ଲାଗୁ ହେବ ନୂଆ ଶ୍ରମ ଆଇନ, ସପ୍ତାହକୁ ୪ ଦିନ କାମ ୩ ଦିନ ଛୁଟି ରହିବ, କଣ ନୂଆ ନିୟମ – ଦେଖନ୍ତୁ Video

ବିଶେଷ

ଜୁଲାଇ ମାସ ପ୍ରଥମ ରୁ ଆରମ୍ଭ ହେବ ନୂଆ ଶ୍ରମ ଆଇନ । ଶ୍ରମିକ ଓ କର୍ମଚାରିଙ୍କ ପାଇଁ ଲାଗୁ ହେବ ନୂଆ ନିୟମ । ତେବେ ଜୁଲାଇ ମାସରୁ ଦେଶ ରେ ନୂଆ ଶ୍ରମ କୋଡ କାର୍ଯ୍ୟ କରି ହୋଇ ପାରେ ଦେଶ ରେ ପ୍ରଚଳିତ ଶ୍ରମ ଆଇନ ସଂସ୍କାର ଆଣିବା ପାଇଁ ସରକାର ଯୋଜନା କରିଛନ୍ତି । ଜୁଲାଇ ମାସ 1 ତାରିଖ ରୁ ଏହାକୁ କାର୍ଯ୍ୟ କରି କରିବାକୁ ସ୍ଥିର କରାଯାଇଛି । ସରକାର 29 ଟି କେନ୍ଦ୍ରୀୟ ଶ୍ରମ ନିୟମ କୁ ପରିବର୍ତନ କରି 4 ଟି କୋଡ଼ ରେ ପରିଣତ କରିଛନ୍ତି ।


ନୂଆ ଶ୍ରମ କୋଡ଼ କାର୍ଯ୍ୟକାରି ହେଲେ କର୍ମଚାରି ଉପରେ କି କି ପ୍ରଭାବ ପଡିବ ତ ବିଷୟ ରେ ସମ୍ପୁର୍ଣ୍ଣ ଜାଣିବାକୁ ହେଲେ ଆପଣ ମାନେ ଆମର ଏହି ଲେଖା ଟିକୁ ପ୍ରଥମ ରୁ ଶେଷ ଯାଏ ପଢନ୍ତୁ ତେବେ ଯାଇ ଆପଣ ମାନେ ସମ୍ପୁର୍ଣ୍ଣ ବିବରଣି ଟିକୁ ଜାଣି ପାରିବେ । ତେବେ ଆସନ୍ତୁ ଜାଣିବା ।ତେବେ ନୂଆ ଶ୍ରମ ଆଇନ କାର୍ଯ୍ୟକାରି ହେଲେ ଅଫିସ ରେ କର୍ମଚାରି ମାନଙ୍କ କାମ କରିବାର ସମୟ ପରିବର୍ତନ ପାଇଁ ସୁଯୋଗ ମିଳିବ । ହେଲେ ଅଧିକ ସମୟ କାମ କରିବାକୁ ପଡିବ । ତେବେ 8 ଘଣ୍ଟା ବଦଳ ରେ ଦିନକି 12 ଘଣ୍ଟା କାମ କରିବାକୁ ପଡିବ ।

ସରକାର 4 ଦିନ କାମ 3 ଦିନ ଛୁଟି ବୋଲି କହୁଥିବା ବେଳେ ଏହାକୁ ଅସୁଲ୍ କରିବାର ବାଟ ମଧ୍ୟ କରିଛନ୍ତି । କାରଣ 8 ଘଣ୍ଟା ବଦଳ ରେ ଦିନ କୁ 12 ଘଣ୍ଟା କାମ କରିବାକୁ ପଡିବ । ଦରମା ର ନଗଦ ରାଶି ଏବଂ ଭବିଷ୍ଯନିଧି ପାଣ୍ଠି କୁ କର୍ମଚାରିଙ୍କ ଦରମା ରୁ କାଟି ଜମା କରା ଯାଇଥିବା ଅର୍ଥର ପରିମାଣ ବଦଳିବ । ମୂଳ ଦରମା କୁ ମୋଟ ଦରମା ର 50 ପ୍ରତିଶତ ରେ ସୀମିତ ରଖାଯିବ । ହେଲେ ଘରୋଇ ସଂସ୍ଥା ରେ କାମ କରୁଥିବା କର୍ମଚାରି ଙ୍କ ଦରମା କମିଯିବ ।

ଅବସର ପରେ ମିଳୁଥିବା ଗ୍ରାଚୁରିଟି ଅର୍ଥ ପରିମାଣ ମଧ୍ୟ ବଢ଼ି ଯିବ । ଫଳ ରେ କର୍ମଚାରି ମାନେ ଅବସର ପରେ ଭଲ ରେ ଜୀବନ କାଟି ପାରିବେ । ନିଯୁକ୍ତି ସମୟ ରେ ଜଣେ କର୍ମଚାରି ଗୋଟିଏ ବର୍ଷ ଅବଧି ମଧ୍ୟ ରେ ବକେୟା ଛୁଟିକୁ ପରବର୍ତ୍ତି ବର୍ଷ ରେ ନେଇ ପାରିବେ । ଯଦି କେହି କର୍ମଚାରି ଛୁଟି ନ ନିଅନ୍ତି ତେବେ ତାଙ୍କୁ ଛୁଟି ବାବଦ ରେ ଅଧିକ ପାଉଣା ମିଳିବ । ପୂର୍ବ ନିୟମ ଅନୁଯାୟୀ ବର୍ଷକୁ 240 ଦି କାମ କରୁ ଥିବା ବେଳେ ଛୁଟି ମିଳୁ ଥିବା ବେଳେ ଏଣିକି 180 ଦିନ କାମ କଲେ ଛୁଟି ଲାଗୁ ହେବ ।

ତେବେ ଦେଶ ର ପ୍ରଦେଶ ରେ ପ୍ରଚଳିତ ଶ୍ରମ ଆଇନ ସଂସ୍କାର ଆଣିବା ପାଇଁ କେନ୍ଦ୍ର ସରକାର ଯୋଜନା କରିଛନ୍ତି । ଜୁଲାଇ ଆରମ୍ଭ ରୁ ଏହା କାର୍ଯ୍ୟକାରି କରିବାକୁ ସ୍ଥିର କର ଯାଇଛି । ତେବେ ଏହି ଶ୍ରମ ଆଇନ ଲାଗୁ ହେଲେ ଅଫିସ କାମ କରିବାର ସମୟ କର୍ମଚାରି ଭବିଷ୍ୟତ ପାଣ୍ଠି ବା ଇପିଏଫ୍ କ୍ଷେତ୍ର୍ ରେ ବଡ଼ ପରିବର୍ତ୍ତନ ହୋଇ ପାରିବ ହେଲେ ଦରମା କମି ଯିବା ଆଶଙ୍କା କରା ଯାଉଛି । ଏହି ନୂଆ ନିୟମ ଦେଶ ରେ ପୁଞ୍ଜି ନିବେସ୍ କୁ ବଢ଼ାଇବ ଏହା ସରକାର କହୁଥିବା ବେଳେ ଏହି ନିୟମ ଲଗୁହେଲେ ଶ୍ରମିକ ମାନେ ବ୍ୟାପକ କ୍ଷତି ସହିବେ ବୋଲି ବିଭିନ୍ନ ସଂଘ ତରଫ ରୁ ବିରୋଦ୍ଧ ହୋଇଛି ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.