ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଏଭଳି ଅନେକ ଅଭିନେତା ଅଛନ୍ତି ଯେଉଁମାନେ ନିଜର ଜବରଦସ୍ତ ଅଭିନୟ ବଳରେ ଦର୍ଶକ ମହଲରେ ନିଜର ଏକ ନିଆରା ପରିଚୟ ସୃଷ୍ଟି କରିପାରିଛନ୍ତି। ଓଡ଼ିଆ ଇଣ୍ଡଷ୍ଟ୍ରି ର ସେହିଭଳି ଜଣେ ଲୋକପ୍ରିୟ ଅଭିନେତା ହେଉଛନ୍ତି ସବ୍ୟସାଚୀ ମିଶ୍ର। ତେବେ ବର୍ତ୍ତମାନ ସବ୍ୟସାଚୀ ଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି।
ବହୁ ଦିନର ବ୍ୟବଧାନ ପରେ ପୁଣି ବଡ଼ ପରଦାକୁ ଫେରୁଛନ୍ତି ସମସ୍ତଙ୍କର ଅତି ପ୍ରିୟ ସବ୍ୟସାଚୀ ମିଶ୍ର।ଏଥର ଦର୍ଶକ ମାନେ ତାଙ୍କୁ ଏକ ଭିନ୍ନ ଅନ୍ଦାଜ ରେ ଦେଖିବାକୁ ପାଇବେ। ତେବେ ସେ କଣ ପାଇଁ ଗତ ଦୁଇ ବର୍ଷ ହେବ ଇଣ୍ଡଷ୍ଟ୍ରି ଠାରୁ ଦୂରେଇ ଥିଲେ ଓ ତାଙ୍କର ଆଗକୁ କେଉଁ ସିନେମା ଆସିବାକୁ ଯାଉଛି ଆସନ୍ତୁ ଜାଣିବା ସେ ବିଷୟରେ ଅଧିକ କିଛି।
ତେବେ ସବ୍ୟସାଚୀ ମିଶ୍ର ଙ୍କୁ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ। ଓଡ଼ିଆ ଦର୍ଶକ ମାନଙ୍କୁ ସେ ଅନେକ ନୂଆ ଧରଣର ସିନେମା ଭେଟି ଦେଇଛନ୍ତି। ତାଙ୍କ ଜବରଦସ୍ତ ଅଭିନୟ ପାଇଁ ଆଜି ସେ ଓଡ଼ିଶାର ଘରେ ଘରେ ପରିଚିତ। ତେବେ ସମସ୍ତଙ୍କର ଅତି ପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ର ଗତ ଦୁଇ ବର୍ଷ ହେବ କୌଣସି ସିନେମା କରୁନଥିଲେ। ଦର୍ଶକ ମାନେ ତାଙ୍କୁ ବଡ଼ ପରଦାରେ ଦେଖିବାକୁ ପାଉନଥିଲେ।
ତେବେ ଦୀର୍ଘ ଦିନର ବ୍ୟବଧାନ ପରେ ଏବେ ଏକ ନୂଆ ସିନେମା ଓ ନୂଆ ଲୁକ୍ ନେଇ ଦର୍ଶକ ମାନଙ୍କ ପାଖକୁ ଫେରୁଛନ୍ତି ସବ୍ୟ। ସେ ନିଜ ସୋସିଆଲ ମିଡିଆରେ ଏହି ନୂଆ ଚଳଚ୍ଚିତ୍ର ରେ ତାଙ୍କ ଫାଷ୍ଟ ଲୁକ୍ ର କିଛି ଫଟୋ ସେୟାର କରିଛନ୍ତି। ଯେଉଁଥିରେ ତାଙ୍କୁ ଏକ ସଂପୂର୍ଣ୍ଣ ଭିନ୍ନ ଅନ୍ଦାଜ ରେ ଦେଖିବାକୁ ମିଳୁଛି।
ଏହା ସହିତ ସବ୍ୟ କଣ ପାଇଁ ଗତ ଦୁଇ ବର୍ଷ ହେବ କୌଣସି ସିନେମା କରୁନଥିଲେ ତାହାର ବି ଖୁଲାସା କରିଛନ୍ତି।ସବ୍ୟ ନିଜ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି କହିଛନ୍ତି, “ଗତ ଦୁଇ ବର୍ଷ ହେବ ମୁଁ ଏକ ନୂଆ ଧରଣର କାହାଣୀର ଅପେକ୍ଷାରେ ଥିଲି। ଶେଷରେ ସେହିଭଳି ଏକ ଚରିତ୍ର ମତେ ମିଳିଲା। ଏହା ଏକ ସଂପୂର୍ଣ୍ଣ ନୂଆ ଧରଣର ଚଳଚ୍ଚିତ୍ର”। ଏଥିପାଇଁ ସବ୍ୟ ତରଙ୍ଗ ପ୍ରଡକ୍ସନକୁ ଧନ୍ୟବାଦ ଜଣାଇଛନ୍ତି। ସବ୍ୟଙ୍କ ଆଗାମୀ ଚଳଚ୍ଚିତ୍ର ଓଡିଆ ସିନେମାକୁ ଏକ ନୂଆ ପରିଚୟ ଦେବ ବୋଲି ସମସ୍ତେ ଆଶା କରୁଛନ୍ତି ।