ମୋ ପରିବାର ମୋ ପାଇଁ ସବୁକିଛି। ମୋ ପରିବାର ଠୁ ଅଭିନୟ ଶିଖିଛି : ଏମିତି କାହିଁକି କହିଲେ ଅଭିନେତା ବୁଦ୍ଧାଦିତ୍ୟ (BuddhaDitya) … ଦେଖନ୍ତୁ ଭିଡିଓ

ବିଶେଷ

ଓଲିଉଡ଼ ଇଣ୍ଡଷ୍ଟ୍ରି ର ହ୍ୟାଣ୍ଡସମ୍ ଆକ୍ଟର ହେଉଛନ୍ତି ବୁଦ୍ଧାଦିତ୍ୟ ମହାନ୍ତି।ତାଙ୍କର ଜବରଦସ୍ତ ଅଭିନୟ ଦର୍ଶକ ମାନଙ୍କୁ ବହୁତ୍ ପସନ୍ଦ ଆସିଥାଏ।ସେ ତାଙ୍କର ସୁନ୍ଦର୍ ଅଭିନୟ ରେ ଦର୍ଶକ ମାନଙ୍କ ପାଖରେ ନିଜର ସ୍ଵତନ୍ତ୍ର ପରିଚୟ କରି ପାରିଛନ୍ତି।ତାଙ୍କର ପରିବାର ରେ ସମସ୍ତେ ଆକ୍ଟିଂ ଲାଇନ୍ ସହିତ ଜଡ଼ିତ।ତାଙ୍କ ମାଆ ହେଉଛନ୍ତି ଓଲିଉଡ଼ ର ବରିଷ୍ଠ ଅଭିନେତ୍ରୀ ଶ୍ରୀମତୀ ମାଳବିକା ରାୟ।ତାଙ୍କ ମାଉସୀ ହେଉଛନ୍ତି ଓଲିଉଡ଼ ର ଅଭିନେତ୍ରୀ ମହାଶ୍ୱେତା ରାୟ। ଏବଂ ଆଉ ଜଣେ ବରିଷ୍ଠ ଅଭିନେତ୍ରୀ ଅପରାଜିତା ମହାନ୍ତି ମଧ୍ୟ ତାଙ୍କ ମାଉସୀ। ଓଲିଉଡ଼ ର ସୁପରଷ୍ଟାର ବାବୁଶାନ୍ ମହାନ୍ତି ତାଙ୍କର ଭାଇ।

ବୁଦ୍ଧାଦିତ୍ୟ ମହାନ୍ତି କହିଛନ୍ତି ଯେ ସେ ଅଭିନୟ ତାଙ୍କ ପରିବାର ଠାରୁ ଶିଖିଛନ୍ତି।ତାଙ୍କ ମାଆ ଙ୍କ ଠାରୁ ସିଖିଛନ୍ତି ।ତାଙ୍କ ମାଉସୀ ମହାଶ୍ୱେତା ରାୟ ଏବଂ ଅପରାଜିତା ମହାନ୍ତି ଏବଂ ମଉସା ଉତ୍ତମ ମହାନ୍ତି ଙ୍କ ଠାରୁ ସିଖିଛନ୍ତି।ସମସ୍ତେ ତାଙ୍କୁ ବହୁତ୍ ଭଲ ପାଆନ୍ତି।ତାଙ୍କ ପରିବାର ରେ ଓଲିଉଡ଼ ଫିଲ୍ମ୍ ଇଣ୍ଡଷ୍ଟ୍ରି ର ବରିଷ୍ଠ କଳାକାର ମାନେ ଅଛନ୍ତି।ତାଙ୍କ ଦେହ ରେ କଳାକାର ର ରକ୍ତ ବୋହୁଛି।ସେ ମଧ୍ୟ ଜଣେ ବହୁତ୍ ବଡ଼ ଉଚ୍ଚକୋଟୀର କଳାକାର।ବହୁତ୍ ସୁନ୍ଦର୍ ସୁନ୍ଦର୍ ଚଳଚ୍ଚିତ୍ର ସେ ଓଡ଼ିଆ ଦର୍ଶକ ମାନଙ୍କୁ ଭେଟି ଦେଇଛନ୍ତି।

