ଦର୍ଶକବନ୍ଧୁ ଆପଣ ମାନେ ଜାଣିଥିବେ ଆଗକାଳରେ ଋଷି ଓ ମହାରୁଷି ମାନେ କେମିତି ଫଳମୂଳ ଖାଇ ବର୍ଷ ଧରି ବଞ୍ଚିରହିଥାନ୍ତି। ଆଜିକାଲି ସମୟରେ ତ ଏମିତି ସିଦ୍ଧ ପୁରୁଷ ଆଉ ଦେଖିବାକୁ ବି ମିଳୁନାହାନ୍ତି। ଏବେକାର ବାବା ମାନଙ୍କ କଥା ତ ଜାଣିଥିବେ ଆପଣ ସେମାନଙ୍କର କାମ କେବଳ ମିଛ କଥା କହି ଲୋକଙ୍କୁ ଠକିବା। ଆଉ ଯାହା ବି କିଛି ଜଣ ସିଦ୍ଧ ପୁରୁଷ ଅଛନ୍ତି ସେମାନେ ଗୋପନୀୟ ଅବସ୍ଥାରେ ଅଛନ୍ତି ସେମାନଙ୍କ ଦର୍ଶନ ପାଇବା ମଧ୍ୟ ମୁସ୍କିଲ।
କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଜଣେ ବୃଦ୍ଧାଙ୍କ ବିଷୟରେ କହିବାକୁ ଯାଉଛୁ ଯିଏକି ଆଜିକି ପ୍ରାୟ ୭୦ ବର୍ଷ ହେଇଗଲାଣି କେବଳ ଫଳ ଖାଇ ବଞ୍ଚିରହିଛନ୍ତି। କଥାଟି ଶୁଣି ଅବଶ୍ୟ ଆପଣଙ୍କୁ ବିଶ୍ୱାସ ହଉନଥିବ କିନ୍ତୁ ଘଟଣାଟି ପୂରାପୁରି ସତ। ତେବେ ଆସନ୍ତୁ ଜାଣିବେ ବୃଦ୍ଧା ଜଣଙ୍କ କିଏ ଆଉ ସିଏ କାହିଁକି ଏତେ ବର୍ଷ ହେଲାଣି କେବଳ ଫଳ ଖାଇ ରହୁଛନ୍ତି।
ମୟୁରଭଞ୍ଜ ଜିଲ୍ଲା ଜାମଦା ବ୍ଲକ ତାରଣା ପଞ୍ଚାୟତ ମାନବୀର ଗ୍ରାମ ବଡ଼ସାହିରେ ଏହି ବୃଦ୍ଧା ଜଣଙ୍କର ଘର। ନାଁ ପୁଲମଣି ବାଗେ । ସୂଚନା ମୁତାବକ ଫୁଲମଣି ଜଣେ କେହି ସାଧାରଣ ମହିଳା ନୁହଁନ୍ତି ବରଂ ସେ ହେଉଛନ୍ତି ଜଣେ ଅତି ଧର୍ମପରାୟଣ ବ୍ରହ୍ମଚାରୀଣି। ଫୁଲମଣି ଙ୍କୁ ଏବେ ୮୭ ବର୍ଷ ବୟସ କିନ୍ତୁ ସେହି ଗାଁ ଲୋକଙ୍କ କହିବା ଅନୁସାରେ ସେ ଆଜିକି ପ୍ରାୟ ୭୦ ବର୍ଷ ହେଲାଣି କୌଣସି ଖାଦ୍ୟ ପଦାର୍ଥ କୁ ଛୁଇଁ ବି ନାହାନ୍ତି।କଞ୍ଚା କ୍ଷୀର ଆଉ ବଣରେ ମିଳୁଥିବା ଫଳ ମୂଳ କୁ ଖାଇ ସେ ୭୦ ବର୍ଷ ହେଲା ବଞ୍ଚିରହିଛନ୍ତି।
ସେ କୌଣସି କୋଠାଘରେ ରୁହନ୍ତିନି ବରଂ ସେହି ଗାଁ ରେ ଥିବା ତାଙ୍କ ଜାଗାରେ ଗୋଟିଏ ଛୋଟିଆ କୁଡ଼ିଆ ଘରଟିଏ କରି ରୁହଁନ୍ତି ସେ ଘରେ ସେ ଶିବଙ୍କ ସହ ମା’ କୀଚେକେଶ୍ୱରୀ, ଶାରଳା ଓ ଦୁର୍ଗାଙ୍କ ପୂଜାର୍ଚ୍ଚନା କରନ୍ତି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ବୃଦ୍ଧା ଜଣଙ୍କ ଦିନସାରା କେବଳ ପୂଜାର୍ଚ୍ଚନା ହିଁ ମଜି ରୁହଁନ୍ତି।
ତାଙ୍କର ଏମିତି ଭକ୍ତି ଭାବ ଦେଖି ଆହୁରି ବି ଅନେକ ଜଣ ତାଙ୍କ ପାଖକୁ ଆସି ଭଜନ କୀର୍ତ୍ତନ କରନ୍ତି । ଏ ବିଷୟରେ ଯେତେବେଳେ ଫୁଲମଣି ଙ୍କୁ ପଚରା ଯାଇଥିଲା ସେ କହିଥିଲେ କି ମୋର କେବଳ ଗୋଟିଏ ମାତ୍ର ଶେଷ ଇଛା ମୋ ଠାକୁର ଙ୍କ ପାଇଁ ସରକାର ଗୋଟିଏ ମନ୍ଦିର ନିର୍ମାଣ କରନ୍ତୁ। ଯୋଉଠି ମୋ ପ୍ରଭୁ ଭଲଭାବେ ପୂଜା ପାଇପାରିବେ। ଏହା ମଧ୍ୟ କହିଛନ୍ତି କି ସେ ମରିବା ଆଗରୁ ତାଙ୍କର ସବୁ ଜମିବାଡ଼ି ଆଉ ମନ୍ଦିର ସେ ଗାଁ ଲୋକଙ୍କୁ ଦାନ ଦେଇଦେବେ।