ସିଙ୍ଗର ଅସୀମା ପଣ୍ଡା(Asima Panda) ଙ୍କ ସହ ଖୁବ୍ ସୁନ୍ଦର ଗୀତ ଗାଉଛି ତାଙ୍କ ଝିଆରୀ – ଦେଖନ୍ତୁ ଭିଡିଓ

ବିଶେଷ

ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଏଭଳି ଅନେକ ଗାୟିକା ଅଛନ୍ତି ଯେଉଁମାନେ ନିଜ ସ୍ୱରର ଯାଦୁରେ ଲୋକ ମାନଙ୍କୁ ବାନ୍ଧି ରଖିଛନ୍ତି।ଯେଉଁମାନେ ଓଡ଼ିଆ ସଙ୍ଗୀତକୁ ଏକ ବିଶେଷ ସ୍ଥାନରେ ପହଞ୍ଚାଇ ପାରିଛନ୍ତି। ଓଡ଼ିଆ ଇଣ୍ଡଷ୍ଟ୍ରିର ସେହିଭଳି ଜଣେ ଲୋକପ୍ରିୟ ଗାୟିକା ହେଉଛନ୍ତି ଅସୀମା ପଣ୍ଡା। ଅସୀମା ପଣ୍ଡା ଙ୍କୁ ତ ସମସ୍ତେ ବେଶ୍ ଭଲ ଭାବରେ ଜାଣିଥିବେ।

ବର୍ତ୍ତମାନ ସମୟରେ ଓଡ଼ିଆ ଇଣ୍ଡଷ୍ଟ୍ରିର ସେ ଜଣେ ଆଗଧାଡିର ଗାୟିକା। ନିଜର ସୁନ୍ଦର କଣ୍ଠ ପାଇଁ ସେ ଓଡ଼ିଶାର ଘରେ ଘରେ ପରିଚିତ। ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ଯୁବକ ପର୍ଯ୍ୟନ୍ତ ସମସ୍ତେ ତାଙ୍କ ଗୀତ ଶୁଣିବାକୁ ବେଶ୍ ଭଲ ପାଆନ୍ତି। ସେ ଯେଉଁ ବି ଗୀତ ବୋଲନ୍ତି ତାହା ସୁପରହିଟ ହୁଏ।

ଖୁବ୍ କମ୍ ଦିନ ମଧ୍ୟରେ ଅସୀମା ଲୋକଙ୍କ ମନରେ ନିଜ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିପାରିଛନ୍ତି। ଗୀତ ତଥା ସଙ୍ଗୀତ ଦୁନିଆକୁ ଛାଡ଼ିଦେଲେ ଅସୀମା ପଣ୍ଡା ସୋସିଆଲ ମିଡିଆରେ ମଧ୍ୟ ଖୁବ୍ ସକ୍ରିୟ ଥାଆନ୍ତି। ନିଜ ବ୍ୟକ୍ତିଗତ ଜୀବନର ଅନେକ ଫଟୋ ଓ ଭିଡିଓ ଅସୀମା ସୋସିଆଲ ମିଡିଆ ଜରିଆରେ ନିଜ ଫ୍ୟାନ୍ସ ମାନଙ୍କ ସହ ସେୟାର କରିଥାନ୍ତି।

ତେବେ ନିକଟରେ ଅସୀମା ପଣ୍ଡା ଓ ଗୋଟିଏ କୁନି ଝିଅର କିଛି ଫଟୋ ଓ ଭିଡିଓ ରେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦେଖିବାକୁ ମିଳୁଛି ତାଙ୍କ ସହ ସେହି କୁନି ଝିଅଟି ଖୁବ୍ ସୁନ୍ଦର ଗୀତ ଗାଉଥିବାର। ତେବେ ଏହି ଭିଡିଓ ସବୁ ଦେଖିବା ପରେ ଅସୀମା ପଣ୍ଡା ଙ୍କର ଫ୍ୟାନ୍ସ ମାନେ ଭାବୁଛନ୍ତି ଯେ ଏ କୁନି ଝିଅଟି କାଳେ ଅସୀମା ପଣ୍ଡା ଙ୍କ ଝିଅ।

ହେଲେ କହିରଖୁଛୁ, ଅସୀମା ପଣ୍ଡା ବାହା ହୋଇଥିଲେ ସତ ହେଲେ ତାଙ୍କର କୌଣସି ସନ୍ତାନ ନାହାଁନ୍ତି। ଏହି କଥା ସେ ନିଜେ ସ୍ପଷ୍ଟ କରିଛନ୍ତି । ଭିଡିଓ ରେ ଦେଖିବାକୁ ମିଳୁଥିବା ଏହି କୁନି ଝିଅଟି ପ୍ରକୃତରେ ତାଙ୍କର ଜଣେ ସମ୍ପର୍କିୟ। ଏହି କୁନି ଝିଅ ସହିତ ଅନେକ ଫଟୋ ଓ ଭିଡିଓ ଅସୀମା ନିଜ ସୋସିଆଲ ମିଡିଆରେ ସେୟାର କରିଛନ୍ତି।

Leave a Reply

Your email address will not be published.