କିଛି ଦିନ ପୂର୍ବରୁ ଜାନୁୟାରୀ 17 ତାରିଖ ରେ ବୁଦ୍ଧାଦିତ୍ୟ ମହାନ୍ତି ଙ୍କ ର ଜନ୍ମ ଦିନ ଥିଲା ।ତାଙ୍କ ଜନ୍ମ ଦିନ ଅବସର ରେ ତାଙ୍କ ପରିବାର ର ସମସ୍ତ ସଦସ୍ୟ ତାଙ୍କୁ ଜନ୍ମ ଦିନର ଶୁଭେଛା ଜଣାଇଥିଲେ।ବୁଦ୍ଧାଦିତ୍ୟ ମହାନ୍ତି କହିଛନ୍ତି ଯେ ତାଙ୍କ ପରିବାର ହେଉଛି ତାଙ୍କ ପାଇଁ ସବୁ କିଛି।ସେ ବଲିଉଡ୍ ଇଣ୍ଡଷ୍ଟ୍ରି ରେ ମଧ୍ୟ କାମ କରିଛନ୍ତି।ହେଲେ ସେ ଯୋଉ ଜାଗାକୁ ଗଲେ ବି ତାଙ୍କ ପରିବାର କୁ ସବୁବେଳେ ମନେ ପକାଇ ଥାଆନ୍ତି।ବୁଦ୍ଧାଦିତ୍ୟ ପୁରୁଣା ଚଳଚ୍ଚିତ୍ର ସବୁ ଦେଖିବାକୁ ବହୁତ୍ ପସନ୍ଦ କରନ୍ତି।ତାଙ୍କ ପ୍ରଥମ ସିନେମା ରେ ଓଲିଉଡ଼ ର ବରିଷ୍ଠ ଅଭିନେତା ସମ୍ପର୍କରେ ତାଙ୍କ ମଉସା ଶ୍ରୀ ଉତ୍ତମ ମହାନ୍ତି ତାଙ୍କ ବାପା ଭୂମିକାରେ ଅଭିନୟ କରିଥିଲେ।ସେ ତାଙ୍କ ଠାରୁ ଅଭିନୟ ଶିଖିଛନ୍ତି।

ବୁଦ୍ଧାଦିତ୍ୟ ଅନେକ ସୁପରହିଟ ଚଳଚ୍ଚିତ୍ର ରେ ଅଭିନୟ କରିଛନ୍ତି। ଆଇ ଲଭ୍ ମାଇଁ ଇଣ୍ଡିଆ, ନନ୍ଦିନୀ ଆଇ ଲଭ୍ ୟୁ , ପ୍ରେମ୍ ରୋଗୀ,ତୁ ଥିଲେ ମୋ ଡର କାହାକୁ,ଶ୍ରୀମାନ ସୂର୍ ଦାସ୍,ପାଗଳ କରିଛି ପାଉଁଜି ତୋର ଏମିତି ଅନେକ ସିନେମା ରେ ସେ ବହୁତ୍ ସୁନ୍ଦର ଅଭିନୟ କରିଛନ୍ତି। ଖୁବ୍ ଶୀଘ୍ର ତାଙ୍କର ଏକ ନୂଆ ସିନେମା ର ରିଲିଜ୍ ହେବାକୁ ଯାଉଛି।ସିନେମା ର ନାଁ ହେଉଛି ଡେଲିଭରି ବୟ।ସିନେମା ଟି ଜଣେ ଡେଲିଭରି ବୟ ର ଜୀବନ କାହାଣୀ କୁ ନେଇ ହୋଇଛି।ସେଥିରେ ବୁଦ୍ଧାଦିତ୍ୟ ଜଣେ ଓକିଲ ର ଚରିତ୍ର ରେ ଅଭିନୟ କରିଛନ୍ତି।।

Leave a Reply

Your email address will not be published.