ରାସ୍ତାରେ ପଡିଥିବା କଏନକୁ ଘରକୁ ଆଣିଲେ କଣ ସବୁ ଅସୁବିଧା ହୋଇଥାଏ ? – ଦେଖନ୍ତୁ

ଜୀବନଚର୍ଯ୍ୟା

ବିଜ୍ଞାନ ଯେତେ ବି ଆଗେଇଲେ ମଧ୍ୟ ଜ୍ୟୋତିଷ ଶାସ୍ତ୍ର ହେଉଛି ବହୁ ପୁରାତନ।ଆମର ପୁରାଣ ଶାସ୍ତ୍ର ଓ ବୈଦ୍ୟ ମାନେ କହିଯାଇଥିବା କଥା ଗୁଡ଼ିକ ଆମ ପାଇଁ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ।ସେ ସବୁକୁ ମାନିଲେ ଆମ ସମସ୍ତଙ୍କର ମଙ୍ଗଳ ହୋଇଥାଏ।ସେମିତି କିଛି କଥା ଆପଣ ମାନଙ୍କୁ କହିବାକୁ ଯାଉଛୁ।

ସମସ୍ତଙ୍କ ଘର ଅଗଣା ରେ ତୁଳସୀ ଗଛ ପୂଜା ପାଆନ୍ତି।ଯଦି ସେହି ତୁଳସୀ ଗଛର ପତ୍ର ଶୁଖିଯାଏ ତାହେଲେ ଏହା ଏକ ଅଶୁଭ ସଂକେତ ହୋଇଥାଏ।ଘରେ କାହାର ଦେହ ଖରାପ ହେବାର ସମ୍ଭାବନା ଥାଏ।ଯଦି ତୁଳସୀ ଗଛର ପତ୍ର ସବୁଜ ସୁନ୍ଦର ଦେଖାଯାଏ ତାହେଲେ ଏହା ଶୁଭ ସଙ୍କେତ ଦେଇଥାଏ।ଅନେକ ଲାଭ ମିଳିଥାଏ।

ଅନେକ ପୁଅ ଝିଅ ଙ୍କ ମୁହଁ ରେ ବ୍ରଣ ଓ ଦାଗ ହୋଇଥାଏ।ଏହା ମୁହଁ ର ସୋଉନ୍ଦର୍ଯ୍ୟ ରେ କୁ ପ୍ରଭାବ ପକାଇଥାଏ।ଏହି ବ୍ରଣ ଓ ଦାଗ ରୁ ମୁକ୍ତି ପାଇବା ପାଇଁ ଏହାର ଏକ ଘରୋଇ ଉପଚାର ରହିଛି । ଖଣ୍ଡେ ଛୋଟ ଡ଼ାଲଚିନ କୁ ଗୁଣ୍ଡ କରିନିଅନ୍ତୁ ଓ ସେଥିରେ ଗୋଟେ ଠୋପା ମହୁ ମିଶେଇ ମୁହଁରେ ଲଗାନ୍ତୁ ଆଠ ଦିନ ଏହି ପରି କରନ୍ତୁ ଦେଖିବେ ମୁହଁ ରେ ଥିବା ବ୍ରଣ ଓ ଦାଗ ଚାଲିଯିବ। ତା ସହିତ ମୁହଁ ସୁନ୍ଦର ଦେଖାଯିବ ।

ଆଉ ଗୋଟିଏ କଥା ହେଉଛି ଯେ ମୂର୍ଖ ଙ୍କୁ ଉପଦେଶ ଦେବା ଓ ଦୁଷ୍ଟ ସ୍ତ୍ରୀ ର ଭରଣ ପୋଷଣ କଲେ ପଣ୍ଡିତ ମାନେ ମଧ୍ୟ ବିଷାଦ ଗ୍ରସ୍ତ ହୋଇଥାନ୍ତି।ଆଉ ବାଟରେ ଗଲା ବେଳେ ଯେଉଁ ନାରୀକୁ ଆପଣ ଜାଣିନାହାନ୍ତି ତାକୁ ସାହାଯ୍ୟ କରିବେ ନାହିଁ ।ଯଦି ସେ ବିପଦ ରେ ଅଛି ଜାଣିବେ ତେବେ ଯାଇ କରିବେ ।ଏମିତି କରିବା ଦ୍ୱାରା ନିଜର ଭଲ ହୋଇଥାଏ।

