ସମ୍ପର୍କ ରେ ଆସିଲା ନୂଆ ମୋଡ ! ଅଲଗା ହୋଇଯିବେ କି ବାବୁସାନ (Babushan) ଓ ତୃପ୍ତି (Trupti) ?

ବିଶେଷ ମନୋରଞ୍ଜନ

ବହୁ ଚର୍ଚ୍ଚିତ ଷ୍ଟାର ଦମ୍ପତି ବିବାଦରେ ଏବେ ବି ପୂର୍ଣ୍ଣଛେଦ ପଡ଼ିନାହିଁ। ବାବୁଶାନ୍ ଙ୍କ ପାଖକୁ ତୃପ୍ତି ଫେରିବେ କି ନାହିଁ ତାହାକୁ ନେଇ ଲାଗି ରହିଛି ଚର୍ଚ୍ଚା। ତେବେ ଏହାରି ଭିତରେ ଏକ ବଡ଼ ଖବର ସମ୍ନାକୁ ଆସିଛି। ବାବୁଶାନ୍ ଙ୍କ ପାଖକୁ ଫେରିବା ପାଇଁ ପତ୍ନୀ ତୃପ୍ତି ରଖିଛନ୍ତି ତିନୋଟି ଲିଖିତ ସର୍ତ୍ତ।

ଯଦି ବାବୁଶାନ୍ ସେହି ସର୍ତ୍ତ ସବୁ ମାନନ୍ତି ତାହାଲେ ହିଁ ତୃପ୍ତି ତାଙ୍କ ପାଖକୁ ଫେରିବେ ବୋଲି କୁହାଯାଉଛି। ବରିଷ୍ଠ ପୋଲିସ ଅଧିକାରୀ ଙ୍କ ସୂଚନା ଅନୁଯାୟୀ, ଯଦି ବାବୁଶାନ୍ ପତ୍ନୀ ତୃପ୍ତି ଶତପଥୀ ଙ୍କ ଦ୍ଵାରା ଲିଖିତ ଭାବରେ କୁହାଯାଉଥିବା ତିନୋଟି ସର୍ତ୍ତରେ ରାଜି ହୁଅନ୍ତି ତାହାଲେ ହିଁ ତୃପ୍ତି ତାଙ୍କ ପାଖକୁ ଫେରିବେ।

ଏହି ତିନୋଟି ସର୍ତ୍ତ ଭିତରୁ ପ୍ରଥମ ସର୍ତ୍ତ ଟି ହେଉଛି, ବାବୁଶାନ୍ ତାଙ୍କୁ ଲିଖିତ ଭାବରେ ଜଣାଇବେ ଯେ ସେ ଆଉ ନିଶା ଗ୍ରସ୍ତ ହୋଇ ରହିବେ ନାହିଁ। ଦ୍ଵିତୀୟ ଟି ହେଉଛି, ପ୍ରକୃତି ଙ୍କ ସହିତ ବାବୁଶାନ୍ ଆଉ କୌଣସି ବି ସମ୍ପର୍କ ରଖିବେ ନାହିଁ। ତୃତୀୟ ସର୍ତ୍ତ ଟି ହେଉଛି, ବାବୁଶାନ୍ ନିଜ ପୁଅ ଓ ପରିବାରକୁ ସମୟ ଦେବେ। ଆଉ ଠିକ୍ ସମୟରେ ଘରକୁ ଫେରିବେ।


ତେବେ ବଡ଼ କଥା ହେଉଛି, ବାବୁଶାନ୍ ଏହି ସର୍ତ୍ତରେ ରାଜି ହୋଇନାହାନ୍ତି। ଯଦି ସେ ଏହି ସର୍ତ୍ତରେ ରାଜି ହୁଅନ୍ତି ତେବେ ତୃପ୍ତି ଓ ତାଙ୍କ ପୁଅ ପୁଣିଥରେ ବାବୁଶାନ୍ ଙ୍କ ପାଖକୁ ଫେରି ଆସିବେ। ହେଲେ ସବୁ ପରେ ବି ବାବୁଶାନ୍ କଣ ପାଇଁ ଚୁପ୍ ରହିଛନ୍ତି ସେଥିପାଇଁ ଉଠିଛି ପ୍ରଶ୍ନ? ବାବୁଶାନ୍ କଣ ପାଇଁ ନିରବ ରହୁଛନ୍ତି?। ଯଦି ସେ ନିଜ ସ୍ତ୍ରୀ ଓ ପୁଅକୁ ଭଲ ପାଉଛନ୍ତି ତାଙ୍କ ପରିବାରକୁ ସଜାଡିବାକୁ ଚାହୁଁଛନ୍ତି ତେବେ ସେ ତୃପ୍ତି ଙ୍କ ସର୍ତ୍ତରେ ରାଜି ହୋଇଯିବା ଦରକାର।

କିନ୍ତୁ ବାବୁଶାନ୍ ବର୍ତ୍ତମାନ ପର୍ଯ୍ୟନ୍ତ ଚୁପ୍ ରହିଛନ୍ତି। ଗଣମାଧ୍ୟମ ଆଗରେ ମଧ୍ୟ ସେ କିଛି ବି ପ୍ରତିକ୍ରିୟା ରଖିନାହାନ୍ତି। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ତୃପ୍ତି ବାବୁଶାନ୍ ଙ୍କ ପାଖକୁ ଫେରି ନାହାଁନ୍ତି। ଦୁହିଁଙ୍କ ପରିବାର ଲୋକ ଦୁହିଁଙ୍କୁ ବୁଝାସୁଝା କରିବାକୁ ଅନେକ ଚେଷ୍ଟା କରୁଥିଲେ ମଧ୍ୟ ସବୁ ବିଫଳ ହୋଇଛି। ତେବେ ଆଗକୁ ବାବୁଶାନ୍ ଓ ତୃପ୍ତି ଙ୍କ ସମ୍ପର୍କ କେଉଁ ମୋଡ଼ ନେଇଛି ତାହା ଦେଖିବା ବାକି ରହିଛି।

Leave a Reply

Your email address will not be published. Required fields are marked *