ଜଗତ ର ନାଥ ହେଉଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ।ସେ ହେଉଛନ୍ତି ହିନ୍ଦୁ ଧର୍ମ ର ଆରାଧ୍ୟ। ଏଠୀ ବାର ମାସ ରେ ତେର ପର୍ବ ପାଳନ ହୁଏ। ସବୁଠାରୁ ବଡ଼ ପର୍ବ ହେଉଛି ରଥଯାତ୍ରା।ରଥଯାତ୍ରା ହେଉଛି ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ର ପର୍ବ । ହିନ୍ଦୁ ଧର୍ମ ର ପୁରାଣ ଅନୁସାରେ ରଥଯାତ୍ରା ରେ ଜଗନ୍ନାଥ ମହାପ୍ରଭୁ ସାଙ୍ଗରେ ବଡଭାଇ ଓ ଭଉଣୀ ଙ୍କୁ ନେଇ ମାଉସୀ ମା ଙ୍କ ଘରକୁ ପୋଡ଼ ପିଠା ଖାଇବାକୁ ଯାଆନ୍ତି। ନଅ ଦିନ ପାଇଁ ଶ୍ରୀମନ୍ଦିର ଛାଡି ବଡ଼ ଭାଇ ଓ ଭଉଣୀ ଙ୍କ ସହିତ ମାଉସୀ ଙ୍କ ଘରେ ରୁହନ୍ତି।ପ୍ରତି ବର୍ଷ ରଥଯାତ୍ରା ହୋଇଥାଏ। ମହାପ୍ରଭୁ ଙ୍କ ପାଇଁ ପ୍ରତି ବର୍ଷ ନୂଆ ରଥ ତିଆରି ହୁଏ ।ହେଲେ ଆପଣମାନେ ଜାଣନ୍ତି କି ମହାପ୍ରଭୁ ଶ୍ରୀମନ୍ଦିର କୁ ଫେରିଆସିବା ପରେ ସେ ରଥ ଗୁଡ଼ିକ କେଉଁଠି ରହେ?।ଆଜି ଆମେ ଆପଣମାନଙ୍କୁ ସେହି ରହସ୍ୟ ବିଷୟରେ କହିବାକୁ ଯାଉଛୁ।
ଶ୍ରୀମନ୍ଦିର ର କାର୍ଯ୍ୟ ପାଇଁ ସ୍ବତନ୍ତ୍ର ନିୟମ ରହିଛି।ଏସବୁ କାର୍ଯ୍ୟ ପାଇଁ ଅଲଗା ଅଲଗା ସେବକ ମାନେ ରହିଥାନ୍ତି।ରଥଯାତ୍ରା ର ନିୟମ ଅନୁସାରେ ଅକ୍ଷୟ ତୃତୀୟା ଦିନ ପୁରୀ ରାଜା ଙ୍କ ଉଆସ ସାମ୍ନାରେ ରଥ ଶାଳରେ ତିନି ଠାକୁର ଙ୍କ ପାଇଁ ରଥ ଗଢା କାର୍ଯ ଆରମ୍ଭ ହୋଇଥାଏ।ପ୍ରାୟ ଚଉଦ ସହ ବଢେଇ ରଥ ଗଢିବାରେ ନିୟୋଜିତ ହୋଇଥାନ୍ତି।ଅକ୍ଲାନ୍ତ ପରିଶ୍ରମ କରି ଦୁଇ ମାସ ମଧ୍ୟରେ ରଥ ଗଢ଼ିଦିଅନ୍ତି।ତାପରେ ତିନି ରଥ ସୁସଜ୍ଜିତ ହୋଇ ସିଂହଦ୍ଵାର ଆଗରେ ଠିଆ ହୋଇଥାନ୍ତି। କାହିଁ କେତେ ଦୂର ରୁ ଲକ୍ଷ୍ୟ ଲକ୍ଷ୍ୟ ଭକ୍ତ ମହାପ୍ରଭୁ ଙ୍କ ରଥଯାତ୍ରା ଦେଖିବାକୁ ଆସନ୍ତି। ତିନି ଠାକୁର ଙ୍କ ର ରଥ ଦଉଡି଼ କୁ ଛୁଇଁ ସବୁ ଜନ୍ମର ପାପ କୁ ଧୋଇଦିଅନ୍ତି।