ଯେତେ ରୋଜଗାର କଲେ ମଧ୍ୟ ଯଦି ସଞ୍ଚୟ ହୋଇପାରୁନି ତେବେ ଗାଧୋଇବା ସମୟରେ ପାଣିରେ କିଛି ରାଶି ମିଶେଇ ସ୍ନାନ କରନ୍ତୁ।ଆଉ କିଛି କଳା ରାଶି ଓ କଳା ଗୁଡ ଗୋଟିଏ କଳା କପଡ଼ାରେ ବାନ୍ଧି ଶନିବାର ଦିନ ଗୋଟିଏ ଗରିବ ଲୋକ କୁ ଦାନ କରନ୍ତୁ ଦେଖିବେ ଆପଣଙ୍କର ସମସ୍ୟା ର ସମାଧାନ ହୋଇଯିବ ।

ଭୋଜନ କରିବା ସମୟରେ ସ୍ତ୍ରୀ ସବୁବେଳେ ସ୍ଵାମୀ ର ଡାହାଣ ପଟେ ଓ ଶୋଇବା ବେଳେ ବାମ ପଟେ ରହିବା ଦରକାର।ଅର୍ଦ୍ଧନାରିଶ୍ୱର ଙ୍କ ମତରେ ସ୍ତ୍ରୀ କୁ ପୁରୁଷ ର ବାମ ପଟେ ରହିବା ଉଚିତ୍। ଭଗବାନ ଶିବଶଙ୍କର ହେଉଛନ୍ତି ଅର୍ଦ୍ଧନାରିଶ୍ୱର । ମା ପାର୍ବତୀ ହେଉଛନ୍ତି ତାଙ୍କର ବାମ ଅଙ୍ଗ।ସାତ ଟି ଦ୍ଵିତୀୟା ଚନ୍ଦ୍ର ପୂଜା କରି ଆପଣ ଯାହା ମାଗିବେ ଆପଣଙ୍କର ମନବାଞ୍ଛା ନିଶ୍ଚୟ ପୂରଣ ହେବ।

ଦ୍ଵିତୀୟା ଚାନ୍ଦ ହେଉଛନ୍ତି ଅମାବାସ୍ୟା ପରେ ପ୍ରତିପଦ ଓ ତା ପର ଦିନ ହେଉଛି ଦ୍ଵିତୀୟା ତିଥି ।ଦ୍ଵିତୀୟା ତିଥି ର ସନ୍ଧ୍ୟା ସମୟରେ ପଶ୍ଚିମ ଦିଗରେ ୫ ଟାରୁ ୭ ଟା ମଧ୍ୟରେ ଅଳ୍ପ ସମୟ ପାଇଁ ଆସନ୍ତି ଦ୍ଵିତୀୟା ଚନ୍ଦ୍ର।ସେହି ସମୟରେ ତାଙ୍କୁ ଚାହିଁ ଯାହା ଆପଣ ମାଗିବେ ତାହା ନିଶ୍ଚୟ ମିଳିବ। ଖାଦ୍ୟ ଖାଇସାରିବା ପରେ ପାଣି ପିଅନ୍ତୁ ନାହିଁ।

ଏହା ଦ୍ବାରା ଆମ ଶରୀର ରେ ଥିବା ପାଚନ ଶକ୍ତି ମାନ୍ଦା ହୋଇଯାଇଥାଏ।ଏହା ଫଳରେ ଖାଦ୍ୟ ହଜମ୍ ହୋଇନଥାଏ ।ଯାହା ଫଳରେ ଗ୍ୟାସ୍ ହୋଇଥାଏ ଅନେକ ଯନ୍ତ୍ରଣା ଭୋଗିବାକୁ ପଡ଼ିଥାଏ।ତେଣୁ କରି ଖାଦ୍ୟ ଖାଇବାର କିଛି ସମୟ ପରେ ପାଣି ପିଇବା ଦରକାର୍। ଘରେ ଚାଉଳ ରଖିବା ଡବା ରେ ଗୋଟିଏ ରୂପା ର କଏନ ଟିଏ ରଖନ୍ତୁ ରୂପା ର କଏନ ଚାଉଳ ଡବା ରେ ରଖିବା ଦ୍ୱାରା ଲକ୍ଷ୍ମୀ ଠାକୁରାଣୀ ଙ୍କ ର କୃପା ହୋଇଥାଏ।ଏସବୁ କଲେ ବହୁତ୍ ମଙ୍ଗଳ ହୋଇଥାଏ।

