ରାଇମୋହନ (Raimohan) ଓ ରଞ୍ଜିତାଙ୍କ ପ୍ରେମ କାହାଣୀ ଯୁଗ ଯୁଗ ପାଇଁ ପ୍ରେମ ଫର୍ଦ୍ଦରେ ଲିପିବଦ୍ଧ ହୋଇ ରହିବ – ଦେଖନ୍ତୁ Video

ମନୋରଞ୍ଜନ

ଖଳନାୟକ ରାଇମୋହନ୍ ପରିଡା ଙ୍କ ପ୍ରେମ କାହାଣୀ । ସେ ସିନେ କାହାଣୀ ରେ ଖଳନାୟକ ହେଲା ବ୍ୟକ୍ତିଗତ ଜୀବନ ରେ ସେ ଥିଲେ ବହୁତ ଭଲ ମଣିଷ । ଜୁନିଅର ଙ୍କ ସହ 9 ବର୍ଷ ପ୍ରେମ କାହାଣୀ । ବୁଝା ସୁଝା ରୁ ଆରମ୍ଭ ହୋଇ ଥିଲା ଭଲ ପାଇବା । ତାପରେ ପ୍ରେମିକା ସାଜିଗଲେ ତାଙ୍କ ଧର୍ମ ପତ୍ନୀ । ରାଇମୋହନ୍ ପରିଡା ଙ୍କ ସ୍ତ୍ରୀ ଙ୍କ ନାଁ ହେଲା ରଂଜିତା ପରିଡା । ଯାହା ନାଁ ରେ ରାଇମୋହନ୍ ପରିଡା ରଖି ବାକୁ ଚାହୁଁ ଥିଲେ ତାଙ୍କ ବାସ ଭବନ ର ନାଁ ।

କିନ୍ତୁ ତାଙ୍କ ପତ୍ନୀ ଙ୍କ ର ଇଛା ଥିଲା କିଛି ଭିନ୍ନ । ଆଉ ତାଙ୍କ ଇଚ୍ଛା କୁ ମାନି ଥିଲା ତାଙ୍କ ସ୍ବାମି । ଏପରି ବହୁତ କିଛି ପ୍ରମାଣ ଦେଇଥିଲେ ତାଙ୍କ ସ୍ତ୍ରୀ ଙ୍କୁ । ଚଳଚିତ୍ର ମେଘା ଧାରାବହିକ ଯାତ୍ରା ବଙ୍ଗାଳି ସିନେମା ସବୁଥିରେ ରାଇମୋହନ୍ ପରିଡା ଙ୍କ ଅଭିନୟ ର ଛାପ ଛାଡି ଗଲେ । ଜବରଦସ୍ତୀ ଡାଇଲଗ ତାଙ୍କର ଏତେ ଲୋକପ୍ରିୟ ଆଉ ରହି ଗଲା ଅଭୁଲା । ତେବେ ପରଦା ଓ ମଞ୍ଚ୍ ରେ ଅଭିନୟ ମାଧ୍ୟମ ରେ ଦର୍ଶକ ଙ୍କୁ ଅଭିନୟ ଦରାଉ ଥିବା ଏହି ଅଭିନେତା ଙ୍କ ର ରହିଛି ଏକ ସୁନ୍ଦର ପ୍ରେମ କାହାଣୀ ।


ଉତ୍କଳ ସଂଗୀତ ମହା ବିଦ୍ୟାଳୟ ରେ ପଢିଲା ବେଳେ ପତ୍ନୀ ରଂଜିତା ପରିଡା ଙ୍କ ସହ ଭେଟ ହୋଇ ଥିଲେ ରାଇମୋହନ୍ ପରିଡା । ସେତେବେଳେ ରଂଜିତା ପରିଡା ପ୍ରଥମ ବର୍ଷ ର ଛାତ୍ରୀ ଥିଲେ ଆଉ ରାଇମୋହନ୍ ଥିଲେ ତାଙ୍କ ସିନିୟର୍ ।ରଂଜିତା ଙ୍କ ସହ ରାଇମୋହନ୍ କଥା ହେଲା ବେଳେ ତାଙ୍କ କଥା ବହୁତ ଭଲ ଲାଗିଲା ଆଉ ଧୀରେ ଧୀରେ ତାଙ୍କ ର କଥା ବାର୍ତ୍ତା ବଢ଼ି ବାକୁ ଲାଗିଲା ।

