ସାରଙ୍କ ଚିଠିକୁ ଦେଖି ଖୋଦ ଜିଲ୍ଲାପାଳ ଆଶ୍ଚର୍ଯ୍ୟ ହୋଇଗଲେ, ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଜଣା ନାହିଁ ଇଂରାଜୀ – ଦେଖନ୍ତୁ ଭିଡିଓ

ରାଜ୍ୟ

ସାର ଙ୍କ ଲେଖା ସୁନ୍ଦର ଅଛି କିନ୍ତୁ ଇଂରାଜୀ ରେ ପୁରା ଦୁର୍ବଳ । ବ୍ଲକ ଶିକ୍ଷା ଅଧିକାରୀ ଙ୍କୁ ଜଣା ନାହିଁ ଇଂରାଜୀ । ସାର ଙ୍କୁ ଜଣା ନାହିଁ 49 ରୁ 12 ଗଲେ କେତେ ? ପିଲା ମାନଂକୁ ଜଣା ନାହିଁ ରାଜ୍ୟ ର ମୁଖ୍ୟମନ୍ତ୍ରୀ କିଏ ? ଧାରା ଛୁଆଁ ଦେଉ ନାହାନ୍ତି ଜିଲ୍ଲା ଶିକ୍ଷା ଅଧିକାରିଣି । ଉପରୁ ତଳ ସମସ୍ତେ ପାଠ ରେ ଦୁର୍ବଳ ।

ବ୍ଲକ ଶିକ୍ଷା ଅଧିକାରୀ ଙ୍କ ଇଂରାଜୀ ଲେଖା ଦେଖି ଜିଲ୍ଲା ପାଳ ବି ଆଶ୍ଚର୍ୟ୍ଯ । 49 ରୁ 12 ଗଲେ କେତେ ହେବ ଏହା ଯଦି ସ୍ବୟଂ ଙ୍କ ପାଟି ଥରିବ ତେବେ ପିଲା ମାନେ ତାଙ୍କ ଠାରୁ ଶିଖିବେ କ’ଣ ? ଆଉ ସେମାନେ କିଭଳି ଛାତ୍ର ଛାତ୍ରୀ ମାନଂକୁ ଶିକ୍ଷା ଦାନ କରିବେ ଏ ସବୁ ଖବର ପ୍ରସାରଣ ହେଲା ପରେ ଜିଲ୍ଲା ଶିକ୍ଷା ବିଭାଗ ର ନିର୍ଦ୍ଦେଶ ଅନୁସାରେ ବ୍ଲକ ଶିକ୍ଷା ବିଭାଗ ସ୍କୁଲ ମାନଂକୁ ଏକ ଚିଠି ଜାରି କରିଥିଲେ ଯେଉଁ ଚିଠି ଟି ସମ୍ପୁର୍ଣ୍ଣ ଇଂରାଜୀ ରେ ହିଁ ଲେଖା ଥିଲା ।

ସାମ୍ବାଦିକ ମାନେ ସ୍କୁଲ ପରିସରେ ପ୍ରବେସ କଲେ ସେମାନଙ୍କ ବିରୋଦ୍ଧ ରେ କାର୍ଯ୍ୟନୁଷ୍ଠାନ ନିୟା ଯିବା ବୋଲି ଚିଠି ରେ ଉଲ୍ଲେଖ ଥିଲା । ସବୁଠାରୁ ଆଶ୍ଚର୍ୟ୍ଯ କଥା ହେଲା ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଓ କଙ୍କଡାହାଡ ଦୁଇଟି ଯାକ ବ୍ଲକ ର ଶିକ୍ଷା ଅଧିକାରୀ ଦାୟୀତ୍ବ ରେ ଥିବା ହରିହର ଦେହୁରୀ ଙ୍କ ଇଂରାଜୀ ଚିଠି ଏବେ ସୋସିଆଲ୍ ମିଡ଼ିଆ ରେ ଭାଇରାଲ ହେବାରେ ଲାଗିଛି ।

ଚିଠି ରେ ପ୍ରତ୍ୟେକ ଟି ବାକ୍ୟ ରେ ଗ୍ରାମାଟିକ୍ ଭୁଲ ରହୁଛି । ଯେଉଁ ଚିଠି ଟି ଜିଲ୍ଲାପାଳ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଢେଙ୍କାନାଳ ଜିଲ୍ଲା ର ସାମ୍ବାଦିକ ମାନେ । ଢେଙ୍କାନାଳ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ ଠାରୁ ଆରମ୍ଭ କରି ସ୍କୁଲ ଙ୍କ ପିଲା ମାନଙ୍କ ପର୍ଯ୍ୟନ୍ତ କେତେ ଏହି ଠିକ ଉତ୍ତର ଦେବା ପାଇଁ ସକ୍ଷମ ନୁହନ୍ତି ।

ଗୋଟେ ପଟେ ବ୍ଲକ ଅଧିକାରୀ ଙ୍କ ଇଂରାଜୀ ଚିଠି ଦେଖି ଜିଲ୍ଲା ପାଳ କହିଛନ୍ତି କି ଗଣମାଧ୍ୟମ କୁ ସ୍କୁଲ ମନା ନାହିଁ କିନ୍ତୁ ପଢା ସମୟ ରେ ନୁହଁ ଖାଲି ଥିଲା ବେଳେ ଯାଇ ଗଣ ମାଧ୍ୟମ ଯାହା କହି ପାରିବ । ଯେତେବେଳେ ଗଣମାଧ୍ୟମ ସତ କଥା ପ୍ରସାର କରୁଛି ସେତେବେଳେ ବିଦ୍ୟାଳୟ ମାନଙ୍କୁ କାହିଁକି ଯାଇ ପାରିବ ନାହିଁ ।

ତେବେ ଏମିତି କାହିଁକି କର ଯାଉଛି ବୋଲି ଜିଲ୍ଲା ସାମ୍ବାଦିକ ମାନେ ପ୍ରଶ୍ନ କରୁଛନ୍ତି । ତେବେ ଜିଲ୍ଲା ଶିକ୍ଷା ବିଭାଗ ଜାରି କରିଥିବା ନିର୍ଦ୍ଦେଶନାମା ପ୍ରତ୍ୟାହାର କରନ୍ତୁ ବୋଲି ଜିଲ୍ଲା ସାମ୍ବାଦିକ ସଂଘ ଜିଲ୍ଲାପାଳ ଙ୍କ ନିକଟ ରେ ଦାବି କରିବାରେ ନଜର ରେ ଆସିଛନ୍ତି ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.