ବିବାହିତା ନାରୀ ମାନେ ଫାଟିଯାଇଥିବା ଚୁଡ଼ି କୁ ପିନ୍ଧନ୍ତୁ ନାହିଁ।ହାତରେ ପିନ୍ଧିଥିବା ଚୁଡ଼ି ଯଦି ଫାଟିଯାଏ ଦେବେ ସେ ଚୁଡ଼ି କୁ କାଢି ଦିଅନ୍ତୁ ।ସେ ଚୁଡ଼ି କୁ ତିନି ଥର ଚୁମ୍ବନ କରି ବାହାରେ ପକେଇ ଦିଅନ୍ତୁ।ଏମିତି କରିବା ଦ୍ୱାରା ସ୍ଵାମୀ ଙ୍କ ର ସ୍ନେହ ବଢ଼ିଥାଏ। ଯଦି ଗୁରୁବାର ଦିନ କେଉଁଠାରୁ ବି ଆପଣ ମାନଙ୍କୁ ଗୋଟିଏ କଏନ ମଲୁଛି ଯଦି ଶୁକ୍ଳ ପକ୍ଷ ହୋଇଥାଏ ତେବେ ସେ କଏନ କୁ କାହାକୁ ଦିଅନ୍ତୁ ନାହିଁ ।

ତାକୁ ଗୋଟିଏ ନାଲି କପଡ଼ାରେ ବାନ୍ଧି କିଛି ଅରୁଆ ଚାଉଳ ସହିତ ଠାକୁର ଘରେ ରଖିଦିଅନ୍ତୁ।ଏମିତି କରିବା ଦ୍ୱାରା ଶୁଭ ଫଳ ମିଳିଥାଏ। ବିବାହିତା ନାରୀ ମାନେ ଗୋଡ଼ରେ ମୁଦି ପିନ୍ଧନ୍ତୀ।ସବୁବେଳେ ମୁଦି ସୋମବାର ଦିନ ହିଁ ପିନ୍ଧିବେ ।ନିଜର ଗୋଡ଼ ମୁଦି କେବେ କାହାକୁ ଦିଅନ୍ତୁ ନାହିଁ ।ବିକ୍ରି କରିଦେବେ ପଛେ କାହାକୁ ଦିଅନ୍ତୁ ନାହିଁ।

ଗାଧୋଇ ସାରି ଠାକୁର ପୂଜା କରିବା ପରେ ଟିକେ ଲୁଣ ପାଟିରେ ଦିଅନ୍ତୁ। ଆଉ ଗାଧୋଇ ସାରିବା ପରେ କେବେ ବି ତେଲ କି ମୁଢ଼ି କୁ ସ୍ପର୍ଶ କରନ୍ତୁ ନାହିଁ।ଏପରି କଲେ ମଙ୍ଗଳ ହେବ। ଖାଦ୍ୟ ଖାଇବା ସମୟରେ ଆମର ଲୁଣ ର ଆବଶ୍ୟକତା ହୋଇଥାଏ । ମନେ ରଖିବେ ଖାଦ୍ୟ ଖାଇବା ସମୟରେ ଲୁଣ କେବେ ତଳେ ପକେଇବେ ନାହିଁ ଓ ଲୁଣ କୁ କେବେ ହେଲେ ଦେହ ରେ ପୋଛିବେ ନାହିଁ।

ଏମିତି କରିବା ଦ୍ୱାରା ଋଣ ବଢ଼ିଥାଏ।ଏସବୁ ମାନିବା ଦ୍ୱାରା ଶୁଭ ଫଳ ମିଳିଥାଏ। କେବେ ଯଦି ଆପଣମାନଙ୍କୁ ଜାଆଁଳ କଦଳୀ ମିଳେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ।ଏହି କଦଳୀ ଭଗବାନ୍ ଶିବ ଙ୍କୁ ଅର୍ପଣ କରିବା ଦ୍ୱାରା ଶୁଭ ଫଳ ମିଳିଥାଏ।ଯୋଡ଼ା କଦଳୀ କୁ ଲକ୍ଷ୍ମୀନାରାୟଣ ବୋଲି କୁହାଯାଏ।ହରି ହର ଙ୍କୁ ପୂଜା କରିବା ଦ୍ୱାରା ଶୁଭ ଫଳ ମିଳିଥାଏ।।

Leave a Reply

Your email address will not be published.