ଓଡ଼ିଶାର ଷ୍ଟାର୍ଟପ ବୋନ ଭି କମ୍ପାନୀକୁ ମିଳିଲା ବଡ଼ ସଫଳତା। ଚାରି ଜଣ ଯୁବ ଓଡ଼ିଆ ଇଞ୍ଜିନିୟର ଏକ ଇଲେକ୍ଟ୍ରିକାଲ ଏୟାରକ୍ରାଫ୍ଟ ତିଆରି କରିଛନ୍ତି। ୫୦ କେଜି ଓଜନ ବହନ କରିପାରୁଥିବା ଡ୍ରୋନ ସଦୃଶ୍ୟ ଏୟାରକ୍ରାଫ୍ଟ ନିର୍ମାଣ କରି ଏବେ ଚର୍ଚ୍ଚା ରେ ଓଡ଼ିଆ ଯୁବ ଇଞ୍ଜିନିୟର।
ବିଶ୍ୱରେ ଦିନକୁ ଦିନ ଭାରତୀୟଙ୍କ ଦବଦବା ବଢ଼ୁଥିବା ବେଳେ ଓଡ଼ିଶା ମଧ୍ୟ ପଛରେ ପଡିନି। ଓଡ଼ିଶାରେ ଏବେ ନୂଆ କରି ଅନେକ ଷ୍ଟାର ଟପ୍ କଂପାନୀ ଗଢି ଉଠିଛି। ଯାହାକି ଏକ ନୂତନ ଭାରତ ଗଢିବାରେ ଅନେକ ସାହାଯ୍ୟ କରୁଛି। ତେବେ ନିକଟରେ ପ୍ୟାରିସ ଠାରେ ୨୦୦ କେଜି ପରିବହନ କ୍ଷମତା ରଖିଥିବା ଇଞ୍ଜିନ ବିହୀନ ଏହି ଏୟାରକ୍ରାଫ୍ଟ ର ଡେମୋ ପ୍ରଦର୍ଶନ କରାଯାଇଥିଲା। ଯାହାକୁ ଦେଖିବା ପରେ ଲୋକ ମାନେ ଏହାର ଖୁବ୍ ପ୍ରଶଂସା କରିଥିଲେ।
ଏହି ଯାନ ଗଢିବାର ଉଦ୍ଦେଶ୍ୟ ଲୋକ ମାନଙ୍କ ଖୁବ୍ ପସନ୍ଦ ଆସିଥିଲା। ବୋନ ଭି କମ୍ପାନୀର ଇଂଜିନିୟର ମାନଙ୍କୁ ସେଠାରେ ଉପସ୍ଥିତ ଲୋକ ମାନେ ଖୁବ୍ ପ୍ରଶଂସା କରିଥିଲେ। ଅନେକ ସମୟରେ ବିଭିନ୍ନ ସାମଗ୍ରୀ ପରିବହନ ପାଇଁ ଭାରତୀୟ ସେନାକୁ ଅନେକ ସମସ୍ୟା ର ସାମ୍ନା କରିବାକୁ ପଡେ। ତେବେ ବିଭିନ୍ନ ପ୍ରତିକୂଳ ପରିସ୍ଥିତିରେ ଏହି ଏୟାରକ୍ରାଫ୍ଟଟି ସେନା ପାଇଁ ସହାୟକ ହୋଇପାରିବ ବୋଲି କହିଛନ୍ତି ଏହାର ନିର୍ମାତା।
ବିଶେଷ କରି ବରଫାବୃତ ଅଞ୍ଚଳରେ ଖାଦ୍ୟ, ଯୁଦ୍ଧ ସାମଗ୍ରୀ, ମେଡିସିନ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଦି ଏହି ଏୟାରକ୍ରାଫ୍ଟ ଜରିଆରେ ଅତି ସହଜରେ ନବା ଆଣିବା କରାଯାଇ ପାରିବ। ପରିବହନ ଅସୁବିଧାକୁ ଦୃଷ୍ଟିରେ ରଖି ହିଁ ଏହାର ନିର୍ମାଣ କରାଯାଇଛି।
ସେହିଭଳି ଓଡ଼ିଶାରେ ବନ୍ୟା, ବାତ୍ୟା ତଥା ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଏହି ଏୟାରକ୍ରାଫ୍ଟ କୁ ବ୍ୟବହାର କରାଯାଇ ଲୋକ ମାନଙ୍କ ପାଖରେ ଅତ୍ୟାବଶ୍ୟକୀୟ ସାମଗ୍ରୀ କୁ ଅତି ସହଜରେ ପହଞ୍ଚା ଯାଇପାରିବ ବୋଲି କହିଛନ୍ତି ଏହାର ନିର୍ମାତା। ତେବେ ଖୁବ୍ ଶୀଘ୍ର ସେନା କାର୍ଯ୍ୟରେ ଏହି ଅତ୍ୟାଧୁନିକ ଏୟାରକ୍ରାଫ୍ଟ କୁ ପହଞ୍ଚାଇବାକୁ ନିଷ୍ପତି ନିଆଯାଇଛି।