20 ବର୍ଷ ବୟସ ରେ ରିଲେସନ୍ସିପ୍ ରହିଲେ ଓ 29 ବର୍ଷ ବୟସ ରେ ରଂଜିତା ଙ୍କ ସହ ବିବାହ ବନ୍ଧନ ରେ ବାନ୍ଧି ହୋଇ ଥିଲେ । ତେବେ କ୍ୟାରିୟର ର ସଫଳ ହେବା ପଛରେ ପତ୍ନୀ ଙ୍କ ହାତ ରହିଛି ବୋଲି ଅନେକ ସମୟ ରେ କହିଛନ୍ତି ରାଇମୋହନ୍ । ତେବେ ଅଧିକ୍ ସମୟ ରାଇମୋହନ୍ ସୁଟିଂ ରେ ଧାରାବହିକ ହେଉ କି ସିନେମା ପାଇଁ ଅଧିକ ରୁ ଅଧିକ ସମୟ ବ୍ୟସ୍ତ ରେ ରହୁଥିଲେ ରାଇମୋହନ୍ । ଏହି ସମୟ ରେ ତାଙ୍କ ପତ୍ନୀ ତାଙ୍କ ଘର ର ସବୁ ଦାୟୀତ୍ବ ନେଉଥିଲେ ।

ଛୋଟ ବଡ଼ ସବୁ କାମ କରୁଥିଲେ । ପତ୍ନୀ ଙ୍କ ଅବଦାନ କୁ ବହୁତ ଭଲ ପାଉଥିଲେ ରାଇମୋହନ୍ । ସେଇଥିପାଇଁ ସେ ଘର ନାଁ ମଧ୍ୟ ରଖିବାକୁ ଚାହୁଁ ଥିଲେ ତାଙ୍କ ପତ୍ନୀ ନାଁ ରେ ରଂଜିତା ଭବନ୍ । କିନ୍ତୁ ତାଙ୍କ ପତ୍ନୀ ଏହା ରଖି ବାକୁ ମନା କରୁଥିଲେ ଆଉ କହିଲେ ଘର ର ନାଁ ତାଙ୍କ ର ଗାଁ ର ନାଁ ହିସାବ ରେ ରଖିବାକୁ କହୁଥିଲେ । କାରଣ ସେ ଜାଣିଥିଲେ ଗାଁ ର ଉଦୟ ପୁର ନା ରେ ତାଙ୍କ ସ୍ବାମି ଙ୍କ ର ଥିଲା ଦୁ-ର୍ବ-ଳ ତା ସେ ତାଙ୍କ ଗାଁ କୁ ବହୁତ ଭଲ ପାଉଥିଲେ ଆଉ ସେଇଠି ପାଇଁ ତାଙ୍କ ସ୍ତ୍ରୀ କହିଲେ ଘର ର ନାଁ ଉଦୟ ପୁର ରଖିବା ପାଇଁ ।

ସେଇଠୁ ହିଁ ଆରମ୍ଭ ହୋଇ ଥିଲା ତାଙ୍କ ଜୀବନ ଯାତ୍ରା ଆଉ ଗାଁ କୁ ସେ ବହୁତ ଭଲ ପାଉଥିଲେ ରାଇମୋହନ୍ । ସମୟ ମିଳିଲେ ସେ ଗାଁ ରେ ଅଧିକ ରୁ ଅଧିକ ସମୟ ବିତାଉ ଥିଲେ । ଯେଉଁଠି ପାଇଁ ଘର ର ନାଁ କୁ ଗାଁ ର ନାଁ ରେ ରଖି ଥିଲେ । ଆଉ ରାଇମୋହନ୍ ମଧ୍ୟ ତାଙ୍କ ପତ୍ନୀ ଙ୍କ ଏହି ନିଷ୍ପତି ଶୁଣି ବହୁତ ଖୁସି ହୋଇ ଯାଇଥିଲେ । ଏହି ଘରେ ଦୁଇ ଝିଅ ଓ ପତ୍ନୀ ଙ୍କ ସହ ରହୁଥିଲେ ରାଇମୋହନ୍ । ଆଉ ଏହି ଥାରେ ହିଁ ରାଇମୋହନ୍ ଶେଷ ନିଶ୍ବାସ ତ୍ୟାଗ କଲେ ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.