ଝିଅଟିଏ ହୋଇ ବୁଲେଟ୍ ଚଢୁଥିଲେ, ନିଜ ଅନ୍ଦାଜରେ ନିଜେ ବଂଚୁଥିଲେ। ଶହ ଶହ ରିଲ୍-ଭିଡିଓ କରି ଜୀବନକୁ ଏକ ଗୀତ ପରି ବଞ୍ଚୁଥିବା ଲେଡି-ପିଇଟି ତନୁଜା ବିଶ୍ୱାସଙ୍କ ଆ-ତ୍ମ-ହ-ତ୍ୟା କୁ ନେଇ ଏବେ ସାରା ସହରରେ ଚର୍ଚ୍ଚା। ତାଙ୍କ ଅନ୍ଦାଜ ପାଇଁ ସେହି ଛୋଟିଆ ସହରଟିରେ ସେ ଥିଲେ ଖୁବ୍ ଜଣାଶୁଣା।
ତନୁଜାଙ୍କ ଟିକଟକ ଭିଡିଓ ସୋସିଆଲ ମିଡିଆରେ ବେଶ ପପୁଲାର ହେଉଥିଲା । ବହୁସଂଖ୍ୟାରେ ଲୋକ ତନୁଜାଙ୍କ ଭିଡିଓ ଦେଖୁଥିଲେ । ଉମରକୋଟର ଜାମୁରୁଣ୍ଡା ମଙ୍ଗଳ ବିଭାଗ ବାଳିକା ଉଚ୍ଚ ବିଦ୍ୟାଳୟରେ ପିଇଟି ଶିକ୍ଷୟିତ୍ରୀ ଭାବେ କାମ କରୁଥିବା ତନୁଜା ସ୍କୁଲର ଗାର୍ଲସ ହଷ୍ଟେଲର ଇନଚାର୍ଜ ଥିଲେ । ବେଶ ଖୁସ ମିଜାଜ ଥିଲେ ଏବଂ ସମସ୍ୟା ଆସିଲେ ଅନ୍ୟକୁ ସବୁବେଳେ ବାଟ ଦେଖାଉଥିଲେ।
ହେଲେ ହଠାତ୍ ରବିବାର ସକାଳେ ସବୁକିଛି ଓଲଟପାଲଟ ହୋଇଗଲା । ତୁନୁଜାଙ୍କୁ ଟିଫିନ ଦେବାକୁ ଯେେତେବେଳେ ପରିବାର ଲୋକେ ତାଙ୍କ ରୁମକୁ ଯାଇଥିଲେ, ସେତେବେଳେ ଜଣାପଡିଲା ତନୁଜା ଆଉ ନାହାନ୍ତି।ଫ୍ୟାନରେ ଝୁଲିପଡିଛନ୍ତି ଏହା ଦେଖି ପରିବାର ଲୋକଙ୍କ ପାଦତଳୁ ମାଟି ଖସି ଯାଇଥିଲା । ବିଶ୍ୱାସ କରିପାରିଲେ ନାହିଁ ଯେ, ତନୁଜା ଆ-ତ୍ମ-ହ-ତ୍ୟା କରିଦେଇଛନ୍ତି।
ତନୁଜା ଙ୍କ ଆ-ତ୍ମ-ହ-ତ୍ୟାକୁ ନେଇ ଏବେ ଅନେକ ପ୍ରଶ୍ନ ଉଠୁଛି। ଯିଏ ଅନ୍ୟ ଝିଅ ମାନଙ୍କୁ ଦୃଢ଼ ଓ ଆତ୍ମନିର୍ଭରଶୀଳ ହେବାପାଇଁ ପ୍ରଶିକ୍ଷଣ ଦିଅନ୍ତି ସେ ଏଭଳି ଚରମ ନିଷ୍ପତି କାହିଁକି ନେଲେ ତାହା ଏବେ ସମସ୍ତଙ୍କ ମନରେ ପ୍ରଶ୍ନ। ତନୁଜା ଙ୍କ ବନ୍ଧୁ ପରିବାରବର୍ଗ ଠାରୁ ଆରମ୍ଭ କରି ଉମରକୋଟ ବାସୀ ସହଜରେ ବିଶ୍ୱାସ କରିପାରୁନାହାନ୍ତି।
ତେବେ ସେ ଚାପରେ ଥିଲେ ନାଁ କେହି ତାଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କଲା ଏବେ ତାର କାରଣ ଖୋଜୁଛି ପୋଲିସ। ଆ-ତ୍ମ-ହ-ତ୍ୟା କରିବା ପୂର୍ବରୁ ତନୁଜା ଇଂରାଜୀ ଲିପି ବେଙ୍ଗୋଲି ରେ ଏକ ସୁ-ଇ-ସା-ଇ-ଡ ନୋଟ୍ ଲେଖିଥିଲେ। ସୁ-ଇ-ସା-ଇ-ଡ ନୋଟ୍ ରେ ତନୁଜା ନିଜ ମୃତ୍ୟୁ ପାଇଁ କାହାରିକୁ ଦାୟୀ କରିନାହାଁନ୍ତି। କିନ୍ତୁ ଘଟଣାକୁ ଆଗକୁ ନବଢ଼େଇବାକୁ ଓ ତଦନ୍ତ ନ କରିବାକୁ ଲେଖିଛନ୍ତି। ତେବେ ତନୁଜା ଙ୍କ ମୋବାଇଲ ତାଙ୍କ ମୃତ୍ୟୁ ପଛର ଗୁମର ଖୋଲିପାରେ ବୋଲି କହିଛନ୍ତି ଉମରକୋଟ ଆଇଆଇସି।