ସନ୍ତୋଷ ଙ୍କର କିଛି ହେଲେ କାହାରିକୁ ବି ଛାଡିବନି ରଶ୍ମି ଙ୍କ ଭୂତ ! ଶେଷରେ ଏମିତି ହେଲା …

Article ବିଶେଷ

ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝା ଙ୍କ ଆ-ତ୍ମ-ହ-ତ୍ୟା କରିବା ଘଟଣା ଦିନକୁ ଦିନ ଅଧିକ ରୋଚକ ମୋଡ଼ ନେଉଛି। ଦିନ ଯେତେ ଗଡ଼ୁଛି ସେତେ ନୂଆ ନୂଆ ତଥ୍ୟ ପଦାକୁ ଆସୁଛି। ଏହାରି ମଧ୍ୟରେ ସଭିଙ୍କ ମନରେ ଭୟ ଓ ଦ୍ଵନ୍ଦ ସୃଷ୍ଟି କରିଛି ମୃତ ରଶ୍ମିରେଖାଙ୍କ ସୁ-ଇ-ସା-ଇ-ଡ୍ ନୋଟ୍।

ନିଜ ସୁଇସାଇଡ ନୋଟ୍ ରେ ସେ ଲେଖିଛନ୍ତି, ଯଦି ତାଙ୍କ ସାନ୍ ବେବି ଙ୍କୁ କିଏ ହଇରାଣ କରେ ତାହାଲେ ସେ କାହାରିକୁ ବି ଛାଡ଼ିବେନି। ଗୋଟିଏ ମୃତ ଝିଅ କିଭଳି ନିଜ ସୁଇସାଇଡ ନୋଟ୍ ରେ ଏ କଥା ଲେଖିପାରିବ!! ଏ ନୋଟ୍ ରେ ରଶ୍ମିରେଖା ସଫା ସଫା ଲେଖିଛନ୍ତି ,ବାବା ପ୍ଲିଜ୍, “କେହି ବି ସନ୍ତୋଷ କୁ ଦୋଷ ଦେବନି। ତାର ଯଦି କଣ ହେଲା ମୁଁ କାହାରିକୁ ବି ଛାଡିବିନି”।

 

ତେବେ ରଶ୍ମିରେଖା ଙ୍କର ଏହି ସୁଇସାଇଡ ନୋଟ୍ କୁ ନେଇ ଏବେ ବଢ଼ିଛି ସନ୍ଦେହ। କାରଣ ମ-ରି-ବା ପରେ ଜଣେ କାହାର କିଭଳି ବି କ୍ଷତି କରିପାରିବ?। ଜୀବିତ ଅବସ୍ଥାରେ ଏ ଚିଠି କିଏ କାଇଁ ବା ଲେଖି ପାରିବ, ଏତିକି କଥା ତ ରଶ୍ମିରେଖା ବି ଜାଣନ୍ତି। ନାଁ ରଶ୍ମିରେଖା ଅଭିନୟର ଦୁନିଆରେ ଏତେ ମସଗୁଲ ହୋଇଯାଇଥିଲେ ଯେ ସେ ନିଜକୁ ଗୋଟିଏ କଳ୍ପନାର ରାଇଜରେ ଭୂତୁଣି ବା ପ୍ରେତ ହିସାବରେ ଗଣନା କରିବା ଆରମ୍ଭ କରିଦେଇଥିଲେ।

କାରଣ ଯେଉଁ ଝିଅର ମାନସିକ ଅବସ୍ଥା ଠିକ୍ ଥିବା ସେ କେବେବି ଏହି ଲାଇନ୍ ଟି ଲେଖିବ ନାହିଁ କି “ଯଦି ସନ୍ତୋଷର କିଛି ହେଲା ମୁଁ କାହାରିକୁ ବି ଛାଡ଼ିବି ନାହିଁ”। ଏହି ଲାଇନ୍ ଟି ଏବେ ସଭିଙ୍କର ଚିନ୍ତା ବଢ଼ାଉଛି। ଏହା ସହିତ ସେ ନିଜର ଶେଷ ଚିଠି ରେ ଆହୁରି ମଧ୍ୟ ଲେଖିଛନ୍ତି ଯେ ପୋଲିସ କେସ ନକରିବା ପାଇଁ।


ଅନ୍ୟପଟେ, ରଶ୍ମିରେଖାଙ୍କୁ ପୁରୁଷ ବନ୍ଧୁ ସନ୍ତୋଷ ହିଁ ହ-ତ୍ୟା -କ-ରି-ଥି-ବା ପରିବାର ଲୋକ କହି ଆସୁଛନ୍ତି। ପରିବାର ଲୋକ ବାରମ୍ବାର ଗଣମାଧ୍ୟମରେ ଏଭଳି ପ୍ରତିକ୍ରିୟା ଦେଉଥିଲେ ମଧ୍ୟ କାହା ନାମରେ ଥାନାରେ ଲିଖିତ ଅଭିଯୋଗ କରିନାହାନ୍ତି। ଫଳରେ ପରିବାର ଲୋକଙ୍କ ମନ୍ତବ୍ୟ ଉପରେ ସନ୍ଦେହ କରାଯାଉଛି।ତେବେ ଆଗକୁ ଏହି ବହୁ ଚର୍ଚ୍ଚିତ ମାମଲା କେଉଁ ମୋଡ଼ ନେଉଛି ତା ଉପରେ ସଭିଙ୍କ ନଜର ରହିଛି।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.