“ଯାହା ବି ହେଇଛି ଭଲ ପାଇଁ ହେଇଛି” ,ବାବୁଶାନ୍ ଓ ପ୍ରକୃତି ବିବାଦକୁ ନେଇ ମୁଁହ ଖୋଲିଲେ ଅଭିନେତା ଅଶ୍ଵିନୀ ତ୍ରିପାଠୀ॥ ଦେଖନ୍ତୁ

ବିଶେଷ

ଦାଣ୍ଡରେ ପଡ଼ିଛି ଷ୍ଟାର କଳି। ଷ୍ଟାର ଅଭିନେତା ବାବୁଶାନ୍ ଓ ପ୍ରକୃତି ମିଶ୍ର ଙ୍କୁ ନେଇ ବିବାଦ ଥମୁନଥିବା ବେଳେ ସୋସିଆଲ ମିଡିଆରେ ମଧ୍ୟ ଦୁହିଁଙ୍କୁ ନେଇ ବେଶ୍ ଚର୍ଚ୍ଚା। ତେବେ ଏହି ବହୁ ଚର୍ଚ୍ଚିତ ମାମଲାରେ ବିଭିନ୍ନ ଲୋକ ଗଣମାଧ୍ୟମ ଆଗରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଥିବା ଦେଖିବାକୁ ମିଳୁଛି। ତେବେ ଏହାରି ଭିତରେ ଏହି ବହୁ ଚର୍ଚ୍ଚିତ ମାମଲାରେ ନିଜ ମୁଁହ ଖୋଲିଛନ୍ତି ଓଲିଉଡ ର ଜଣାଶୁଣା କଳାକାର ତଥା ଲୋକପ୍ରିୟ ଉପସ୍ଥାପକ ଅଶ୍ଵିନୀ ତ୍ରିପାଠୀ।

ସେ କହିଛନ୍ତି, ‘ଆଜି କାଲି ଆମର ଆଉ କାହା ପ୍ରତି ଭୟ ରହୁନି। ନାଁ କେହି ପିଲା ନିଜ ବାପା ମା ଙ୍କୁ ଡରୁଛନ୍ତି ନାଁ କେଉଁ କଳାକାର ଆଉ ନିର୍ଦ୍ଦେଶକ ବା ପ୍ରଯୋଜକ ମାନଙ୍କୁ ଡରୁଛନ୍ତି। ଯେତେବେଳେ ଏହି ଭୟ ଜିନିଷ ହଟିଯିବ ସେତେବେଳେ ହିଁ ଭୁଲ ଜିନିଷ ହୁଏ। ଯେତେବେଳେ ଭଗବାନ ବା ଗୁରୁଜନ ଙ୍କ ପ୍ରତି ଭୟ କମିଯାଏ ସେତେବେଳେ ଏହି ସବୁ ଜିନିଷ ଘଟେ।’

‘ଯଦି ବି ସେମିତି କିଛି ଘଟୁଛି ସେ ସବୁ ଜିନିଷକୁ ଆମେ ମିଡିଆ ଆଗରେ ବା ଲୋକ ମାନଙ୍କ ଆଗରେ ପ୍ରତିକ୍ରିୟା ଦେବା ଉଚିତ୍ ନୁହେଁ । ଆମେ ନମ୍ର ଭାବରେ ସେ ଘଟଣାର ସମାଧାନ ପାଇଁ ଚିନ୍ତା କରିବା ଉଚିତ। କାରଣ ଆମେ ଯଦି ଲୋକଙ୍କ ଆଗରେ ସେଭଳି କିଛି କହୁଛେ ତାହାଲେ ତାହାଲେ ଲୋକ ମାନେ ତାର ମଜା ନେବେ। କାରଣ ପର ଘର କଳି ଦେଖିବାକୁ ଆମକୁ ଭଲ ଲାଗେ। ସେଇଥି ପାଇଁ ଆଜି ବିଗ୍ ବସ୍ ହିଟ୍।’

‘ ଯେଉଁ ତିନି ଜଣକୁ ନେଇ ଏବେ ଏଭଳି ବିବାଦ ହୋଇଛି ବାବୁଶାନ୍ , ପ୍ରକୃତି କିମ୍ବା ତୃପ୍ତି ସମସ୍ତେ ବହୁତ୍ ଭଲ। ସେମାନେ ଚାହିଁଲେ ଏକାଠି ବସି ଏହି ବିବାଦର ସମାଧାନ ହୋଇପାରିବ। ଆଜି ଯଦି ଏହି ଘଟଣାଟି ହୋଇନଥାନ୍ତା ତେବେ କେହି ଯାହାକୁ ପରଖି ନଥାନ୍ତେ।’

‘କୁହାଯାଏ ଯେଉଁ ଜିନିଷ ହୁଏ ତାହା ନିଶ୍ଚୟ ଭାବରେ ଭଲ ପାଇଁ ହୁଏ। ତେଣୁ ଏହା ବି କିଛି ଭଲ ପାଇଁ ହିଁ ହୋଇଛି। ଏହା ତୃପ୍ତି, ବାବୁଶାନ୍ , ପ୍ରକୃତି ସମସ୍ତଙ୍କ ପାଇଁ ଭଲ ହେଉଛି। ଏହି ଜିନିଷଟି ଘଟିବାର କାରଣ ଆଗକୁ ନିଶ୍ଚୟ କିଛି ଭଲ ହିଁ ହବ। ସମସ୍ତେ ବୁଝି ଯାଆନ୍ତୁ ।ଏହି ଘଟଣା କୁ ଭୁଲି ସମସ୍ତେ ଆଗକୁ ବଢନ୍ତୁ।’

Leave a Reply

Your email address will not be published.