଅନୁଯାୟୀ, ମଧ୍ୟପ୍ରଦେଶ ର ସଇନି ଜିଲ୍ଲାର କଟିଆ ଗ୍ରାମରେ ଶ୍ରୀ ଗଣେଶ ଭଗବାନଙ୍କ ମୂର୍ତ୍ତି ବିସର୍ଜନ ସମୟରେ ସେହି ଗାଆଁ ର ଯୁବକ ମାନେ ଡିଜେ ଲଗାଇ ନାଚ ଗୀତରେ ମସଗୁଲ୍ ଥିଲେ। ଏହି ସମୟରେ ବାଜିଥିଲା ନାଗିନ ଗୀତ। ଆଉ ଏହି ଗୀତ ଶୁଣି ଜଣେ ଯୁବକ ଶାଢ଼ୀ ପିନ୍ଧି ଷ୍ଟେଜ ଉପରକୁ ଚଢ଼ି ନାଚିବା ଆରମ୍ଭ କରିଥିଲେ।
ଏହି ନାଚ ଦେଖି ସେହି ଗ୍ରାମର ଗୁରୁଜନ ଠାକୁର ନାମକ ଜଣେ ଯୁବକ ରୁମାଲ ରେ ବିନ୍ କରି ନାଚିବାକୁ ଆରମ୍ଭ କରିଥିଲେ। ଏଭଳି ନାଚୁ ନାଚୁ ଗୁରୁଜନ ହଠାତ୍ ତଳେ ପଡ଼ି ଯାଇଥିଲେ। ଏହି ସମୟରେ ତାଙ୍କ ମୁଣ୍ଡ ଚଟାଣ ଉପରେ ପିଟି ହୋଇଯାଇଥିଲା। ଆଉ ଘଟଣା ସ୍ଥଳରେ ହିଁ ତାଙ୍କର ପ୍ରାଣବାୟୁ ଉଡି ଯାଇଥିଲା।
ଲୋକ ମାନଙ୍କ କହିବାନୁଯାୟୀ, ଗୁରୁ ଙ୍କର ହାର୍ଟ ଆଟାକ୍ ହେବାରୁ ସେ ତଳେ ପଡ଼ିଯାଇଥିଲେ। ଆଉ ତଳେ ପଡ଼ି ମୁଣ୍ଡରେ ଶକ୍ତ ଆଘାତ ଲାଗିବାରୁ ତାଙ୍କ ମୃତ୍ୟୁ ହୋଇଥିଲା। ତେବେ ଏହି ଅଘଟଣ ବେଳର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।