ଭକ୍ତି ଓ ପ୍ରେମରେ ରଥ ଗୁଡ଼ିକୁ ଟାଣି ଶ୍ରୀଗୁଣ୍ଡିଚା ମନ୍ଦିରକୁ ନେଇଯାଆନ୍ତି।ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ର ମାଉସୀ ହେଉଛନ୍ତି ରାଜା ଇନ୍ଦ୍ରଦ୍ୟୁମ୍ନ ଙ୍କ ର ପତ୍ନୀ ରାଣୀ ଗୁଣ୍ଡିଚା ।
ଶ୍ରୀ ମନ୍ଦିର ଗଢ଼ିବା ସମୟରେ ଶ୍ରୀଜଗନ୍ନାଥ ମହାପ୍ରଭୁ ତାଙ୍କ ମାଉସୀ ଙ୍କ ଘରକୁ ଯିବା ପାଇଁ କଥା ଦେଇଥିଲେ।ସେହି ଦିନ ଠାରୁ ସେ ପ୍ରତି ବର୍ଷ ଆଷାଢ଼ ମାସରେ ମାଉସୀ ଙ୍କ ଘରକୁ ଯାଆନ୍ତି। ସେଠୀ ନଅ ଦିନ ରହିବା ପରେ ପୁଣି ଥରେ ଶ୍ରୀମନ୍ଦିର ବାହୁଡ଼ି ଆସନ୍ତି।ଏହି ଦୁନିଆଁ ରେ ସବୁ ଜିନିଷ ର ଆଦି ଓ ଅନ୍ତ ରହିଛି ।ସେମିତି ରଥଯାତ୍ରା ପରେ ରଥ ଭଙ୍ଗା କାର୍ଯ ଆରମ୍ଭ ହୋଇଥାଏ।ଶ୍ରାବଣ ମାସରେ ରଥ ଭଙ୍ଗା କାର୍ଯ ଆରମ୍ଭ ହୁଏ ।ରଥ ଭାଙ୍ଗିବା ପାଇଁ ଦଶ ରୁ ପନ୍ଦର ଜଣ ଭୋଇ ସେବକ ନିୟୋଜିତ ହୁଅନ୍ତି ଓ ବାର ଦିନ ମଧ୍ୟରେ ରଥ ଭଙ୍ଗା କାର୍ଯ ଶେଷ ହୁଏ। ପ୍ରଥମେ ମା ସୁଭଦ୍ରା ଙ୍କ ର ଦେବଦଳନ ରଥ ଭଙ୍ଗା ହୁଏ ତାପରେ ପ୍ରଭୁ ବଳଦେବ ଙ୍କ ତାଳଧ୍ଵଜ ରଥ ଭଙ୍ଗା ହୁଏ।ସର୍ବ ଶେଷ ରେ ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କର ନନ୍ଦିଘୋଷ ରଥ ଭଙ୍ଗା ହୋଇଥାଏ।
ଚକ, ଦଣ୍ଡିଆ, ଆର, ହଂଶପାତ, ସିଂହାସନ,ସାରଥୀ ପିଢ଼ା,କଳସ, ପାରା ଭାଡ଼ି ଓ ଶୁଆ ଭଳି ଚଉତିରିଶି ଟି ଅଂଶ କୁ ପ୍ରତ୍ୟେକ ରଥରୁ ବାହାର କରିଦିଆଯାଏ।ନବକଳେବର ସମୟରେ ଶୁଆ ଓ ସାରଥୀ ଙ୍କୁ ମହାପ୍ରଭୁ ଙ୍କ ସହିତ ସମାଧି ଦିଆଯାଏ।ରଥରେ ଥିବା ସିଂହାସନ , ସିଂହାରୀ,ଗୁଜ ଓ ଚକ ସବୁକୁ ଭୋଇ ସେବକ ମାନେ ନେଇ ଶ୍ରୀଗୁଣ୍ଡିଚା ମନ୍ଦିର ରେ ରଖିଦିଅନ୍ତି। ପରେ ପୁରୀ ଜିଲ୍ଲାର ପ୍ରଶାସନ ତରଫରୁ ଏହା ନିଲାମ କରାଯାଇଥାଏ।।