ରସିକିଆ ପୋଲିସ ବାବୁ … ସ୍ତ୍ରୀ ତିନି ଛୁଆ କୁ ଛାଡି ପୋଲିସ ବାବୁ ଫେରାର ହେଲା ପ୍ରେମିକା କୁ ନେଇ – ଦେଖନ୍ତୁ

ବିଶେଷ

ରସକିଆ ପୋଲିସ ବାବୁ ଘରେ ପତ୍ନୀ ଓ ୩ ପିଲା ଛୁଆ ଥାଉ ଥାଉ ଆଉ ଜଣେ ସହକର୍ମୀ ଙ୍କ ପାଖ ରେ ରହୁଛନ୍ତି ଏବଂ ବର୍ତ୍ତମାନ୍ ସମୟ ରେ ବିବାହ କରିବାକୁ ଯାଉଛନ୍ତି, ଯାହା ବି କିଛି କହିଲେ ପୋଲିସ ର ପାୱାର ଦେଖାଉ ଛନ୍ତି । ଏ ନେଇ ପୋଲିସ୍ ବାବୁ ନିଜ ପତ୍ନୀ ସହ କଥା ହେଉଥିବା ର ଅଡିଓ କଲ ଭାଇରାଲ ହେବା ରେ ଲାଗିଛି।

 

ଏହି ଅଡିଓ ରେ ଶୁଣିବାକୁ ମିଳିଛି ଯେ ପୋଲିସ ବାବୁ ଜଣକ ନିଜ ପତ୍ନୀ କୁ କହୁଛନ୍ତି ମୋ ଲାଇଫ ରେ ଦୁଇ ଟି ପତ୍ନୀ ଦରକାର ଓ ଆହୁରି ଅନେକ କିଛି । ପ୍ରଥମ ପତ୍ନୀ ଥାଉ ଥାଉ ପୁଣି ଆଉ ଜଣକ କୁ ବିବାହ କରିବାକୁ ଯାଉଥିବା ସମୟ ରେ ପ୍ରଥମ ସ୍ତ୍ରୀ ଥାନା ରେ ଅଭିଯୋଗ କରିଛନ୍ତି । ଏହିଭଳି ଖବର କୁ ନେଇ କଟକ ରେ ବେଶ୍ ଚର୍ଚ୍ଚା ଚାଲିଛି ।

ପ୍ରଥମ ପତ୍ନୀ କହୁଛନ୍ତି ଯେ ସେ ଯେବେ କଟକ transfer ହେଲେ ସେ ତାଙ୍କୁ ଜଣାଇ ନ ଥିଲେ । ତାଙ୍କ ସ୍ବାମୀ ଓ ତାଙ୍କ ସହକର୍ମୀ ସହ ମଠସାହିରେ ପାଖ ରେ ରହୁଥିଲେ । ସେ ଏହି ଖବର ଜାଣିବା ପରେ ଉଭୟ ଙ୍କୁ ଅସଂଜମତ ଅବସ୍ଥା ରେ ଧରିଥିଲେ । ସେହିଦିନ ଠାରୁ ସେ ଘର କୁ ଆସି ନ ଥିଲେ ।

 

ପ୍ରଥମ ପତ୍ନୀ ନିଜ ଶଶୁର ଙ୍କୁ ଜଣାଇ ଥିଲେ ମଧ୍ୟ ଶଶୁର ନିଜ ବୋହୂ କୁ ସପୋର୍ଟ କରି ନ ଥିଲେ । ବନ୍ଧୁଗଣ ଯାହା ଆଉ କିଛି ସୂଚନା ମିଳିଛି ଯେ ୨୦୦୭ ରେ ଏହି ବାବୁ ଜଣକ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ ଓ ତାଙ୍କର ୩ ଟି ସନ୍ତାନ ମଧ୍ୟ ଅଛନ୍ତି । ୨୦୧୯ ରେ ନିଜ ପତ୍ନୀ ଙ୍କ ଠାରୁ ଅଲଗା ନ ହୋଇ ନିଜ ସହକର୍ମୀ ଙ୍କ ପ୍ରେମ୍ ରେ ପଡ଼ିଥିଲେ ।

 

ପ୍ରେମ ରେ ପଡ଼ିବା ପରେ ଉଭୟ ଏକାଠି ହୋଇ ରହିଲେ ଲିଭ୍ ଇନ୍ ରିଲେସନ ରେ ରହୁଥିଲେ । ପତ୍ନୀ ଏହି ଘଟଣା ବିଷୟ ରେ ଜାଣିବା ପରେ ଉଭୟ ଙ୍କୁ ଅସଂଜମତ ଅଵସ୍ଥା ରେ ଧରିଥିଲେ । ଶଶୁର କୁ ବୋହୂ କହିଥିଲେ ମଧ୍ୟ କିଛି ଫରକ୍ ପଡିଲା ନାହିଁ ବରଂ ସହକର୍ମୀ ପୁଷ୍ପାଞ୍ଜଳି ତାଙ୍କ ଘରେ ରହିଲେ ।

 

ଏହି ବାବଦ ରେ ତିନି ତିନି ଥର କାଉନସିଲ ହୋଇଥିଲା , ପରେ ନିଜ ପତ୍ନୀ ଓ ପିଲା ଙ୍କ ଦାୟିତ୍ଵ ନେବେ ବୋଲି କହିଥିଲେ । ବର୍ତ୍ତମାନ୍ ସମୟ ରେ ପ୍ରଥମ ପତ୍ନୀ ଥାଉ ଥାଉ ଓ ନିଜ ନିୟମ କୁ ଉଲ୍ଲଂଘନ କରି ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି । ବାରମ୍ବାର ଥାନା ର ଦ୍ବାରସ୍ଥ ହୋଇଥିଲେ ମଧ୍ୟ କିଛି ସଫଳ ମିଳିନାହିଁ ଓ ସେ ଆଜି ବି ମଧ୍ୟ grp ଥାନା ର ଦ୍ବାରସ୍ଥ ହୋଇଛନ୍ତି ।।

Leave a Reply

Your email address will not be published.