ରାଷ୍ଟ୍ରପତି ହେଲେ ଆପଣ ହେବେନି ରବର ଷ୍ଟାଂପ୍‌ !! ଦୌପଦୀ ଙ୍କୁ ଯଶୱନ୍ତଙ୍କ କହିଲେ ଏମିତି …ଦେଖନ୍ତୁ

ବିଶେଷ

ଦୌପଦୀ ଙ୍କ ଠାରୁ ପ୍ରତିଶ୍ରୁତି ମାଗିଲେ ଯଶୱନ୍ତ। କହିଲେ ଭଉଣୀ ଆପଣ ହେବେନି ରବର୍ ଷ୍ଟାମ୍ପ। ବିନା ଭୟରେ କାମ କରିବାକୁ କଲେ ନିବେଦନ। ବିରୋଧୀ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଯଶୱନ୍ତ ସିହ୍ନା ଙ୍କୁ ନେଇ ଏବେ ପୁରା ଦେଶରେ ଚର୍ଚ୍ଚା ଜୋର୍ ଧରିଛି। ଏନଡିଏ ର ରାଷ୍ଟ୍ରପତି ପ୍ରାର୍ଥୀ ଦୌପଦୀ ମୁର୍ମୁ ଙ୍କୁ ସେ ଯେଉଁ ପ୍ରତିଶ୍ରୁତି ମାଗିଛନ୍ତି ତାହାକୁ ନେଇ ରାଜନୈତିକ ମହଲରେ ବେଶ୍ ଆଲୋଚନା ଚାଲିଛି।

ସେ କହିଛନ୍ତି, ଯଦି ଦୌପଦୀ ରାଷ୍ଟ୍ରପତି ହୁଅନ୍ତି ତେବେ ତାଙ୍କୁ ମୋର ଗୋଟିଏ ନିବେଦନ ଯେ ସେ ରବର ଷ୍ଟାମ୍ପ ହୋଇ କାମ ନ କରନ୍ତୁ। କେବଳ ଏତିକି ନୁହେଁ, ବରଂ ସେ ଆହୁରି ବି କହିଛନ୍ତି ଯେ , ମୁଁ ସ୍ଥିର କରିଛି ଯଦି ମୁଁ ନିର୍ବାଚିତ ହୁଏ ତେବେ ମୁଁ କେବଳ ସମ୍ବିଧାନ ପାଇଁ ଉତ୍ତରଦାୟୀ ହେବି। ଯଦି କେହି ସମ୍ବିଧାନର ଖିଲାପ ରେ ଯାଆନ୍ତି ବା କିମ୍ବା ଆଇନ ନ ମାନନ୍ତି ତେବେ ସେ ଯେ କେହି ବି ହେଉ ନାଁ କାହିଁକି ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଯଶୱନ୍ତ ସିହ୍ନା କହିଛନ୍ତି।

ଏହା ସହିତ ସେ ଦୌପଦୀ ଙ୍କୁ କହିଛନ୍ତି ଯେ, ଆପଣ ପ୍ରତିଶ୍ରୁତି ଦିଅନ୍ତୁ କି ରବର ଷ୍ଟାମ୍ପ ହେବେନି କି କାହାରିକୁ ଡରିବେନି।କେବଳ ଏତିକି ନୁହେଁ, ବରଂ ଯଶୱନ୍ତ ସିହ୍ନା ଆହୁରି ମଧ୍ୟ କହିଛନ୍ତି ଯେ, ବର୍ତ୍ତମାନର ସରକାର ଯେଉଁଭଳି ଭାବରେ କାମ କରୁଛନ୍ତି ତାହାକୁ ନେଇ ମୁଁ ନିଶ୍ଚୟ ବିରୋଧ କରିବି। ସମ୍ବିଧାନ ଉପରେ ହେଉଥିବା ଆକ୍ରମଣକୁ ଆମେ ବରଦାସ୍ତ୍ କରିପାରିବା ନାହିଁ। ହେଲେ ସିହ୍ନା ଏଭଳି କଣ ପାଇଁ କହିଲେ ତାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।

ତେବେ କହିରଖୁଛୁ କି, ଆସନ୍ତା ୧୮ ତାରିଖରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି ଏବଂ ଜୁଲାଇ ୨୧ ତାରିଖରେ ଭୋଟ ଗଣତି ହେବ। ଜୁଲାଇ ୨୫ ତାରିଖରେ ନୂଆ ରାଷ୍ଟ୍ରପତି ଶପଥ ଗ୍ରହଣ କରିବେ। ସେପଟେ ଜୁଲାଇ ୨୪ ତାରିଖରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି।


ସାଂସଦ ଓ ବିଧାୟକ ମାନଙ୍କୁ ନେଇ ଗଠିତ ଇଲେକ୍ଟ୍ରୋକାଲ କଲେଜ୍ ରାଷ୍ଟ୍ରପତି ଙ୍କୁ ନିର୍ବାଚିତ କରିବେ। ଇଲେକ୍ଟ୍ରୋକାଲ କଲେଜ୍ ରେ ମୋଟ ୪୮୦୯ ମତଦାତା ଅଛନ୍ତି। ସେମାନଙ୍କ ମଧ୍ୟରୁ ୭୭୬ ଜଣ ସାଂସଦ ଥିବା ବେଳେ ୪୦୩୩ ଜଣ ହେଉଛନ୍ତି ବିଧାୟକ। ତେବେ ପରବର୍ତ୍ତୀ ରାଷ୍ଟ୍ରପତି କିଏ ହେବେ ତାହା ଉପରେ ସମସ୍ତଙ୍କ ନଜର ରହିଛି।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

Leave a Reply

Your email address will not be published.