ଗତ କିଛି ଦିନ ତଳେ ସୋସିଆଲ ମିଡିଆ ଠାରୁ ଆରମ୍ଭ କରି ଗଣମାଧ୍ୟମ ପର୍ଯ୍ୟନ୍ତ ସବୁଠି ଗୋଟିଏ ଖବର ଚର୍ଚ୍ଚାର ବିଷୟ ପାଲଟିଥିଲା। ରାଜଧାନୀ ଭୁବନେଶ୍ୱର ସ୍ଥିତ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରୁ ଜଣେ ଛାତ୍ରୀ ନିଖୋଜ ହୋଇଯାଇଥିଲେ। ତେବେ ବର୍ତ୍ତମାନ ଏହି ନିଖୋଜ ମାମଲାରେ ଏକ ବଡ ଟ୍ୱୀଷ୍ଟ୍ ଆସିଛି।
ନିକଟରେ ନିଖୋଜ ଥିବା କଲେଜ୍ ଛାତ୍ରୀ ଜଣକ ନିଜେ ଏକ ଭିଡିଓ ଜାରି କରି ନିଖୋଜ ପଛର କାରଣ ସର୍ବ ସମ୍ମୁଖକୁ ଆଣିଛନ୍ତି। ଛାତ୍ରୀ ଜଣଙ୍କ ଭିଡିଓ ଏହି ଭିଡିଓ ରେ କହିଛନ୍ତି ଯେ, “ମୁଁ ସୁଭାସିନୀ ମଲ୍ଲିକ କହୁଛି। ମୁଁ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ଛାତ୍ରୀ ନିବାସରେ ରହୁଥିଲି। ଜୁଲାଇ ୨ ତାରିଖରେ ମୁଁ ହଷ୍ଟେଲରୁ ନିଜ ଇଚ୍ଛାରେ ପଳାଇ ଆସିଥିଲି”।
“ମୋ ଅପହରଣକୁ ନେଇ ସମସ୍ତେ ଦ୍ବନ୍ଦ୍ବରେ ରହିଛନ୍ତି। ସୋସିଆଲ ମିଡିଆରେ ଅନେକ ଗୁଜବ ମଧ୍ୟ ଖେଳିଯାଇଛି। ସମସ୍ତଙ୍କ ଦ୍ବନ୍ଦ୍ବ ଦୂର କରିବାକୁ ଏହି ଭିଡିଓଟି କରୁଛି। ମୋ ପାଇଁ ସମସ୍ତେ ବହୁତ କଷ୍ଟ ପାଇଲେଣି। ମୁଁ ଚାହୁଁନି ସମସ୍ତେ ଏତେ କଷ୍ଟ ପାଆନ୍ତୁ। ସେଥିପାଇଁ ମୁଁ ବାଧ୍ୟ ହୋଇ ଭିଡିଓଟି କରୁଛି”।
“ମୁଁ ଜଣେ ପୁଅକୁ ଭଲ ପାଉଥିଲି। ମୁଁ ତାଙ୍କ ସହ ହିଁ ଆସିଛି। ଆମେ ଦୁହେଁ ଦୁହିଁଙ୍କୁ ବହୁତ ଭଲ ପାଉଥିଲୁ। ଆମ ଘରେ ମଧ୍ୟ ସମସ୍ତେ ଏ ବିଷୟରେ ଜାଣିଥିଲେ, କିନ୍ତୁ କେହି ରାଜି ନଥିଲେ । ତାଙ୍କ ବିବାହ ୭ ତାରିଖରେ ଧାର୍ଯ୍ୟ ହୋଇଥିଲା। ତେଣୁ ମୁଁ ଅଧର୍ଯ୍ୟ ହୋଇଯାଇଥିଲି। ତାଙ୍କୁ ଫୋର୍ସ କରିଥିଲି ମୋତେ ଆସି ନେଇଯିବା ପାଇଁ। ଏଥିରେ କାହାର ବି କିଛି ଭୁଲ୍ ନାହିଁ। ମୁଁ ମୋ ସ୍ବଇଚ୍ଛାରେ ଆସିଛି”।
“ମୁଁ ଏଠି ବହୁ ଖୁସିରେ ଅଛି । ଦୟାକରି ମୋତେ ନେଇ ଯେଉଁ ଦ୍ବନ୍ଦ୍ବ ଅଛି ସେ ବିଷୟରେ ଏବେ କିଛି ଆଲୋଚନା କରନାହିଁ। ମୁଁ କ୍ଷମା ମାଗିବାକୁ ଚାହୁଁଛି ମୋ କଲେଜ୍ ଅଧକ୍ଷ ଙ୍କୁ । ଆଉ ବାପା ପ୍ଲିଜ୍, ଏମିତି ଆଉ କିଛି ବି କରନାହିଁ । ମୁଁ ମୋ ଦୁଃଖରେ ଦୁଃଖୀ ସୁଖରେ ସୁଖୀ ହୋଇ ରହିବାକୁ ଚାହୁଁଛି।”
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